ଛତିଶଗଡ଼ ସରକାରଙ୍କ ମହାନଦୀ ଉପରେ ମନମୁଖୀ ଭାବେ ଜଳଭଣ୍ଡାର ଓ ବନ୍ଧ ନିର୍ମାଣ ଦ୍ୱାରା ଓଡ଼ିଶାର ଚାଷୀକୂଳ ପ୍ରଭାବିତ ହେବେ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜୁ ଜନତା ଦଳର ଦାବି

bjddମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ଏହା କେବଳ ଏକ ନଦୀ ନୁହେଁ, ଓଡ଼ିଶାର ସଂହତି,ସଂସ୍କୃତି ଓ ସମୃଦ୍ଧିର ଏକ ଜୀବନ୍ତ ପ୍ରବାହ ଏବଂ ଏହି ମହାନଦୀର ଜଳକୁ ନେଇ ବିଜେପି ଶାସିତ ଛତିଶଗଡ଼ ସରକାର ବିଶ୍ୱାସଘାତକତା କରିଛନ୍ତି, ଯାହାକୁ ପରୋକ୍ଷରେ କେନ୍ଦ୍ର ଏନ୍‌ଡିଏ ସରକାର ପ୍ରୋତ୍ସାହିତ କରୁଛନ୍ତି । ଛତିଶଗଡ଼ ସରକାରଙ୍କ ମହାନଦୀ ଉପରେ ମନମୁଖୀ ଭାବେ ଜଳଭଣ୍ଡାର ଓ ବନ୍ଧ ନିର୍ମାଣ କରିବା ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ବ୍ୟାପକ ଅଞ୍ଚଳର ଚାଷୀକୂଳ ଓ ଜନସାଧାରଣ କ୍ଷତିଗ୍ରସ୍ତ ହେବେ ।

ଭାରତ ବର୍ଷର ପ୍ରଥମ ପର୍ଯ୍ୟାୟ ହୀରାକୁଦ ନଦୀବନ୍ଧର ଜଳପ୍ରବାହ ସଂକୁଚିତ ହେବା ସଂଗେ ଜଳଭଣ୍ଡାରକୁ ଜଳପ୍ରବାହ ମଧ୍ୟ ଏଥିରେ ବ୍ୟାପକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଏନେଇ ଗଭୀର ଉଦ୍‌ବେଗ ଜଣାଇଛନ୍ତି । ଓଡ଼ିଶା ମହାନଦୀ ବେସିନ୍‌ର ଅନ୍ୟତମ ପ୍ରମୁଖ ଅଂଶୀଦାର ହୋଇଥିବା ବେଳେ ସରକାରଙ୍କର ସହମତି ବିନା ଛତିଶଗଡ଼ ସରକାରଙ୍କ ଏକପାଖିଆ ନିଷ୍ପତ୍ତି ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି ବିଜୁ ଜନତା ଦଳ ଅଭିହୀତ କରିଛି ଏବଂ ତୁରନ୍ତ ଏହି ମନମୁଖୀ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରୁଛି ।

ହୀରାକୁଦ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନତାରେ ୧୯୭୫ ମସିହାରେ ସଂପୂର୍ଣ୍ଣ କରାଯାଇଛି । ଏହି ନଦବୀନ୍ଧକୁ ୮୪୯୯୪ ବର୍ଗ କିମି ଅଞ୍ଚଳରୁ ଜଳସଂଗ୍ରହ କରାଯାଉଛି । ଏହି ଆୟତନ ମଧ୍ୟରୁ ଛତିଶଗଡ଼ ରାଜ୍ୟରେ ୬୭୧୬୮ ବର୍ଗ କିମି ଅବସ୍ଥିତ ଯାହାକି ପ୍ରାୟ ଶତକଡ଼ା ୯୦ ପ୍ରତିଶତ ଅଟେ । ତେଣୁ ଏହି କ୍ୟାଚ୍‌ମେଣ୍ଟ ମଧ୍ୟରେ କୌଣସି ପ୍ରକାର ନୂତନ ନଦୀବନ୍ଧ ଯୋଜନା ତିଆରି କଲେ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡିବା ସୁନିଶ୍ଚିତ ।

ବର୍ତ୍ତମାନ ଜଳଭଣ୍ଡାରର କ୍ଷମତା ୪୮୨୧ ନିୟୁତ ଘନମିଟର । ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିରବଚ୍ଛିନ୍ନ ଭାବରେ ଗୋଟିକ ପରେ ଗୋଟିଏ ନଦୀବନ୍ଧ ଓ ବ୍ୟାରେଜ୍‌ ନିର୍ମାଣ କରିବା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆଗାମୀ ଦିନରେ ଜଳସମସ୍ୟା ସୃଷ୍ଟି କରିବାକୁ ଯାଉଛି । ବର୍ତ୍ତମାନ ଛତିଶଗଡ଼ ରାଜ୍ୟରେ ପ୍ରାୟ ୧୮ ଗୋଟି ବୃହତ୍‌ ପ୍ରକଳ୍ପ ଯୋଜନା, ୮ଟି ମଧ୍ୟମ ପ୍ରକଳ୍ପ ଯୋଜନା ଓ ୭ଟି ଆଡ଼ିବନ୍ଧ ପ୍ରକଳ୍ପ ଯୋଜନା ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି । ଏସବୁ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ମୌସୁମୀ ଓ ଅଣ ମୌସୁମୀ ପ୍ରବାହ କମିବା ସୁନିଶ୍ଚିତ ।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ରବି ଓ ଖରିଫ ଚାଷ ପାଇଁ ସିଧାସଳଖ ଭାବରେ ୨ଲକ୍ଷ ୬୭ ହଜାର ହେକ୍ଟର ଜମିକୁ ଜଳଯୋଗାଇ ଦିଆଯାଉଛି । ଏହାବ୍ୟତୀତ ହୀରାକୁଦ ଷ୍ଟେଜ୍‌-୧ ଓ ଷ୍ଟେଜ୍‌-୨ ପ୍ରକଳ୍ପରୁ ବିଦୁ୍ୟତ ଉତ୍ପାଦନ କ୍ଷମତା ୩୪୭ ମେଗାୱାଟ୍‌ ନିଶ୍ଚିତ ଭାବରେ ପ୍ରଭାବିତ ହେବ । ବର୍ତ୍ତମାନ ଯେତେଗୁଡିଏ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଛତିଶଗଡ଼ ସରକାର ହାତକୁ ନେଇଛନ୍ତି ସେ ସବୁ ପ୍ରକଳ୍ପର ବିସ୍ତୃତ ବିବରଣୀ ଓଡ଼ିଶା ସରକାରଙ୍କୁ ଅବଗତ କରାଇ ନାହାନ୍ତି । ମହାନଦୀ ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବାରୁ ଏହାର ସୁଷମ
ଜଳବଣ୍ଟନ ଓଡ଼ିଶାର ନାର୍ଯ୍ୟ ଅଧିକାର । ଏସବୁ ତଥ୍ୟ ଉପରେ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ତାଙ୍କର କୌଣସି ଦାୟିତ୍ୱ ଥିଲାଭଳି ମନେ
ହୁଏନାହିଁ । ଅରପା-ଭାଇସାଝର ପ୍ରକଳ୍ପର ଅନୁମତି ପାଇଁ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କୁ ପଠାଇଥିବା ପ୍ରସ୍ତାବ ଉପରେ ଓଡ଼ିଶା
ସରକାରଙ୍କର ଜଳସଂପଦ ବିଭାଗ ତାଙ୍କୁ ଓଡ଼ିଶାର ନାର୍ଯ୍ୟ ଅଧିକାର ବିଷୟରେ ସୂଚାଇ ଦେଇଛନ୍ତି । ଏହି ପ୍ରକଳ୍ପକୁ ଅନୁମତି ଦେବା ପୂର୍ବରୁ
ଓଡ଼ିଶାର ସମସ୍ତ ସ୍ୱାର୍ଥକୁ ଅଣଦେଖା ନକରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଅନୁରୋଧ କରାଯାଇଛି । ମହାନଦୀ ଏକ ଆନ୍ତଃରାଜ୍ୟ
ନଦୀ ହୋଇ ମଧ୍ୟ ଛତିଶଗଡ଼ ସରକାର ଅନେକଗୁଡିଏ ବ୍ୟାରେଜ୍‌ ପ୍ରକଳ୍ପକୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ବିନା ଅନୁମୋଦନରେ
ନିର୍ମାଣକାର୍ଯ୍ୟ କରିଯାଉଛନ୍ତି, ଯାହାକି ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ପାଇଁ ଉଦ୍‌ବେଗର ବିଷୟ । ଏହା ମଧ୍ୟରେ ସରାଡ଼ି ବ୍ୟାରେଜ୍‌ ଓ କଲମା
ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି । ଯେହେତୁ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଉଛି ଜଳସଂପଦ ବିଭାଗ ତାଙ୍କର
ପ୍ରତିବାଦ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଅବଗତ କରାଇଛନ୍ତି ।

ପ୍ରାୟ ୧୦ବର୍ଷ ତଳେ ଛତିଶଗଡ଼ ସରକାର ତେଲ ନଦୀ ଉପରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗ୍ରାମର ଅପର
ପାଶ୍ୱର୍ରେ ଉରମେଲ୍‌ ଠାରେ ଏକ ଚେକ୍‌ ଡ୍ୟାମ୍‌ର ନିର୍ମାଣ ଆରମ୍ଭ କରିଛନ୍ତି ଓ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୨ଟି ଗ୍ରାମ ଜଳମଗ୍ନ ହେବହାକୁ
ଯାଉଛି । ଓଡ଼ିଶା ସରକାରଙ୍କ ପ୍ରତିବାଦ ଫଳରେ ଏହି ପ୍ରକଳ୍ପ ଅର୍ଦ୍ଧ ସଂପୂର୍ଣ୍ଣ ଅବସ୍ଥାରେ ଅଟକିଛି । ଆନ୍ତଃରାଜ୍ୟ ନଦୀ ଜଳ ଆବଣ୍ଟନ ନୀତିକୁ
ଅବମାନନା କରି ଏକତରଫା ଭାବେ ଛତିଶଗଡ଼ ସରକାର ମହାନଦୀର ଉପନଦୀ କେଲୋ ଉପରେ ଏକ ଜଳଭଣ୍ଡାର କାର୍ଯ୍ୟର ଯୋଜନା
ଆରମ୍ଭ କରିଛନ୍ତି । ସେହିପରି ମହାନଦୀ ଉପରେ ତଣ୍ଡୁଲା ଜଳଭଣ୍ଡାର ଯୋଜନା ଓ ମହାନଦୀ-ପିଆରି ନଦୀ ସଂଯୋଗୀକରଣ ଯୋଜନା
ତିଆରି କରିଛନ୍ତି । ଏହି ୩ଟି ପ୍ରକଳ୍ପ ବୃହତ୍‌ ଯୋଜନା । ଏହି ଯୋଜନାଗୁଡିକ ଓଡ଼ିଶା ସରକାରଙ୍କ ବିନା ସହମତିରେ ନିର୍ମାଣ ହେଲେ
ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିବ ଓ ଓଡ଼ିଶା ପ୍ରଭୂତ ଭାବରେ କ୍ଷତିଗ୍ରସ୍ତ ହେବ । ଏହାଦ୍ୱାରା ପଶ୍ଚିମ, ମଧ୍ୟ ଓ ଉପକୂଳ ଓଡ଼ିଶାର
୪୭୩ ବର୍ଗ କିମି ଅଞ୍ଚଳରେ ଜଳ ସଂରକ୍ଷଣ କ୍ଷମତା ଓ ଜଳ ସେଚନ ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ
ଜଳ ଆୟୋଗ ଛତିଶଗଡ଼ ରାଜ୍ୟକୁ ଏପରି ଏକତରଫା କାର୍ଯ୍ୟରୁ ନିବୃତ ରହିବାକୁ ନିଦେ୍ର୍ଦଶ ଦେବାର ଆବଶ୍ୟକତା ରହିଛି ।
ଉପରୋକ୍ତ କାର୍ଯ୍ୟକୁ ଅନୁଧ୍ୟାନ କଲେ ଛତିଶଗଡ଼ ସରକାରଙ୍କ ମନ୍ଦ ଉଦେ୍ଦଶ୍ୟ ପରିଲକ୍ଷିତ ହେଉଛି ଯାହା ସଂଘୀୟ ବ୍ୟବସ୍ଥାର
ପରିପନ୍ଥୀ ।
ସାବେରୀ ନଦରୁ ଏକତରଫା ଭାବେ ଜଳ ଉତ୍ତୋଳନ ଓଡ଼ିଶା ପାଇଁ ମଧ୍ୟ ଅସୁବିଧାର ସୃଷ୍ଟି କରିବ । କୋରାପୁଟ ଜିଲ୍ଲାର କୋଟଗଡ଼
ବ୍ଲକରେ ସାବେରୀ ନଦରୁ ଇନ୍‌ଟେକ୍‌ ୱେଲ ମାଧ୍ୟମରେ ଜଳ ଉତ୍ତୋଳନ କରି ଛତିଶଗଡ଼ର ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟକୁ ଜଳଯୋଗାଣ
ଓଡ଼ିଶା ସରକାରଙ୍କ ନଜରକୁ ଆସିଛି । ଏ ସଂପର୍କରେ ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।
ମହାନଦୀ କ୍ଷେତ୍ର ହେଉ ବା ସାବେରୀ ନଦୀ ହେଉ ଶିଳ୍ପ ପାଇଁ ଜଳ ଉତ୍ତୋଳନ ଅନୁଚିତ୍‌ । ଛତିଶଗଡ଼ ସରକାର ଏଥିରେ ବ୍ୟତିକ୍ରମ
କରିଥିବାରୁ ଓଡ଼ିଶା ସରକାର ଏହାର ପ୍ରତିବାଦ କରିଛନ୍ତି ।
ପୋଲାଭରମ୍‌ କ୍ଷେତ୍ରରେ ଓଡ଼ିଶାର ଆଦିବାସୀ ଅଧିବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସେତେବେଳର ‘ଉପା’ ଓ ବର୍ତ୍ତମାନର କେନ୍ଦ୍ର
ସରକାରଙ୍କ ଆନ୍ଧ୍ର ସରକାରଙ୍କ ପ୍ରତି ପକ୍ଷପାତିତା ଜଳଜଳ ହୋଇ ଦେଖାଯାଉଥିବା ବେଳେ ବିଜେପି ଶାସନାଧୀନ ଛତିଶଗଡ଼ ସରକାରର
ମହାନଦୀ ଓ ସାବେରୀ ନଦୀ ଉପରେ ଓଡ଼ିଶାର ହକ୍‌କୁ ଅଭିସନ୍ଧିମୂଳକ ଭାବେ ପ୍ରତ୍ୟାଖ୍ୟାନ, କଟା ଘା’ରେ ଚୂନ ଦେବା ସହ ସମାନ ।
ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏଭଳି ଏକ ପାଖିଆ ନିଷ୍ପତ୍ତି ଓ ଯୋଜନାରୁ ନିବୃତ ନହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ
ସ୍ୱାର୍ଥରକ୍ଷା ପାଇଁ ଯେ କୌଣସି ଆନେ୍ଦାନଳାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବ । ମୋଟ ଉପରେ କହିବାକୁ ଗଲେ ଛତିଶଗଡ଼ ସରକାର
ଯେଉଁ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି ତାହା ସଂପୂର୍ଣ୍ଣ ରୂପେ ଓଡ଼ିଶା ବିରୋଧୀ । ଏହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଏ
ସଂପର୍କରେ କେନ୍ଦ୍ର ଯୁଦ୍ଧକାଳୀନ ଭିତ୍ତିରେ ହସ୍ତକ୍ଷେପ ନକଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ରୂପ ନେବ ବୋଲି ଆଜି ଏକ
ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଉପ-ସଭାପତି ତଥା ମାନ୍ୟବର ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ ଜନତା ଦଳ ସାଧାରଣ
ସଂପାଦକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜୁ ଯୁବ ଜନତା ରାଜ୍ୟ ସଭାପତି ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସଂଜୟ କୁମାର
ଦାସବର୍ମା, ମାନ୍ୟବର ସରକାରୀ ଉପ-ମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ପ୍ରତାପ
କେଶରୀ ଦେବ କହିଛନ୍ତି ।

Share in top social networks!