ପ୍ରସାର ଭାରତୀ ଅଭିଲେଖାଗାର ଦ୍ୱାରା ପ୍ରସ୍ତୁତ “ଶ୍ରୀଜଗନ୍ନାଥ ଭଜନାବଳୀ ଭାଗ-୪ ଓ ଭାଗ-୫” ଶୀର୍ଷକ ଅଡିଓ ସିଡ଼ି ଉନ୍ମୋଚିତ

cddପ୍ରସାର ଭାରତୀ ଅଭିଲେଖାଗାର ଦ୍ୱାରା ଆକାଶବାଣୀ କଟକର ଲାଇବ୍ରେରୀରେ ଥିବା ପାରମ୍ପରିକ କବିମାନଙ୍କ ରଚନାରେ ସମୃଦ୍ଧ ଅତି ଲୋକପ୍ରିୟ ଜଗନ୍ନାଥ ଭଜନ ଏବଂ ଜଣାଣଗୁଡ଼ିକୁ ଅଡିଓ ସିଡ଼ି ଜରିଆରେ ଆଗ୍ରହୀ ଶ୍ରୋତାମାନଙ୍କ ନିକଟରେ ପହ୬ାଇବାର ପ୍ରୟାସକୁ ଖୁବ୍ ପ୍ରଶଂସା କରିଛନ୍ତି ଶ୍ରୀଜଗନ୍ନାଥ ଭଜନପ୍ରେମୀମାନେ ।

ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱରର ଜୟଦେବ ଭବନଠାରେ ପ୍ରସାର ଭାରତୀ ଅଭିଲେଖାଗାର ଦ୍ୱାରା ପ୍ରସ୍ତୁତ “ଶ୍ରୀଜଗନ୍ନାଥ ଭଜନାବଳୀ ଭାଗ-୪ ଓ ଭାଗ-୫” ଶୀର୍ଷକ ଦୁଇଟି ଅଡିଓ ସିଡ଼ି ଉନ୍ମୋଚିତ ହୋଇଯାଇଛି । ଆକାଶବାଣୀ କଟକ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏହି ଭଜନ ସିଡି ଉନ୍ମୋଚନ ଉତ୍ସବର ମୁଖ୍ୟ ଅତିଥି ଭାବେ ପୁରୀର ଗଜପତି ମହାରାଜା ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନାବଳୀ ଥିବା ଏହି ସିଡି ଦୁଇଟିକୁ ଉନ୍ମୋଚନ କରି ଆକାଶବାଣୀର ଏଭଳି ଏକ ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ ଯେ ଗତବର୍ଷ ନବକଳେବର ଅବସରରେ ପୁରୀ ରାଜନଅରରେ ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା “ଶ୍ରୀଜଗନ୍ନାଥ ଭଜନାବଳୀ ସିଡି” ସିରିଜର ପ୍ରଥମ ୩ଟି ଭାଗ । ଆଜି ଉନ୍ମୋଚିତ ହୋଇଥିବା ଭାଗ-୪ ଏବଂ ଭାଗ-୫ ରେ ରହିଛି ସାଲବେଗ, ସାରିଆ ଭିକ, ବନମାଳୀ, ଭୀମ ଭୋଇ, ଅଚୁ୍ୟତାନନ୍ଦ, ଅଭିରାମ ପରମହଂସ ପ୍ରଭୃତିଙ୍କ ରଚନାକୁ ନେଇ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ସ୍ୱରରେ ସମୃଦ୍ଧ ୩୦ ଗୋଟି ଶ୍ରୀଜଗନ୍ନାଥ ଭଜନ ଏବଂ ଜଣାଣ ।

ଉତ୍ସବର ସମ୍ମାନନୀୟ ଅତିଥି ପ୍ରସାର ଭାରତୀର ସଦସ୍ୟ (କାର୍ମିକ ବିଭାଗ) ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, ପ୍ରସାର ଭାରତୀର ଏଭଳି ଉଦ୍ୟମ ଏବଂ ପ୍ରୟାସ ସମ୍ପର୍କରେ ଶ୍ରୋତାଙ୍କୁ ଅବଗତ କରାଇଥିଲା ବେଳେ ଆକାଶବାଣୀ ଏବଂ ଦୂରଦର୍ଶନ ନିକଟରେ ଗଚ୍ଛିତ ଥିବା ବହୁ ଅମୂଲ୍ୟ ଅଡିଓ ଏବଂ ଭିଡିଓ ରେକର୍ଡିଂ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ଏଇଭଳି ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ଆଶା ପ୍ରକାଶ କରିଥିଲେ । ରଥଯାତ୍ରା ଅବସରରେ ଆଗ୍ରହୀ ଜନସାଧାରଣଙ୍କୁ ଏହି ସ୍ୱତନ୍ତ୍ର ସିଡ଼ିଗୁଡ଼ିକୁ ୩୦% ରିହାତି ମୂଲ୍ୟରେ ବିକ୍ରୀ କରାଯିବାର ବ୍ୟବସ୍ଥା ହୋଇଛି । ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀ କୃଷ୍ଣ କେଶବ ଷଡ଼ଙ୍ଗୀ ଜଗନ୍ନାଥଙ୍କ ମହିମା ଓ ଦର୍ଶନ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଉତ୍ସବରେ ଆକାଶବାଣୀ ମହାନିଦେ୍ର୍ଦଶାଳୟର ଅତିରିକ୍ତ ମହାନିଦେ୍ର୍ଦଶକ ଶ୍ରୀ ଏମ୍.ଏସ୍. ଥୋମାସ୍ ସ୍ୱାଗତ ଭାଷଣ ଦେଇଥିଲାବେଳେ ଆକାଶବାଣୀ କଟକ କେନ୍ଦ୍ରର ନିଦେ୍ର୍ଦଶକ ଶ୍ରୀ ସୁହାସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!