ସାରଦର ହ୍ରାସ ଏବଂ ୪% ସୁଧରେ ପ୍ରତି ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ଘୋଷଣା ଚାଷୀ ସମାଜ ପାଇଁ ଲାଭଦାୟକ : ବିଜେପି

bjppanda “ଜମିନ୍ ବଚାଓ, କିଶାନ ବଚାଓ” ନାରା ଦେଉଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସର୍ବଦା ଚାଷୀକୂଳ ପାଇଁ ଚିନ୍ତିତ । ଆଜି ଦିଲ୍ଲୀରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦ୍ୱାରା ପ୍ରତି ଚାଷୀକୁ ବର୍ଷକ ପାଇଁ ମାତ୍ର ୪ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ସାର ଦର ହ୍ରାସ ପାଇଁ ନିଷ୍ପତି ନିଆଯାଇଥିବାରୁ ଡିଏପି ସାର କେଜି ପ୍ରତି ୫ଟଙ୍କା ଏବଂ ଏମଓପି ସାର କେଜି ପ୍ରତି ୨ଟଙ୍କା ୫୦ ପଇସା ହ୍ରାସ କରାଯାଇଛି ।
ଅର୍ଥ ଏବଂ ସାର ବାଧକ ସୃଷ୍ଟି ହେଉଥିବାରୁ ଚାଷୀକୂଳ ମାନସିକ ଚାପରେ ଚାଷ କରିପାରୁନଥିଲେ । ତେଣୁ ଆସନ୍ତା ଖରିଫ ଋତୁକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଚାଷୀକୂଳ ପାଇଁ ଏହିଭଳି କଲ୍ୟାଣମୂଳକ ନିଷ୍ପତି ନେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ରାଜ୍ୟତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, କେନ୍ଦ୍ର ସାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!