ଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବ ଜାତୀୟ ଆଲୋଚନାଚକ୍ର

aaiଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏ.ଏ.ଆଇ.) ପକ୍ଷରୁ ଜୁନ୍‌ ୩୦ ତାରିଖରେ ଭୁବନେଶ୍ୱର ସ୍ଥିତ ମେଫେୟାର୍‌ କନ୍‌ଭେନ୍ସନ୍‌ ଠାରେ ଏକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହେଉଛି । ‘ଆଲୁମିନିୟମ୍‌ : ଦି ଷ୍ଟ୍ରାଟେଜିକ୍‌ ମେଟାଲ୍‌’ ଶୀର୍ଷକ ଏହି ଆଲୋଚନାଚକ୍ରଟି ଦେଶର ଅଗ୍ରଣୀ ଆଲୁମିନିୟମ୍‌ କମ୍ପାନୀ ନାଲ୍‌କୋ, ବେଦାନ୍ତ ଏବଂ ହିଣ୍ଡାଲ୍‌କୋ ଦ୍ୱାରା ପ୍ରାୟୋଜିତ ହେଉଛି ।

କେନ୍ଦ୍ର ଖଣି ମନ୍ତ୍ରାଳୟର ସଚିବ ଶ୍ରୀ ବଲବିନ୍ଦର କୁମାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରାଳୟର ପ୍ରମୁଖ ସଚିବ ଶ୍ରୀ ଆର୍‌.କେ. ଶର୍ମା ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏ.ଏ.ଆଇ.ର ସଭାପତି ତଥା ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଏ.ଏ.ଆଇ.ର ସାଧାରଣ ସମ୍ପାଦକ ପ୍ରଫେସର୍‌ କେ.ଏସ୍‌.ଏସ୍‌. ମୂର୍ତ୍ତି ମଧ୍ୟ ଆଲୋଚନାଚକ୍ରର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେବେ ।

ଏହି ଆଲୋଚନାଚକ୍ରରେ, ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ଆଲୁମିନିୟମ୍‌ ଉଦ୍ୟୋଗ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନର ପ୍ରତିନିଧିବୃନ୍ଦ ଅଂଶଗ୍ରହଣ କରିବେ । ଏହି ଅବସରରେ, ବିଶିଷ୍ଟ ବକ୍ତାମାନେ ଆଲୁମିନିୟମ୍‌ ଏବଂ ଏହି ଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ ସନ୍ଦର୍ଭ ଉପସ୍ଥାପନା କରିବେ ।

Share in top social networks!