ପ୍ରଧାନମନ୍ତୀଙ୍କ ରାଷ୍ଟ୍ରଭାବନା ନଥିବା ଦାମବାବୁଙ୍କ ଆରୋପ ଦୁର୍ଭାଗ୍ୟଜନକ ଏବଂ ହାତ୍ସ୍ୟାସ୍ପଦ : ସମୀର ମହାନ୍ତି

13612125_875768035887235_8769032187623952427_nମହାନଦୀ ପାଣିକୁ ନେଇ ଛତିଶଗଡରେ ଯେଉଁ ସମସ୍ୟା ସୃଷ୍ଟି କରିଛି ସେଥିପାଇଁ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କର ରାଷ୍ଟ୍ରୀୟ ଭାବନା ନାହିଁ ବୋଲି ଦାମବାବୁଙ୍କ ବିବୃତି ଉପରେ ମତଦେଇ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ମନ୍ତ୍ରୀ ଡ.ଦାମୋଦର ରାଉତ ବର୍ତମାନ ନିଜ ଦଳରେ କୋଣଠେସା ହୋଇଯାଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବିବୃତି ଦେଇ ସର୍ବଦା ବିବାଦରେ ରହିବା ତାଙ୍କର ଅଭ୍ୟାସ ।

ଏହାକରି ସବୁବେଳେ ଗଣମାଧ୍ୟମରେ ରହିବାକୁ ସେ ଚେଷ୍ଟା କରିଥାଆନ୍ତି । ଆଜିର ପ୍ରଧାନମନ୍ତୀ ମାନନୀୟ ନରେନ୍ଦ୍ର ମୋଦୀ ଯେଉଁ ଆଦର୍ଶବାଦରେ ବିଶ୍ୱାସ କରି ନିଜ ଜୀବନକୁ ଉସôର୍ଗ କରିଛନ୍ତି ତାହା ଦାମବାବୁଙ୍କୁ ଭଲ ଭାବେ ଜଣା । ରାଷ୍ଟ୍ରୀୟ ଭାବନାହିଁ ଏ ଆଦର୍ଶବାଦର ମୋ÷ଳିକ ବିଷୟ । ସମୟର ଆବଶ୍ୟକତା ଅନୁସାରେ ନବୀନ ବାବୁଙ୍କୁ ଖୁସି କରିବା ପାଇଁ ଏଭଳି ବିବୃତି ଦେବାରେ ସେ ଯେ ମାହିର ଏକଥା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି । ବରଂ ମୁଖ୍ୟମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ଆଦର୍ଶବାଦ କହିଥିଲେ, ମୁଖ୍ୟମନ୍ତ୍ରୀ ତାଙ୍କର ଚୈାକି ବଂଚାଇ ରଖିବାରେ ସହାୟକ ହେବେ ବୋଲି ଶ୍ରୀ ମହାନ୍ତି ତାତ୍ସଲ୍ୟ କରି କହିଛନ୍ତି । ତାଙ୍କର ଏହିଭଳି ଆରୋପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମନ୍ତ୍ରୀ ଡ.ରାଉତଙ୍କ ନିଜ ଅଧିନରେ ଥିବା ସମବାୟ ବିଭାଗଟି ସଂପୂର୍ଣ୍ଣ ଭାବେ ଭୁଷୁଡିଯାଇଛି । ସେଲଫ ହେଲଫ କୋପରେଟିଭ ଆଇନ୍ ମାଧ୍ୟମରେ ଆଜି ଚିଟଫଣ୍ଡ ଭଳି ଏକ ମହାର୍ଦୁନୀତି ରାଜ୍ୟରେ ସମ୍ଭବ ହୋଇପାରିଛି । ତାଙ୍କ ଅଧିନରେ ଥିବା ସମବାୟ ବିଭାଗର ନିଷ୍କ୍ରିୟତା କାରଣରୁ ରାଜ୍ୟରେ ଚାଷୀମାନେ ଠିକ୍ ସମୟରେ ଋଣ ପାଇ ନାହାନ୍ତି । ଏପରିକି ମରୁଡି ସହାୟତ ଦେବାରେ ମଧ୍ୟ ରାଜ୍ୟ ସରକାର ବିଫଳ । ରାଜ୍ୟର ୯୩ ଭାଗ ଚାଷୀ ଆଜି ମଧ୍ୟ ମରୁଡି ସହାୟତା ପାଇ ନଥିବା ବେଳେ ରାଜ୍ୟ ସରକାର ନିଜ ଅପାରଗତା ଓ ସ୍ଥାଣୁତାକୁ ଘୋଡାଇବାର ପ୍ରୟାସ କରିବାକୁ ‘କେନ୍ଦ୍ର ଅବହେଳା’ ନାରା ଦେବାରେ ହିଁ ବ୍ୟସ୍ତ ତାହା କେତେଦୂର ଯଥାର୍ଥ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସେହିପରି ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟାପକ ମଦଦୋକାନ ଖୋଲି ତାଙ୍କ ଯେଉଁ ପାରିବା ପଣିଆର ପରିଚୟ ଦେଇଛନ୍ତି, ତାହା ସମସ୍ତଙ୍କୁ ଜଣା । ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ ପରିବର୍ତେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନିଜ ପାରିବାପଣିଆ ବିଷୟରେ ସଚେତନ ହେବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

Share in top social networks!