ବିଜୁ ଜନତା ଦଳ ଆହ୍ୱାନରେ କେନ୍ଦ୍ରର ଚାଷୀମାରଣ ନୀତି ବିରୋଧରେ ରାଜଭବନ ସମ୍ମୁଖରେ ବିଶାଳ ଧାରଣା ଓ ପ୍ରତିବାଦ ସଭା

13567312_985808641532497_3262277711627229056_nବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏନ୍‌ଡିଏ ସରକାରଙ୍କର ଚାଷୀ ମାରଣ ନୀତି, ଓଡ଼ିଶାର ଦାବି ଧାନର ସହାୟକ ମୂଲ୍ୟ ୨୫୦୦ ଟଙ୍କାକୁ ବୃଦ୍ଧି ନକରିବା, ରାଜ୍ୟର ଦାବି ମୁତାବକ ମରୁଡ଼ି ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ଏବଂ ଘୋଷିତ ଅନୁଦାନ ହ୍ରାସ କରିବା ପ୍ରତିବାଦରେ ବିଜୁ ଜନତା ଦଳ ଆହ୍ୱାନରେ ରାଜଭବନ ସମ୍ମୁଖରେ ଆଜି ବିଶାଳ ଧାରଣା ଓ ପ୍ରତିବାଦ ସଭା ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଦଳ ପକ୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ କେନ୍ଦ୍ର ସରକାର ଏକତରଫା ତଥା ଅଯଥାର୍ଥ ନିଷ୍ପତ୍ତି ବିରୋଧରେ
ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ୩୦ ଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳ ଶ୍ରୀ ଏସ୍‌.ସି. ଜମିରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ
କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ କରାଯାଇଥିବା ଓଡ଼ିଶା ସରକାରଙ୍କ ସମୁଚିତ ଦାବିକୁ କେନ୍ଦ୍ର ସରକାର ପୁନର୍ବିଚାର କରିବାକୁ
ନିଦେ୍ର୍ଦଶ ଦେବା ନିମନ୍ତେ ବିଜେଡି ମହାମାନ୍ୟ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି । ଏଥିସହିତ ରାଜ୍ୟର କୃଷକଭାଇମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ
ରଖି ମରୁଡ଼ି ସହାୟତା ଦାବିର ବଳକା ଅର୍ଥ ମଞ୍ଜୁର କରିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ମଧ୍ୟ ମହାମାନ୍ୟ ରାଷ୍ଟ୍ରପତିଙ୍କୁ ଅନୁରୋଧ
କରାଯାଇଛି ।

ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଧାନ ଆମ ରାଜ୍ୟର ମୁଖ୍ୟ ଫସଲ । କୃଷକମାନଙ୍କର ଅବିରତ ଉଦ୍ୟମ ଫଳରେ ଓଡ଼ିଶା ଗତ ୫ବର୍ଷ
ମଧ୍ୟରେ ୪ଥର ଜାତୀୟ କୃଷି କର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସଂପ୍ରତି ଓଡ଼ିଶା ପର୍ଯ୍ୟାପ୍ତ ପରିମାଣର ଚାଉଳ କେନ୍ଦ୍ରୀୟ
ଭଣ୍ଡାରକୁ ଯୋଗାଇ ବିଭିନ୍ନ ଅଭାବୀ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦେଖାଦେଇଥିବା ଆବଶ୍ୟକତାକୁ ପୂରଣ କରିପାରିଛି । ପଞ୍ଜାବ ଓ
ଛତିଶଗଡ଼ ପରେ ଧାନ ସଂଗ୍ରହରେ ଓଡ଼ିଶା ତୃତୀୟ ସର୍ବବୃହତ ବଳକା ରାଜ୍ୟ ହୋଇପାରିଛି । ସାର, ଶ୍ରମ ଓ କୀଟନାଶକ ଇତ୍ୟାଦିର ମୂଲ୍ୟବୃଦ୍ଧି
ଯୋଗୁ ଆଜ ରାଜ୍ୟର କୃଷକଭାଇମାନେ ସେମାନଙ୍କ ଉତ୍ପାଦନ ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି । ଅଧିକାଂଶ ଧାନ ଚାଷୀ ସେମାନଙ୍କର
ବଳକା ଧାନ ବିକେନ୍ଦ୍ରୀୟକରଣ ଧାନ ସଂଗ୍ରହ କାର୍ଯ୍ୟ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ସଂସ୍ଥାକୁ ବିକ୍ରୟ କରୁଛନ୍ତି । ସେମାନେ ସରକାରୀ ସଂସ୍ଥା ଠାରୁ
ସେମାନଙ୍କର ଧାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପାଉଛନ୍ତି ।

କିନ୍ତୁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଭାଇମାନଙ୍କ ଦ୍ୱାରା ଧାନ ଉତ୍ପାଦନରେ ହୋଇଥିବା ଖର୍ଚ୍ଚର
ଅନୁରୂପ ହେଉନାହିଁ । ପ୍ରତିବର୍ଷ ମୁଦ୍ରାସ୍ପୀତି ଜନିତ ଟଙ୍କାର ମୂଲ୍ୟ ହ୍ରାସକୁ ଏହା ପୂରଣ କରିପାରୁ ନାହିଁ । ଓଡ଼ିଶା ସରକାର ୨୦୧୫-୧୬ର ଖରିଫ
ଋତୁ ପାଇଁ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜୁନ୍‌ ୨୦୧୫ରେ ଭାରତ ସରକାର
ସାଧାରଣ କିସମ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୪୧୦ ଟଙ୍କା ଘୋଷଣା କରିଥିଲେ । ସେହିପରି ୨୦୧୬-୧୭ ଖରିଫ
ଋତୁ ପାଇଁ ଭାରତ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୪୭୦ ଟଙ୍କା ଜୁନ୍‌ ୨୦୧୬ରେ ଘୋଷଣା କରିଛନ୍ତି ।
ଦୁଇବର୍ଷ ତଳେ ଏନ୍‌ଡିଏ ସରକାର ତାଙ୍କ ନିର୍ବାଚନୀ ଇସ୍ତାହାରରେ କୃଷି ବୈଜ୍ଞାନିକ ଡ. ଏମ୍‌.ଏସ୍‌. ସ୍ୱାମୀନାଥନଙ୍କ ପ୍ରସ୍ତାବିତ ସୂତ୍ର
ଅନୁଯାୟୀ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଘୋଷଣା କରିଥିଲେ । ସେହି ସୂତ୍ର ଅନୁଯାୟୀ ଗୋଟିଏ ଶସ୍ୟର
ସର୍ବନିମ୍ନ ସହାୟକ ମୂଲ୍ୟ କୃଷକଙ୍କ ଦ୍ୱାରା ଶସ୍ୟ ଉତ୍ପାଦନ ସମୟରେ କରାଯାଇଥିବା ବ୍ୟୟ ଠାରୁ ୫୦ ପ୍ରତିଶତ ଅଧିକ ଦରରେ ନିର୍ଦ୍ଧାରଣ
ହେବା ଉଚିତ୍‌ । ବର୍ତ୍ତମାନ ଆମ କୃଷକଭାଇମାନେ ଧାନ ଚାଷରେ ବ୍ୟୟ କରୁଥିବା ଅର୍ଥ ମଧ୍ୟ ପାଇପାରୁନାହାନ୍ତି । ଡ. ସ୍ୱାମୀନାଥନଙ୍କ ପ୍ରସ୍ତାବକୁ
କାର୍ଯ୍ୟକାରୀ କରିବା ସହିତ ଭାରତ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଅନୁରୋଧ କରୁଛୁ ।

ବର୍ତ୍ତମାନର କେନ୍ଦ୍ରର ଏନ୍‌ଡିଏ ସରକାର ପୁଞ୍ଜିପତିମାନଙ୍କ ଦ୍ୱାରା କବଳିତ । ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୋଦି ସରକାର ପ୍ରାଧାନ୍ୟ ଦେଉଛି ।
ଚାଷୀମାନଙ୍କର ଅସଲ ସମସ୍ୟାକୁ ହୃଦୟଙ୍ଗମ ନକରି ଏବଂ କୃଷି କ୍ଷେତ୍ରକୁ ଅବହେଳା କରିବା ଏବଂ ଏହି କ୍ଷେତ୍ର ପାଇଁ ବଜେଟ୍‌ ବ୍ୟୟବରାଦ ହ୍ରାସ
କରିବା ଏନ୍‌ଡିଏ ସରକାରଙ୍କ ପାଇଁ ଆତ୍ମଘାତୀ ହେବାକୁ ଯାଉଛି । କେନ୍ଦ୍ର ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ,
ଜାତୀୟ ତୈଳ ବୀଜ ମିଶନ, ଜାତୀୟ ପୋଷଣୀୟ କୃଷି ମିଶନ ଓ ଜାତୀୟ କୃଷି ସଂପ୍ରସାରଣ ଓ ତାଲିମ ମିଶନ ଯୋଜନାରେ ପୂର୍ବରୁ ପ୍ରଚଳିତ
କେନ୍ଦ୍ରୀୟ ଅନୁଦାନ ଅଂଶ ଶତ ପ୍ରତିଶତ ଥିବାବେଳେ ମୋଦି ସରକାର ଏହାକୁ ୬୦:୪୦ ଅନୁପାତକୁ କମାଇ ଦେବା ଦ୍ୱାରା ରାଜ୍ୟ ୨୦୧୬-

୧୭ ବର୍ଷରେ ୩୬,୬୬୦.୮୦ ଲକ୍ଷ ଟଙ୍କା କ୍ଷତି ସହିବ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଓଡ଼ିଶାରେ ସଂଗଠିତ ଭୟାବହ ମରୁଡ଼ିରେ ୨୭ଟି ଜିଲ୍ଲାର
୨୩୩ ବ୍ଲକର ୨୯୦୪୪ ଗାଁ ଏବଂ ୫୫ଟି ପୌରାଞ୍ଚଳର ୪୦୪ ୱାର୍ଡରେ ମରୁଡ଼ିର କରାଳ ପ୍ରଭାବ ଦେଖିବାକୁ ମିଳିଥିଲା । ୧୪.୮୨ ଲକ୍ଷ
ହେକ୍ଟର ଚାଷ ଜମିରେ ୩୩% ଫସଲ ନଷ୍ଟ ହୋଇଥିଲା । ମରୁଡ଼ିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏକ ହଜାର
କୋଟି ଟଙ୍କା ମରୁଡ଼ି ପ୍ୟାକେଜ୍‌ ଘୋଷଣା କରିବା ସହ ଚାଷୀଙ୍କ ଠାରୁ ଋଣ ଆଦାୟକୁ ସ୍ଥଗିତ ରଖିଛନ୍ତି । ମରୁଡ଼ି କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ
କେନ୍ଦ୍ର ସରକାରଙ୍କ ନିକଟରେ କେନ୍ଦ୍ରୀୟ ସହାୟତା ପାଇଁ ୨୩୪୪.୯୯ କୋଟି ଟଙ୍କା ଦାବି କରିଥିଲା । ଉକ୍ରଟ ମରୁଡ଼ିର କ୍ଷୟକ୍ଷତିକୁ ଅନୁଧ୍ୟାନ
କରିବା ପରେ କେନ୍ଦ୍ର ସରକାର ବହୁ ବିଳମ୍ବରେ ରାଜ୍ୟକୁ ୮୧୫ କୋଟି ଟଙ୍କା ମରୁଡ଼ି ସହାୟତା ଦେବେ ବୋଲି ନିଷ୍ପତ୍ତି କଲେ । ଯଦିଓ ଓଡ଼ିଶା
ସମେତ ମରୁଡି ପ୍ରଭାବିତ ୧୦ଟି ରାଜ୍ୟ ୨୦୧୫-୧୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି
କରିଥିଲେ ।

କେନ୍ଦ୍ର ସରକାର ଏହାକୁ ବିଚାର କରି ଜାତୀୟ ବିପର୍ଯ୍ୟୟ ପାଣ୍ଠି (ଏନ୍‌.ଡି.ଆର୍‌.ଏଫ୍‌)ରୁ ବିଜେପି ଶାସିତ ରାଜ୍ୟ ସରକାର ଯଥା
ଛତିଶଗଡ ପାଇଁ ୧୨୭୬.୨୫ କୋଟି ଟଙ୍କା, ମଧ୍ୟପ୍ରଦେଶ ପାଇଁ ୨୦୨୩.୬୮ କୋଟି ଟଙ୍କା, ରାଜସ୍ଥାନ ପାଇଁ ୧୧୯୩.୪୧ କୋଟି,
ମହାରାଷ୍ଟ୍ର ପାଇଁ ସର୍ବାଧିକ ୩୦୪୯.୩୬ କୋଟି ଟଙ୍କା କିନ୍ତୁ ଓଡ଼ିଶାକୁ ମାତ୍ର ୮୧୫ କୋଟି ଟଙ୍କା ମଞ୍ଜୁରି କରିଛନ୍ତି । ଓଡ଼ିଶାକୁ ବହୁ ବିଳମ୍ବରେ
୩ଟି କିସ୍ତିରେ ୬୦୦.୫୨ କୋଟି ଟଙ୍କା ମରୁଡ଼ି ସହାୟତା ପ୍ରଦାନ କରି ଅବଶିଷ୍ଟ ଟଙ୍କା ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୫୦ ପ୍ରତିଶତ
ଅତଏବ ୨୧୪.୪୮ କୋଟି ଟଙ୍କା ଭରଣା କରିବା ପାଇଁ ନିଦେ୍ର୍ଦଶ ଦେଲେ, ଯାହା ଅତ୍ୟନ୍ତ ପରିତାପର ବିଷୟ । ଏପରିସ୍ଥଳେ ରାଜ୍ୟ ସରକାର
୭୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଚାଷୀଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ବିଜେପି ଶାସିତ ରାଜ୍ୟଗୁଡିକୁ କେନ୍ଦ୍ର ସରକାର
ମରୁଡି ସହାୟତା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ରାଜକୋଷରୁ ସାହାଣମେଲା ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଅନଗ୍ରସର ଓଡ଼ିଶାକୁ କାହିଁକି
ବଞ୍ଚôତ କରାଯାଉଛି ତାହା ସମଗ୍ର ଚାଷୀଭାଇଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତର ସଂଘୀୟ ବ୍ୟବସ୍ଥାରେ ସବୁ ରାଜ୍ୟର ଉନ୍ନତିରେ
ଦେଶର ଉନ୍ନତି ହୋଇପାରିବ । ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଗୁରୁତ୍ୱ ଦେଇ କାମ କରିବା ଦରକାର ।
ଓଡ଼ିଶା କେବିକେ ଜିଲ୍ଲା ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟ ସମସ୍ତେ ଜାଣନ୍ତି ।

ଯେଉଁଭଳି ଓଡ଼ିଶାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା କଥା ମୋଦି ସରକାର
ସେଭଳି ଗୁରୁତ୍ୱ ଦେଇନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ପ୍ରତିବାଦ ସଭାରେ ଦଳର ଉପସଭାପତି ମନ୍ତ୍ରୀ ଡା. ଦାମୋଦର ରାଉତ,
ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସର୍ବଶ୍ରୀ ପ୍ରଦୀପ ମହାରଥୀ, ପ୍ରଦୀପ କୁମାର ଅମାତ, ଦେବୀ ପ୍ରସାଦ ମିଶ୍ର, ପୁଷ୍ପେନ୍ଦ୍ର
ସିଂହଦେଓ, ବଦ୍ରି ନାରାୟଣ ପାତ୍ର, ଶ୍ରୀମତୀ ଉଷା ଦେବୀ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ,
ସୁଦାମ ମାରାଣ୍ଡି, ପ୍ରଦୀପ ପାଣିଗ୍ରାହୀ, ରମେଶ ମାଝୀ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ସାଂସଦ କୁଳମଣି ସାମଲ, ବିଧାୟକ ବିଜୟ
ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ଶଶୀଭୂଷଣ ବେହେରା, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ଜଗଦେ୍ଦବ, ଡା. ନୃସିଂହ ସାହୁ,
ପ୍ରମିଳା ମଲ୍ଲିକ, ରଜନୀକାନ୍ତ ସିଂହ, ପୂର୍ଣ୍ଣଚନ୍ଦ୍ର ସେଠୀ, ଅନାମ ନାୟକ, ରମେଶ ପଟୁଆ, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ମାୟାଧର
ଜେନା, ଭାଦବ ହାଁସଦା, ବେଦବ୍ୟାସ ନାୟକ, ଦେବରାଜ ମହାନ୍ତି, ବ୍ୟୋମକେଶ ରାୟ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ
ବିଧାୟକ ରମା ରଞ୍ଜନ ବଳିଆରସିଂ, ଅନୁପ ସାଏ, ରାଜେନ୍ଦ୍ର ଢୋଲକିଆ, ମେୟର ଅନନ୍ତ ନାରାୟଣ ଜେନା, ଦଳର ମୁଖପାତ୍ର ବିଜୟ
ନାୟକ, ଭୁବନେଶ୍ୱର ସଭାପତି ବାବୁ ସିଂହ, ପୂର୍ବତନ ମେୟର ମିହିର ମହାନ୍ତି, ଅମରେଶ ଜେନା, ରାଣା ପ୍ରତାପ ପାତ୍ର, ସୁବାସ ସିଂହ, ଶ୍ରୀମୟୀ
ମିଶ୍ର, ତେଜଶ୍ୱର ପରିଡ଼ା, ଭୁବନେଶ୍ୱର ମହିଳା ସଭାପତି ଭାରତୀ ସିଂହ, ଯୁବ ଜନତା ଉପ-ସଭାପତି ରବି ସାମଲ, ସଞ୍ଜୟ ବାବୁ, ଦୁର୍ଗା
ସାମନ୍ତରାୟ ଓ ବହୁ ଦଳୀୟ କର୍ପୋରେଟରଙ୍କ ସମେତ ୫ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Share in top social networks!