ସୁନ୍ଦରଗଡ଼ ଜିଲ୍ଲାର ଗୋମାଡ଼ିଠାରେ ଟାଟା ଷ୍ଟିଲ ପକ୍ଷରୁ ଅଷ୍ଟ୍ରେଲିଆ କୋଚ୍ଙ୍କ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ହକି ପ୍ରଶିକ୍ଷଣ କର୍ମଶାଳା

tatahockeyy
• ଅଷ୍ଟ୍ରେଲିଆ ହକି ପରିଚାଳନା କରୁଥିବା ସଂସ୍ଥା ‘ହକି ଅଷ୍ଟ୍ରେଲିଆ’ ସହଭାଗିତାରେ ଓଡ଼ିଶାର ତୃଣମୂଳସ୍ତରରେ ପ୍ରଶିକ୍ଷଣକୁ ପେସାଦାର କରିବା ପାଇଁ ପ୍ରୟାସ
• ଭାରତରେ ପ୍ରଥମ ଥର ହକି ଅଷ୍ଟ୍ରେଲିଆ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅଞ୍ଚଳର ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ସଂଯୁକ୍ତ କରିବ
ଟାଟା ଷ୍ଟିଲ ଅଷ୍ଟ୍ରେଲିଆରେ ହକି ପରିଚାଳନା କରୁଥିବା ସଂସ୍ଥା ‘ହକି ଅଷ୍ଟ୍ରେଲିଆ’ ସହଭାଗିତାରେ ସୁନ୍ଦରଗଡ଼ କୁତ୍ରା ବ୍ଲକ୍ର ଗୋମାଡ଼ିଠାରେ ତୃଣମୂଳସ୍ତରୀୟ ହକି ବିକାଶ କାର୍ଯ୍ୟକ୍ରମ’ ‘ହୁକିଂ ଟୁ ହକି’ ର ଶୁଭାରମ୍ଭ କରିଛି । ଓଡ଼ିଶାରେ ହକିର ପେଣ୍ଠସ୍ଥଳୀ ଭାବେ ପରିଚିତ ଏହି ଜିଲ୍ଲା ବହୁ ଆନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି କରିଛି ।

ହକି ଅଷ୍ଟ୍ରେଲିଆର ପାଟିସିପେସନ୍ କୋଡ଼ିନେଟର ଶ୍ରୀ ଜେମ୍ସ ଲିଗିନ୍ସଙ୍କ ନେତୃତ୍ୱରେ ଅନ୍ୟ ଦୁଇ ଜଣ ସଦସ୍ୟ ଟମ୍ ୱିଣ୍ଟର ଓ ଶ୍ରୀ ଓରାନ୍ ଅଜିଜ୍ଙ୍କୁ ମିଶାଇ ଏକ ୩ଜଣିଆ ଦଳ ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ୍ର ୧୦ଟି ବିଦ୍ୟାଳୟରେ ଜୁଲାଇ ୫ ରୁ ୮ ମଧ୍ୟରେ ପର୍ଯ୍ୟାୟକ୍ରମେ କର୍ମଶାଳାର ଆୟୋଜନ କରିଥିଲେ । ଆଜି ଏହି କର୍ମଶାଳାର ଉଦ୍ୟାପନୀ ଦିବସ ଅବସରରେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ କୁତ୍ରାର ଏସ୍ଡିପିଓ ଶ୍ରୀ ବି.କେ ନାୟକ , ଟାଟା ଷ୍ଟିଲ ଦକ୍ଷତା ବିକାଶ ବିଭାଗ ହେଡ୍ କ୍ୟାପଟେନ୍ ଅମିତାଭ, ଟାଟା ଷ୍ଟିଲ ଡୋଲୋମାଇଟ୍ ଖଣିର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଏସ୍.ଏସ୍ ମିଶ୍ର, ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର ଶାଖା ମୁଖ୍ୟ ଶ୍ରୀ ଜେ ସାଣ୍ଡିଲ, ସ୍ଥାନୀୟ ପଞ୍ଚାୟତରାଜ ବ୍ୟବସ୍ଥାର ନିର୍ବାଚିତ ସଦସ୍ୟ, ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଟାଟା ଷ୍ଟିଲ କର୍ମଚାରୀଙ୍କ ଉପସ୍ଥିତିରେ ସମ୍ମାନିତ କରିଥିଲେ । ଶ୍ରୀ ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣର ସଠିକ୍ ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀଙ୍କୁ ହକି ଖେଳ ପ୍ରତି ଆକର୍ଷିତ କରିବା ଓ ସେମାନଙ୍କୁ ହକିର ମୌଳିକ ଜ୍ଞାନ ଦେବା ସହ ଖେଳାଳିଙ୍କ ବିକାଶ ପାଇଁ ଏକ ପେସାଦାର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା, ଗୋମାଡ଼ି ଶାଖା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

୭ ରୁ ୧୦ ବର୍ଷ ବୟସ ମଧ୍ୟରେ ୩୦୦ ଜଣ ଛାତ୍ରଛାତ୍ରୀ ଓ ୧୦ଟି ବିଦ୍ୟାଳୟରୁ ୧୫ଜଣ ଲେଖାଏଁ ବାଳକ ଓ ୧୫ଜଣ ଲେଖାଏଁ ବାଳିକା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ହକି ଷ୍ଟିକ୍, ବଲ୍, ସିନ୍ ଗାଡ଼୍, ଟି-ସାର୍ଟ, ଗମ୍ସିଲ୍ଡ ଥିବା ହକି କିଟ୍ ପ୍ରଦାନ କରାଯାଇଥିଲା । ଆଗକୁ ମଧ୍ୟ ଏଭଳି ଶିବିର ମାଧ୍ୟମରେ ଅଞ୍ଚଳର ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଟାଟା ଷ୍ଟିଲ କିଛି ଭବିଷ୍ୟତ ଖେଳାଳି ସୃଷ୍ଟି କରିବା ପାଇଁ ସେମାନଙ୍କୁ ପ୍ରତିଷ୍ଠିତ କେନ୍ଦ୍ରରେ ପ୍ରଶିକ୍ଷଣ ନେବାରେ ସହଯୋଗ କରିବ । ଏହାବ୍ୟତୀତ ଟାଟା ଷ୍ଟିଲର ଡୋଲୋମାଇଟ୍ ଖଣି ଥିବା ଗୋମାଡ଼ି ନିକଟସ୍ଥ ୧୦ଟି ବିଦ୍ୟାଳୟର ହକି କୋଚ୍ଙ୍କୁ ମଧ୍ୟ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଆମ କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଅଞ୍ଚଳରେ କ୍ରୀଡ଼ାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧତା ଓ ପ୍ରତିଭାବନ ଖେଳାଳିଙ୍କୁ ଉତ୍ସାହିତ କରିବାର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ଟାଟା ଷ୍ଟିଲ ଫେରୋ ଆଲୟେଜ୍ ଓ ମିନରାଲ୍ସ ଡିଭିଜନ୍ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଶ୍ରୀ ଡି. ବି ସୁନ୍ଦର ରମମ୍ ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଟାଟା ଷ୍ଟିଲ ସିଏସ୍ଆର ବିଭାଗ ଚିଫ୍ ଶ୍ରୀ ବିରେନ୍ ବୁଟ୍ଟା କହିଥିଲେ ଯେ, ହକି ଅଷ୍ଟ୍ରେଲିଆ ସହ ଏହି ସହଭାଗିତା ଫଳରେ ତୃଳମୂଳ ସ୍ତରରେ ଉଭୟ ହକି କ୍ଷେତ୍ରରେ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ହକି ଅଷ୍ଟ୍ରେଲିଆର ଶ୍ରୀ ଜେମ୍ସ ଲେଗିନ୍ସ ଖୁସି ପ୍ରକାଶ କରିଥିଲେ । ଏହାସହିିତ ଏହି କର୍ମଶାଳାର ଆୟୋଜନ ମାଧ୍ୟମରେ ପ୍ରଥମ ଥର ପାଇଁ ଭାରତର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଥିବାରୁ ସେ ଟାଟା ଷ୍ଟିଲକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!