ଓଜେଇ website ସଂପୂର୍ଣ୍ଣ ଭାବରେ ସୁରକ୍ଷିତ

OJEEଜୁଲାଇ ୧ ତାରିଖରୁ ବି.ଟେକ୍ ପ୍ରଥମ ବର୍ଷ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛିା ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଚାରିତ ନକଲି ଓଜେଇ େଓ୍ୱବ୍ସାଇଟ୍ ସଂପର୍କରେ ଏକ ସମୀକ୍ଷା ବୈଠକ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଓଜେଇଇର ଅଧ୍ୟକ୍ଷ ଶ୍ରୀ ତୁଷାରକାନ୍ତ ନାଥ ଓଜେଇ ସରକାରୀ େଓ୍ୱବ୍ସାଇଟ୍ www.ଞ୍ଚଜ୍ଞee.nic.in ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛି ବୋଲି ପ୍ରକାଶ କରିଥ#ଲେ ଓ ସ୍ପଷ୍ଟ କରିଥ#ଲେ କି ଓଜେଇର କୌଣସି ନକଲି େଓ୍ୱବ୍ସାଇଟ୍ ନଜରକୁ ଆସିନାହିାଁ ଏ ସଂପର୍କରେ ଓପିଇସିଏର ସଂପାଦକଙ୍କୁ ଯୋଗାଯୋଗ କରିଥ#ଲେ ଏବଂ ସେ ମଧ୍ୟ ଏ ସମ୍ବନ୍ଧରେ କୌଣସି ତଥ୍ୟ ଦେଇପାରି ନାହାଁନ୍ତିା
କୌଣସି ନକଲି େଓ୍ୱବ୍ସାଇଟ୍ର ସୂଚନା ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ସୂଚନା ଦେଇଥ#ଲୋ
ରାଜ୍ୟର ବୈଷୟିକ ଶିକ୍ଷାରେ ନାମ ଲେଖାଇବା ପ୍ରକ୍ରିୟାରେ ଆଶାୟୀ ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଗଣମାଧ୍ୟମ ଏହି ସମ୍ବାଦକୁ ସଠିକ୍ ଭାବେ ପ୍ରସାରଣ ଓ ପ୍ରକାଶିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ନିବେଦନ କରିଛନ୍ତିା
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଜଗନ୍ନାଥ ମହାନ୍ତି ଓ ଯୁଗ୍ମ ଶାସନ ସଚିବ ଡ. ଅଜୟ କୁମାର ନାୟକ ଉପସ୍ଥିତ ଥ#ଲୋ

Share in top social networks!