ଓଡ଼ିଶା ଜୀବିକା ମିଶନର “ମିଶନ ୨,୬୪’ ଲୋକାର୍ପିତ

jibikamissionଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନର “ମିଶନ ୨,୬୪’ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଭୁବନେଶ୍ୱରର ମେ-ଫେୟାର ହୋଟେଲ୍ରେ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛିା ଏହି ମିଶନକୁ ଲୋକର୍ପିତ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ଓଡ଼ିଶା ଜୀବିକା ମିଶନରେ ଅଦ୍ୟାବଧ# ରାଜ୍ୟର ଗ୍ରାମାଞ୍ଚଳର ୨.୯୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛିା

ଗ୍ରାମ୍ୟ ଉନ୍ନୟନ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମଗୁଡିକୁ ଏକତ୍ର କରି କାର୍ଯ୍ୟକାରୀ କଲେ ଗ୍ରାମାଞ୍ଚଳର ଲୋକଙ୍କର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବା ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଏକ ବଳିଷ୍ଠ ମଞ୍ଚ ପ୍ରଦାନ କରୁଛି ଏବଂ ମିଶନରେ କାର୍ଯ୍ୟରତ ସକି୍ରୟ ଗୋଷ୍ଠିଭିତ୍ତିକ କର୍ମୀମାନଙ୍କ ଦ୍ୱାରା ଅନ୍ୟ ବିଭାଗର କାର୍ଯ୍ୟକ୍ରମମାନ ମଧ୍ୟ ସୁଚାରୁ ରୂପେ ରୂପାୟନ କରାଯାଇ ପାରିବା କୃଷି ଏକ ବ୍ୟାପକ କ୍ଷେତ୍ର ହୋଇଥ#ବାରୁ ଏହାକୁ ଗୁରୁତ୍ୱ ଦେଲେ ପର୍ଯ୍ୟାପ୍ତ ନିୟୋଜନ ସୃଷ୍ଟି ହୋଇପାରିବା ଗ୍ରାମାଞ୍ଚଳରେ ଜୀବନ ଓ ଜୀବିକା ତଥା ଭିତ୍ତିଭୂମିର ବିକାଶ ହେଲେ ସହରୀ ଓ ଗ୍ରାମ୍ୟ ଜୀବନ ମଧ୍ୟରେ ସନ୍ତୁଳନ ରହିବା ଲୋକମାନେ ସହରମୁଖୀ ହେବେ ନାହିାଁ ଉନ୍ନତମାନର ଜୀବନ ଓ ଜୀବିକା ଉପଲବ୍ଧ କରାଇବା ଏହି ମିଶନର ଲକ୍ଷ୍ୟା ସମାଜର ସର୍ବାଙ୍ଗୀନ ବିକାଶ, ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତିର ଆଥ#ର୍କ ଓ ସାମାଜିକ ଉତ୍ଥାନ ଦ୍ୱାରା ସମାଜରୁ ଅସନ୍ତୁଳନ ହଟାଯାଇ ପାରିବା ଯେଉଁ ଗ୍ରାମାଞ୍ଚଳର ଗରିବ ଜନସାଧାରଣର ତ୍ୟାଗ ଯୋଗୁଁ ଆମେ ସୁଖସ୍ୱାଚ୍ଛନ୍ଦ୍ୟର ଜୀବନ ବିତାଉଛୁ ସେମାନଙ୍କୁ ପ୍ରତିଦାନରେ ଏକ ସୁରକ୍ଷିତ ତଥା ସମୃଦ୍ଧ ଜୀବନ ଦେବା ପାଇଁ ଆମେ ସଂକଳ୍ପବଦ୍ଧ ହେବା ଏବଂ ନିଷ୍ଠାପର ଭାବେ ପ୍ରଚେଷ୍ଟା କରିବାା ଏହି ମିଶନ ଜରିଆରେ ୮୮ଟି ବ୍ଲକ୍ର ୭୦୦ଟି ସଘନ ଗ୍ରାମପଞ୍ଚାୟତର ୨ ଲକ୍ଷ ୬୪ ହଜାର ୧୦୦ ପରିବାରଙ୍କୁ ଜୀବିକାର ବିକାଶରେ ସାମିଲ କରିବା ପାଇଁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥ#ଲୋ

ଏହାଛଡା ମନ୍ତ୍ରୀ ଡ. ସାହୁ ତ୍ରିପ୍ତୀ(TRଔPTଔ) ଯୋଜନାର ପୃଷ୍ଠଭୂମି ଏବଂ ଓଡ଼ିଶା ଜୀବିକା ମିଶନର ରୂପରେଖ, ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥ#ଲୋ
ବିଭାଗୀୟ ଶାସନ ସଚିବ ଶ୍ରୀ ଡି. କେ. ସିଂହ ତାଙ୍କ ବକ୍ତବ୍ୟରେ କହିଥ#ଲେ ଯେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଗ୍ରାମାଞ୍ଚଳରେ ଥ#ବା ସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି, ବ୍ୟାଙ୍କ ସଂଯୋଗ, ବୀମା ସୁବିଧା, ସୁରକ୍ଷିତ ଜୀବିକା ଉପଲବ୍ଧ ହୋଇପାରିବା ଏହା ଛଡା କୃଷି ଓ ଅଣକୃଷି କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଏହା ଉତ୍ପ୍ରେରକ ଭାବେ କାର୍ଯ୍ୟକରିବା ଏହି ଯୋଜନା ମାଧ୍ୟମରେ ଚିରନ୍ତନ କୃଷି, କୁକୁଡା ଓ ପଶୁପାଳନ, ଜଙ୍ଗଲଜାତ ଦ୍ରବ୍ୟ ଓ ଅଣକୃଷି କ୍ଷେତ୍ରରେ ସ୍ଥାୟୀ ଓ ସୁରକ୍ଷିତ ବିକାଶ ସମ୍ଭବ ହୋଇପାରିବା ଏହା ଛଡା କୃଷିମିତ୍ର, ପ୍ରାଣୀମିତ୍ର ଓ ଉଦ୍ୟୋଗୀ ମିତ୍ର ସୃଷ୍ଟି କରି ସେମାନଙ୍କ ମାଧ୍ୟମରେ ପରିବେଶ ସନ୍ତୁଳନ ସହ ଜୀବିକା ଅର୍ଜନର ପନ୍ଥା ବାହାର କରାଯାଇପାରିବ ବୋଲି ସେ କହିଥ#ଲୋ

ପ୍ରାରମ୍ଭରେ ଓଡ଼ିଶା ଜୀବିକା ମିଶନର ମିଶନ ନିର୍ଦ୍ଦେଶକ ଶ୍ରୀ ପ୍ରଣବଜ୍ୟୋତି ନାଥ ମିଶନ ୨,୬୪ର ରୂପରେଖ, ଜୀବିକା ମିଶନର ମାର୍ଗ ନିର୍ଦ୍ଧାରଣ ଏବଂ ମିଶନ ଓ ଓରମାସ୍ର ମିଳିତ ଉଦ୍ୟମରେ ଯେଉଁସବୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରାଯାଇଛି ସେ ସଂପର୍କରେ ଆଲୋକପାତ କରିଥ#ଲୋ ସେ କହିଥ#ଲେ ଯେ ଏହି ଯୋଜନାରେ ସାମିଲ ହୋଇଥ#ବା ପରିବାରମାନଙ୍କର ଜୀବିକା ସୁନିଶ୍ଚିତ କିରବା ପାଇଁ ଗୋଷ୍ଠୀ ବିନିଯୋଗ ପା=ି, ଆବର୍ତ୍ତନ ପା=ି, ବୀମା ସୁବିଧା ଓ ବ୍ୟାଙ୍କରୁ ୨ପ୍ରତିଶତ ବାର୍ଷିକ ସୁଧରେ ଋଣ ପ୍ରଦାନ କରାଯାଉଛିା ଏହି ଅବସରରେ ମାଷ୍ଟର ଗାଇଡ୍ଲାଇନ୍ସ, କୃଷିମିତ୍ର ଡାଏରୀ ମଞ୍ଚାସୀନ ଅତିଥ#ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥ#ଲାା କଟକ, ସୁନ୍ଦରଗଡ, ଗଜପତି ଓ ଦେଓଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟ ଅତିଥ# ପୁରସ୍କୃତ କରିଥ#ଲୋ ସଭା ପରେ ପରେ ଓଡ଼ିଶା ଜୀବିକା ମିଶନ ତଥା “ମିଶନ ୨,୬୪’ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥ#ଲାା ଏହି କର୍ମଶଳାରେ ମିଶନ ନିର୍ଦ୍ଦେଶକ ଶ୍ରୀ ନାଥଙ୍କ ସମେତ ଟିମ୍ଲିଡ୍ ଶ୍ରୀ ଶିଶିର ପ୍ରଧାନ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଭିନ୍ନ ସଂସ୍ଥାରୁ ଆସିଥ#ବା ପ୍ରତିନିଧ#ମାନେ ଅଂଶଗ୍ରହଣ କରିଥ#ଲୋ ଏହା ଛଡା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥ#ବା ଜଣେ ଜୀବିକା ମିଶନର ମୁଖ୍ୟ ପ୍ରଶିକ୍ଷକ, କୃଷିମିତ୍ର, ଗୋଷ୍ଠୀ ସାଧନ କର୍ମୀ, ପୋଷଣମିତ୍ର, ବ୍ୟାଙ୍କମିତ୍ର, ଉଦ୍ୟୋଗୀମିତ୍ର, ଏମ୍.ବି.କେ, ଇ.ଏଲ୍.ଏସ୍.ପି ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥ#ଲୋ

ଏହି ଲୋକାର୍ପଣ ଉତ୍ସବ ତଥା କର୍ମଶାଳାରେ ପଞ୍ଚାୟତିରାଜ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ,ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ ଅନୀଲ କୁମାର, ୩୦ଟି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ପ୍ରତିନିଧ#, ଅନ୍ୟ ବିଭାଗୀୟ ପଦାଧ#କାରୀ, ପଞ୍ଚାୟତିରାଜ ବିଭାଗର ବରିଷ୍ଠ ପଦାଧ#କାରୀ, ଓଡ଼ିଶା ଜୀବିକା ମିଶନର ଅଂଶୀଦାର ସେ୍ୱଚ୍ଛାସେବୀ ସଂସ୍ଥା, ଜିଲ୍ଲା ପ୍ରକଳ୍ପ ପରିଚାଳକ, ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ, ଉତ୍ପାଦକ ଗୋଷ୍ଠୀମାନଙ୍କର ପ୍ରତିନିଧ# ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥ#ଲୋ ପରିଶେଷରେ ଟିମ୍ଲିଡ୍ ଶ୍ରୀ ଶିଶିର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!