୨ଟା ମେଗା ଅଲଟ୍ରା ମେଗା ପାୱାର ପ୍ଳାଣ୍ଟ ହରାଇବ ଓଡିଶା: ବିଜେପି

13627010_1728973067319703_2397619849671738412_nରାଜ୍ୟରେ ଦୁଇଟି ବୃହତ ଶକ୍ତି ପ୍ରକଳ୍ପର ସ୍ଥାପନା ପାଇଁ ସେଂଟ୍ରାଲ ଇଲେକ୍ଟିସିଟି ଅଥରିଟି ପ୍ରସ୍ତାବ ଦେଇଛନ୍ତି । ମାତ୍ର ପ୍ରକଳ୍ପର ପ୍ରତିଷ୍ଠା ପରିବର୍ତେ ଅପାରଗ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନନେଇ ପାରିବା ଅତି ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ୍ ମହାନ୍ତି କହିଛନ୍ତି ।
ପ୍ରକାଶ ଥାଉକି କେନ୍ଦ୍ରର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଉଚ୍ଚ ପ୍ରତିନିଧିଦଳ ରାଜ୍ୟ ସରକାରଙ୍କ ସହଯୋଗରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲ ଅର୍ନ୍ତଗତ ବିଜୟପାଟଣା ଏବଂ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସବ୍ ଡିଭିଜନ ଅର୍ନ୍ତଗତ ନର୍ଲାଠାରେ ଦୁଇଟି ବୃହତ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ବିଦ୍ୟୁତ ପ୍ରାଧିକରଣ ପ୍ରସ୍ତାବ ଦେଇଥିଲେ । ଏହାଦ୍ୱାରା ପ୍ରତ୍ୟେକ ପ୍ରକଳ୍ପକୁ ୨୦୦୦ ମେଗାୱାଟ୍ ଶକ୍ତି ଉତ୍ପନ୍ନ ହୋଇଥାନ୍ତା । ୨୦୧୬ ମସିହାରେ କେନ୍ଦ୍ର ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୩୦ ହଜାର କୋଟି ଟଙ୍କାର ଅର୍ଥ ମଂଜୁରୀ ମଧ୍ୟ କରିଛନ୍ତି । ମାତ୍ର ଅପାରଗ ଓ ସ୍ଥାଣୁ ପାଲଟିଥିବା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ବର୍ତମାନ ସୁଦ୍ଧା କୋ÷ଣସି ପଦକ୍ଷେପ ନିଆଯାଇନାହିଁ । କେବଳ କେନ୍ଦ୍ର ଅବହେଳା କହି ନିଜ ମୁଣ୍ଡରୁ ଦୋଷ ଛଡାଉଥିବା ଏହି ସ୍ଥାଣୁ ରାଜ୍ୟ ସରକାର ଓଡିଶା ବାସୀଙ୍କ ପାଇଁ ବୋଝ୍ ସଦୃଶ୍ୟ ବୋଲି ବେଜେପିର ପ୍ରବକ୍ତା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

Share in top social networks!