ଆରଏସ୍ଏସ୍ ତରଫରୁ ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟ

rsssରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବା ବିଭାଗ ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ପବିତ୍ର ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବର୍ଷ ୯ ଧରଣର ସେବା ଯୋଗାଇ ଦିଆଯାଉଛି । ଆରଏସ୍ଏସ୍ ତରଫରୁ ଏହି ସେବା ସୁନାବେଶ ପର୍ଯ୍ୟନ୍ତ ଚାଲୁ ରହିବ । ରେଲୱେ ଷ୍ଟେସନ, ଗୁଣ୍ଡିଚା ମନ୍ଦିର ଓ ବଡ ଦାଣ୍ଡରେ ୭ ଜଣ ଡାକ୍ତର ଓ ୪୯ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଉଛି । ଏଥିରେ ରୋଗୀମାନଙ୍କୁ ଚିକିତ୍ସା କରି ନିଶୁଳ୍କ ଔଷଧ ବିତରଣ କରାଯାଉଛି । ୩ଟି ଆମ୍ବୁଲାନ୍ସ ସେବାରେ ୩୦ ସ୍ୱୟଂସେବକ ଲାଗିଛନ୍ତି ।

ଏହା ବ୍ୟତୀତ ୧୦ ଟି ଷ୍ଟ୍ରେଚର ସାହଯ୍ୟରେ ୫୦ ଜଣ ସ୍ୱୟଂସେବକ ରୋଗୀମାନଙ୍କୁ ଡାକ୍ତର ଖାନାରେ ପହଁଞ୍ଚାଇବା ପାଇଁ ଲାଗିଛନ୍ତି ଏବଂ ସମସ୍ତ ପିଡୀତଙ୍କୁ ୩ଟି ଡାକ୍ତର ଖାନାରେ ସେବା ଓ ସହାୟତା ପ୍ରଦାନ କରିବା ପାଇଁ ୫୫ ଜଣ ସ୍ୱୟଂସେବକ ମୁତୟନ ଅଛନ୍ତି । ତୀର୍ଥଯାତ୍ରୀ ମାନଙ୍କୁ ୧୨ଟି ନିର୍ଦ୍ଧାରିତ ସ୍ଥାନରେ ୨୪୦ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ରାସ୍ତା ବତାଇବା ତଥା ଯାତ୍ରୀ ଭିଡ ପ୍ରତିହତ କରିବା, ୧୦ଟି ସ୍ଥାନରେ ୧୨୦ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ଯାତ୍ରୀମାନଙ୍କୁ ପାଣି ପାଉଚ୍ ବିନା ବିଶୁଦ୍ଧ ଜଳ ବଂଟନ କରାଯାଉଛି । ପୁରୀ ମନ୍ଦିର ଚତୁର୍ପାଶ୍ୱ ଏବଂ ବଡଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୩୦୦ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ସ୍ୱଚ୍ଛତା, ପରିମଳ ଓ ପଲିଥିନ ମୁକ୍ତ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ରଥ ପାଖରୁ ଡାକ୍ତର ଖାନା ପର୍ଯନ୍ତ କିପରି ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚô ପାରିବ ସେଥିପାଇଁ ଏକ କରିଡର ତିଆରି ହୋଇଛି । ଏହି କରିଡରରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ସ୍ୱୟସେବକ ମୁତୟନ ଅଛନ୍ତି । ସଂଘର କ୍ଷେତ୍ରସେବା ପ୍ରମୁଖ ଶ୍ରୀ ଜଗଦୀଶ ପ୍ରସାଦ ଖାଡଙ୍ଗା, କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଦ ଗୋସ୍ୱାମୀ, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳଙ୍କ ନେତୃତରେ ପ୍ରାୟ ୧୧୪୪ ଜଣ ସ୍ୱୟଂସେବକ ଏହି ସେବାକାମରେ ଲାଗିଛନ୍ତି ବୋଲି ସଂଘର ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ପ୍ରକାଶ ।

Share in top social networks!