୪୧ ବର୍ଷ ପୁରୁଣା ଇମରଜେନ୍ସି ସମୟକୁ ଦୋହରାଉଛି ବିଜେଡି : ଅରୁଣ ସିଂ

13466117_1724956124388064_3770348573411144986_n୪୧ ବର୍ଷ ପୂର୍ବେ ଏହି ତାରିଖରେ ତକ୍ରାଳୀନ କଂଗ୍ରେସ ସରକାର ଦେଶରେ ଇମରଜେନ୍ସି ଲାଗୁ କରିଥିଲେ । ମନୋମୁଖୀ, ସ୍ୱେଚ୍ଚାଚାରୀ, ହିଟଲରୀ ଶାସନ ଚଲାଉଥିବା ଅହଂକାରୀ ଶାସକ ବିଜେଡି ଦଳ ସେହିଭଳି ସ୍ଥିତିକୁ ଓଡିଶାରେ ଦୋହରାଉଛି । ଗତକାଲି ବରଗଡଠାରେ ଘଟିଯାଇଥିବା କେନ୍ଦ୍ରମନ୍ତ୍ରୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂ ।
ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କୈାଣସି କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଏହିଭଳି ଆକ୍ରମଣ ଘଟିଛି । ଶାସକ ବିଜେଡି ଦଳ ପ୍ରତି ରାଜ୍ୟବାସୀଙ୍କ ସମର୍ଥନ କ୍ରମଶଃ କମିଯାଉଥିବା କାରଣରୁ ଅସ୍ତବ୍ୟସ୍ତ ହୋଇ ମୂଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ବିଜେଡି ଦଳ ଏହିଭଳି ଆକ୍ରମଣ କରିଛି । ଏହିଭଳି ଘଟଣାର ପୁନରାବୃତି ନକରିବାକୁ ମୂଖ୍ୟମନ୍ତ୍ରୀ ନିଜ ଦଳର ନେତା ଓ କର୍ମୀଙ୍କୁ ନିଦେ୍ର୍ଦଶ ଦିଅନ୍ତୁ ବୋଲି ଶ୍ରୀ ସିଂ ମତ ବ୍ୟକ୍ତ କରିଛନ୍ତି ।
ଆସନ୍ତା କାଲି ଦଳର ଉଚ୍ଚ ପଦାଧିକାରୀଙ୍କ ବୈଠକରେ ଏହି ଘଟଣାକୁ ନେଇ ସମୀକ୍ଷା କରାଯିବା ସହିତ ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତି ଗ୍ରହଣ କରାଯିବ । ଏହି ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।

Share in top social networks!