କେନ୍ଦ୍ର ମନ୍ତ୍ରୀଙ୍କୁ ଆକ୍ରମଣ ପରିପ୍ରେକ୍ଷୀରେ କ୍ଷମା ମାଗିବା ପରିବର୍ତେ ଦଳୀୟ କର୍ମୀଙ୍କ ଏହି କାଣ୍ଡକୁ ସମର୍ଥନ ନିନ୍ଦନୀୟ – ବିଜେପି

13524357_1724938211056522_6625699766754526089_n ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ପୂର୍ବ ଘୋଷିତ ଯୋଜନା ଅନୁସାରେ ବରଗଡ ଜିଲ୍ଲାରେ ପୋଲିସର ଉପସ୍ଥିତି ଓ ସଂରକ୍ଷଣରେ ଆକ୍ରମଣ କରିବା ପରେ ଦଳର ଏପରି କାର୍ଯ୍ୟକୁ ଦଳ ତରଫରୁ ଚାଷୀ- ବୁଣାକାର- ସାଧାରଣ ଜନତାର କ୍ରୋଧର ପ୍ରତିଫଳନ କହି ଆକ୍ରମଣକୁ ସମର୍ଥନ କରିବା ଲଜ୍ଜା ଓ ପରିତାପର ବିଷୟ ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା କହିଛନ୍ତି ।
ବିଜେଡି ସରକାରର ସ୍ଥାଣୁତା, ଅପାରଗତା ଓ ଗୁଣ୍ଡାଗର୍ଦିକୁ ଲୁଚାଇବାକୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମରେ ମିଥ୍ୟା ତଥ୍ୟ ଉପସ୍ଥାପିତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ଶ୍ରୀ ଶର୍ମା କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗବାରଙ୍କ ବୁଣାକାର ମାନଙ୍କ ସହ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସରକାରୀ ନିମନ୍ତ୍ରଣ ସତ୍ୱେ ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା କହିବା ସତ୍ୟର ଅପଳାପ । କାଯ୍ୟକ୍ରମର ବ୍ୟାନର ଓ ଏଜେଣ୍ଡାରେ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ନାମ ଉଲ୍ଲେଖ ଥିଲା କି ନାହିଁ ଅଭିଯୋଗ କରିବା ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ବୁଝି ନେବା ଉଚିତ ଥିଲା ବୋଲି ଶ୍ରୀଯୁକ୍ତ ଶର୍ମା କାହିଛନ୍ତି ।
ମୋଦି ସରକାର ଆସିବା ପରେ ବୁଣାକାର ମାନଙ୍କର ସ୍ୱାସ୍ଥ୍ୟବୀମା ବନ୍ଦ କରି ଦେଇଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କୁ ଜଣା ଥିବା ଦରକାର ଯେ ପୂର୍ବର ୧୫ ହଜାର ଟଙ୍କାର ପରିବାର ପିଛା ସ୍ୱାସ୍ଥ୍ୟ ବୀମା ମାର୍ଚ ୨୦୧୬ରୁ ଦୁଇ ଗୁଣ କରାଯାଇ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ସାରିଛି । ଅପର ପକ୍ଷରେ ରାଜ୍ୟରେ ଖରିଫ ଋତୁରେ ମରୁଡି ସମୟରେ ଅନ୍ୟ ରାଜ୍ୟ ମାନଙ୍କୁ ଅଧିକ ଅର୍ଥ ଦେଉଥିବା ବେଳେ ଓଡିଶାକୁ ମାତ୍ର ୮୧୫ କୋଟି କେନ୍ଦ୍ରୀୟ ସହାୟତା ଅଭିଯୋଗ ପରିପ୍ରେକ୍ଷୀରେ ବିଜେପି କହିଛି ଯେ ଓଡିଶା ଇତିହାସରେ ପ୍ରଥମ ଥର ରାଜ୍ୟର ଦାବି

ତୁଳନାରେ ସର୍ବାଧିକ ସହାୟତା ମୋଦି ସରକାର ଯୋଗାଇ ଦେଇଛନ୍ତି । ରାଜ୍ୟ ପ୍ରାକୃତିକ ଦୁର୍ବିପାକ ପାଣ୍ଠିରେ କେନ୍ଦ୍ର ଦେଇଥିବା ଅର୍ଥଖର୍ଚ ନ ହୋଇ ପଡି ରହିଛି । ଏଥି ପାଇଁ କେନ୍ଦ୍ର ସରକାର ଛଅ ଶହ କୋଟି ଟଙ୍କା ହସ୍ତାନ୍ତର କରି ସାରିଛନ୍ତି । ଖର୍ଚ ନ କରି ପାରିବା କାରଣରୁ ୨୧୫ କୋଟି ବକେୟା ପଡିଛି ବୋଲି ବିଜେପି ସ୍ପଷ୍ଟ କରିଛିା
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାମଲାରେ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିବା ପରିବର୍ତେ ପଡୋଶୀ ଛତିଶଗଡରେ କିପରି ଓଡିଶା ଠାରୁ ଅଧିକ ଶହେ ଟଙ୍କା ସହାୟତା ରାଶି ଯୋଗାଇ ଦିଆ ଯାଉଛି, ସେଥିରୁ ଶିକ୍ଷା ଗ୍ରହଣ କରି ଓଡିଶାରେ ଲାଗୁ କରିବା ପାଇଁ ସାଂସଦ ଆଚାର୍ଯ୍ୟ ତାଙ୍କ ସରକାରଙ୍କୁ ବୁଝାନ୍ତୁ ବୋଲି ବିଜେପି ପରାମର୍ଶ ଦେଇଛି । ବୁଣାକାର କ୍ଲଷ୍ଟର ବିକାଶ ପାଇଁ ପ୍ରତି କ୍ଲଷ୍ଟର ପିଛା ୪୦ କୋଟି ହିସାବରେ ଓଡିଶାରେ ପାଂଚଟି କ୍ଲଷ୍ଟରର ବିକାଶର ଯୋଜନା ଥିଲେ ମଧ୍ୟ ରାଜ୍ୟ ସରକାର ପ୍ରସ୍ତାବ ଦେଇ ନ ଥିବା କାରଣରୁ ଓଡିଶାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନ ଥିବା ମନ୍ତ୍ରୀ ଶ୍ରୀ ଗଙ୍ଗବାର କହି ସାରିବା ପରେ ରାଜ୍ୟ ସରକାର କାହିଁକି ସ୍ପଷ୍ଟୀକରଣ ଦେଉ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ଗରୀବ ବୁଣାକାର ତାର ନ୍ୟାଯ୍ୟ ହକ ହରାଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
୧୬ ବର୍ଷ ଶାସନ ପରେ ରାଜ୍ୟର ଚାଷ ଉପଯୋଗୀ ଜମିର ୩୦ ଭାଗ ଜମିରେ ଜଳସେଚନ ସୁବିଧା ପହଂଚି ପାରି ନାହିାଁ ଦେଶର ପ୍ରମୁଖ ବୁଣାକାରଙ୍କ ପେଣ୍ଠସ୍ଥଳୀ ଓଡିଶା ଦେଶର ରପ୍ତାନୀର ୦.୦୩ ପ୍ରତିଶତକୁ ଖସି ଆସିଛି । ବରଗଡର ଜନତା କେନ୍ଦ୍ର ସରକାରଙ୍କ ଉପରେ ନୁହେଁ ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ କ୍ଷୁବ୍ଧ । ବରଗଡ ଜିଲ୍ଲା ରାଜ୍ୟରେ ସର୍ବାଧିକ ଚାଷୀ ଆତ୍ମହତ୍ୟାରେ ରେକର୍ଡ କରିଛି । ଅନ୍ୟ ରାଜ୍ୟ ମାନଙ୍କ ଭଳି ଓଡିଶା ସ୍ୱୀକାର କଲେ ଚାଷୀ ପରିବାରକୁ ଆର୍ଥିକ ସହାୟତା ମିଳି ପାରନ୍ତା । ନିଜର ଦୋଷ ଲୁଚାଇବା ପାଇଁ ରାଜ୍ୟ ସରକାର ବରଗଡର ଚାଷୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା କହିଛନ୍ତି । ବରଗଡରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣର ମିଥ୍ୟା ଅଭିଯୋଗ ପରିପ୍ରେକ୍ଷୀରେ ଢେଙ୍କାନାଳ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ପ୍ରତିବାଦ କରୁଥିବା ଜଣେ ଓକିଲଙ୍କୁ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀ ମାନଙ୍କ ଦ୍ୱାରା ନିସ୍ତୁକ ମାଡ ମାରିବା ଘଟଣା ଶ୍ରୀ ଆଚାର୍ଯ୍ୟ ଜାଣିଛନ୍ତି ନା ଜାଣି ନାହାନ୍ତି ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା କହିଛନ୍ତି ।

Share in top social networks!