ଭୋଡାଫୋନ୍ ଏମ୍-ପେସା ଜରିଆରେ ଓଡ଼ିଶାବାସୀ ବିଦୁ୍ୟତ ବିଲ୍ ପଇଠ କରିପାରିବେ

10483117_352366508244226_275260116107351237_nଭୋଡାଫୋନ୍ ଏମ୍-ପେସା, ଭୋଡାଫୋନ୍ ପକ୍ଷରୁ ଏକ ସ୍ୱତନ୍ତ୍ର ତଥା ନୂତନ ଡିଜିଟାଲ୍ ୱାଲେଟ୍ ସେବା ଯାହା ଜରିଆରେ ମନି ଟ୍ରାନ୍ସଫର, ବିଲ୍ ଓ ୟୁଟିଲିଟି ବିଲ୍ ପଇଠ, ମର୍ଚାଂଟ୍ ପେମେଂଟ୍ ଓ ବିଜ୍ନେସ୍ ସଲୁ୍ୟସନ୍ସ ସୁବିଧା ଉପଲବ୍ଧ ହେଉଛି । ଭୋଡାଫୋନ୍ ଏମ୍-ପେସା ପକ୍ଷରୁ ଓଡ଼ିଶା ଡିସ୍କମ୍ (ନେସ୍କୋ, ୱେସ୍କୋ ଓ ସାଉଥ୍କୋ) ସହ ବୁଝାମଣା କରାଯାଇଛି ଯାହା ଦ୍ୱାରା ଓଡ଼ିଶାର ନିୟୁତାଧିକ ଲୋକ ସହଜରେ, ସୁବିଧାରେ ସେମାନଙ୍କ ବିଦୁ୍ୟତ ବିଲ୍ ତକ୍ରାଳ ପଇଠ କରିପାରିବେ । ଭୋଡାଫୋନ୍ ଏମ୍-ପେସା ଗ୍ରାହକମାନଙ୍କୁ ଏକ ସୁରକ୍ଷିତ କ୍ୟାସ୍ଲେସ୍ ପ୍ଲାଟଫର୍ମ ବିଦୁ୍ୟତ ବିଲ୍ ପଇଠ ପାଇଁ ଏହାର ବୃହତ ଏଜେଂଟ୍ ନେଟୱର୍କ ( କିମ୍ବା କ୍ୟାସ୍ ଇନ୍ ପଏଂଟ୍) ଜରିଆରେ ପ୍ରଦାନ କରୁଛି ଯାହା ନଗଦ ଅର୍ଥ ରଖିଥିବା ଲୋକମାନଙ୍କୁ ଡିଜିଟାଇଜେସନ୍ ମନି ସୁବିଧା ଯୋଗାଇ ଦେଉଛି ।

ଭୋଡାଫୋନ୍ର ନିଜସ୍ୱ କଂପାନି ପରିଚାଳିତ ଷ୍ଟୋର୍, ଫ୍ରାଚାଂଇଜ୍ ଓ ମଲ୍ଟି ବ୍ରାଣ୍ଡ୍ ଆଉଟ୍ଲେଟ୍ ସହିତ ୩୦୦୦ରୁ ଅଧିକ ଆଉଟ୍ଲେଟ୍ (କ୍ୟାସ୍ ଇନ୍ ପଏଂଟ୍) ରହିଛି । ଏହି କ୍ୟାସ୍ ଇନ୍ ପଏଂଟ୍ଗୁଡ଼ିକ ଲୋକମାନଙ୍କ ଟଙ୍କାକୁ ସହଜ ଓ ସୁବିଧାରେ ଡିଜିଟାଲ୍ ମନିରେ ପରିଣତ କରୁଛନ୍ତି ଯଦ୍ୱାରା ସେମାନେ ଇ-ବାଣିଜ୍ୟ/ଏମ୍ ବାଣିଜ୍ୟରେ ବିଲ୍ର ଡିଜିଟାଲ୍ ପେମେଂଟ୍ କରିପାରୁଛନ୍ତି । ବିଲ୍ ପେମେଂଟ୍ ଟଚ୍ ପଏଂଟ୍ଗୁଡ଼ିକ ସବୁ ଆଡ଼େ କୋଣ ଅନୁକୋଣରେ ରହିଛି । ଓଡ଼ିଶାରେ ଭୋଡାଫୋନ୍ର ୪୩ଟି ବ୍ରାଣ୍ଡ୍ ଷ୍ଟୋର୍ ରହିଛି ।
ତ୍ତ
ଭୋଡାଫୋନ୍ ଏମ୍-ପେସା ଜରିଆରେ ତକ୍ରାଳ ବିଦୁ୍ୟତ ବିଲ୍ ପଇଠର ଲାଭ ଉଠାଇବା ପାଇଁ ଓଡ଼ିଶାବାସୀଙ୍କୁ ସ୍ୱାଗତ କରିବା ସହ ଦୀପକ ସାଲୁଜା, ବ୍ୟବସାୟ ମୁଖ୍ୟ-ଓଡ଼ିଶା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, ଆମ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଆମେ ନୂତନ ଓ ସୁବିଧାଜନକ ସେବା ଲୋକମାନଙ୍କୁ ପ୍ରଦାନ କରିବାକୁ ନିରନ୍ତର ଉଦ୍ୟମ କରୁଛୁ । ଓଡ଼ିଶା ଡିସ୍କମ୍ (ନେସ୍କୋ, ୱେସ୍କୋ ଓ ସାଉଥକୋ) ସହ ଭୋଡାଫୋନ୍ ଏମ୍-ପେସାର ସହଭାଗିତା, ଏଭଳି ଏକ ଅଭିଯାନ ଯାହା ମୋବାଇଲ୍ ଫୋନ୍ ଜରିଆରେ ସୁବିଧାରେ, ଉଚିତ ସମୟରେ ଓ କ୍ୟାସସେଲ୍ ବିଦୁ୍ୟତ ବିଲ୍ ପଇଠ କରିବା ଦିଗରେ ରହିଥିବା ଅଭାବକୁ ପୂରଣ କରୁଛି ।’’

ଗ୍ରାହକମାନେ ବିଭିନ୍ନ ପ୍ରକାର ଏମ୍-ପେସାକୁ ହାସଲ କରିପାରିବେ । ଏମ୍-ପେସା୍କୁ ସ୍ମାର୍ଟଫୋନ୍ରେ ଡାଉନ୍ଲୋଡ୍ କରି କିମ୍ବା ଯେ କୌଣସି ଫିଚର୍ ଫୋନ୍ରୁ ଏକ ୟୁଏସ୍ଏସ୍ଡି କୋଡ୍ ଡାଏଲ୍ କରି ଏହାକୁ ହାସଲ କରିହେବ । ଓଡ଼ିଶା ବିଦୁ୍ୟତ ବୋର୍ଡର ଗ୍ରାହକମାନଙ୍କୁ ସୁବିଧାରେ ଓ ସହଜରେ ତକ୍ରାଳ ବିଦୁ୍ୟତ ବିଲ୍ ପଇଠ କରିବାର ସୁବତଧା ପ୍ରଦାନ କରି ଏହି ବ୍ୟବସ୍ଥା ଜରିଆରେ ଆର୍ଥିକ ଅନ୍ତୁର୍ଭକ୍ତିକରଣକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । ଏକ ଅତିରିକ୍ତ ସୁବିଧା ଭାବେ, ନୂଆ ଏମ୍-ପେସା ଗ୍ରାହକମାନେ ଆପ୍ ଜରିଆରେ ପେମେଂଟ୍ କଲେ ୫% କ୍ୟାସ୍ ବ୍ୟାକ୍ (୩ ମାସ ପାଇଁ ସର୍ବାଧିକ କ୍ୟାସ୍ ବ୍ୟାକ୍ ୫୦ ଟଙ୍କା) ପାଇପାରିବେ ।

ଏହି ସେବା ବିଷୟରେ ଅଧିକ ବର୍ଣ୍ଣନା କରି, ସୁରେଶ ସେଠି, ବ୍ୟବସାୟ ମୁଖ୍ୟ, ଏମ୍-ପେସା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ଆମେ ଏମ୍ ପେସା (ମୋବାଇଲ୍ ୱାଲେଟ୍) ଜରିଆରେ ସୁରକ୍ଷିତ ଶୀଘ୍ର ଓ ସୁବିଧାଜନକ ଉପାୟରେ ଲୋକଙ୍କ ପାଖକୁ ବ୍ୟାଙ୍କ ଆଣି ପାରିଥିବାରୁ ଆମେ ବହୁତ ଉଲ୍ଲସିତ । ଏହି ବ୍ୟବସ୍ଥା ଜରିଆରେ, ଗ୍ରାହକମାନେ ଏବେ ସହଜ ଓ ସୁବିଧାରେ ବିଦୁ୍ୟତ ବିଲ୍ ପଇଠ କରିବାର ବ୍ୟାପକ ଟଚ୍ ପଏଂଟ୍ ହାସଲ କରିପାରିବେ । ପ୍ରୋସେସ୍ ଅଟୋମେସନ୍ଠାରୁ ଆରମ୍ଭ କରି ତକ୍ରାଳ ଓ ସୁରକ୍ଷିତ କାରବାର ପାଇଁ ଆମେ ଏମ୍-ପେସା ପକ୍ଷରୁ ନିଶ୍ଚିତ ଯେ ଓଡ଼ିଶାର ଲୋକମାନଙ୍କ ପାଇଁ ପରିବର୍ତିତ ସୁବିଧା ପ୍ରଦାନ କରିପାରିବୁ ଓ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଇ ପାରିବୁ । ’’

ବ୍ୟାଙ୍କ ପହଂଚି ନ ଥିବା ଓ କମ୍ ବ୍ୟାଙ୍କ ପହଂଚିଥିବା ଗ୍ରାହକମାନଙ୍କ ମୋବାଇଲ୍ରେ ବ୍ୟାଙ୍କ ଆଣିବା ପାଇଁ ଏମ୍-ପେସା ହେଉଛି ସୁରକ୍ଷିତ, ଶୀଘ୍ର ଓ ସୁବିଧାଜନକ ଉପାୟ । ପୁନଶ୍ଚ, ୧୨୦,୦୦୦ କ୍ୟାସ୍ ଇନ୍ ପଏଂଟ୍ ଓ ୫.୪ ନିୟୁତ ଗ୍ରାହକଙ୍କ ସହ ଭୋଡାଫୋନ୍ ଏମ୍-ପେସା ହେଉଛଇ ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ ବିଜନେସ୍ କରେସ୍ପଣ୍ଡେଂଟ୍ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଏମ୍-ବାଣିଜ୍ୟ କ୍ଷେତ୍ରରେ ଏମ୍-ପେସା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ମୋବାଇଲ୍ ପେମେଂଟ୍ରେ ଭୋଡାଫୋନ୍ର ରହିଥିବା ବିଶ୍ୱ ସ୍ତରୀୟ ଅଭିଜ୍ଞତା ଓ ଭାରତରେ ଉଲ୍ଲେଖନୀୟ ବିତରଣ ଉପଲବ୍ଧତା ସହିତ ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁରକ୍ଷିତ ଆର୍ଥିକ କାରବାରକୁ ଏମ୍-ପେସା ପ୍ରଭାବୀ ଢ଼ଂଗରେ ପ୍ରଦାନ କରିପାରିଛି ।

Share in top social networks!