ଶ୍ରୀମନ୍ଦିରର ପାରିପାଶ୍ୱର୍କ ବିକାଶ କାମକୁ ହାତକୁ ନେଇଥିବାରୁ ନାଲ୍କୋକୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dharmendraଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲ୍କୋ) ପୁରୀ ଶ୍ରୀମନ୍ଦିରର ପାରିପାଶ୍ୱର୍କ ଉନ୍ନୟନ କାର୍ଯ୍ୟ କରିବା ପାଇଁ ଘୋଷଣା କରିଥ#ବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ନିଜର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟର ଅଂଶ ଭାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ୍ଦିରର ସଫେଇ, ପାରିପାଶ୍ୱର୍କ
ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭିତ୍ତିଭୂମି ବିକାଶ କରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛିା

ଏହି ଯୋଜନା କେନ୍ଦ୍ର ସରକାରଙ୍କର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହାତକୁ ନେଇଥ#ବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଶ୍ରୀ ପ୍ରଧାନ
ଧନ୍ୟବାଦ ଅର୍ପଣ କରିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଆତ୍ମ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକା ନରେନ୍ଦ୍ର ମୋଦୀଙ୍କ ସରକାର ସବୁବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସେବାରେ ସମର୍ପିତ ରହିଛିା ନବକଳେବର ଇତିହାସରେ ପ୍ରଥମଥର ପାଇଁ ଭାରତ ସରକାର ୫୦ କୋଟି ଟଙ୍କାର ସିଧା ସିଧା ଆଥ#ର୍କ ସହାୟତା ପ୍ରଦାନ କରିଥ#ଲୋ ନବକଳେବର ସମୟରେ ଭିତ୍ତିଭୂମିର ବିକାଶ ସମେତ ବର୍ତ୍ତମାନ ସମୟରେ ଜଗମୋହନ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମୋଦି ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖ#ଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

Share in top social networks!