ଦୂତି ଚାନ୍ଦ ଓ ଦୀପ୍ସାନ୍ଙ୍କୁ କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ଅଭିନନ୍ଦନ; ସଫଳ କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହିତ କରାଯିବ

duteeରିଓ-ଡି-ଜେନେରୋଠାରେ ଅନୁଷ୍ଠିତ ହେବାକୁ ଥ#ବା ଅଲମ୍ପିକ୍ସ କ୍ରୀଡାରେ ମହିଳା ବର୍ଗର ୧୦୦ ମିଟର ଦୌଡରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥ#ବା ଓଡ଼ିଶାର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତିା ଦୂତି ଚାନ୍ଦ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏବଂ ଅଲମ୍ପିକ ପ୍ରତିଯୋଗିତାରେ ପଦକ ହାସଲ କରି ସେ ନିଶ୍ଚିିତ ଭାବରେ ଇତିହାସ ସୃଷ୍ଟି କରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଆଶାବ୍ୟକ୍ତ
କରିଛନ୍ତିା
ସେହିପରି ଓଡ଼ିଆ ହକି ଖେଳାଳୀ ଦୀପ୍ସାନ୍ ତିର୍କୀଙ୍କୁ ଭାରତୀୟ ଜୁନିଅର ହକି ଦଳର ଅଧ#ନାୟକ ମନୋନିତ କରାଯାଇଥ#ବାରୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ତିର୍କୀ ତାଙ୍କର ପ୍ରଭାବଶାଳୀ କ୍ରୀଡା ନୈପୁଣ୍ୟ ପ୍ରତିପାଦନ କରି ଭାରତୀୟ ଦଳକୁ ବିଜୟୀ କରାଇବେ ବୋଲି ଆଶାପୋଷଣ କରିଛନ୍ତିା ଜୁନିଅର ଦଳରେ ସାମିଲ ହୋଇଥ#ବା ଅନ୍ୟତମ ଓଡ଼ିଆ ଖେଳାଳୀ ନିଲମ ସଂଜୀବ ଖେସ୍ଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବଧାଇ ଜଣାଇଛନ୍ତିା
ଖେଳାଳୀମାନଙ୍କର ଉତ୍ତରୋତ୍ତର ଉତ୍କର୍ଷ କାମନା କରିବା ସହ ଆର୍ନ୍ତଜାତିକ ସ୍ତରରେ ପ୍ରତିନିଧ#ତ୍ୱ କରି ରାଜ୍ୟକୁ ଗୌରବାନ୍ୱିତ କରୁଥ#ବା କ୍ରୀଡାବିତ୍ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତିା

Share in top social networks!