ଅସୁସ୍ଥ ସମାଜସେବୀ ଅବ୍ଦୁଲ୍ ରସିଦ୍ଙ୍କୁ ଆରଏସ୍ଏସ୍ ଓଡିଶା(ପୂର୍ବ)ର ପ୍ରାନ୍ତ ସଂଘଚାଳକ ଭେଟିଲେ

rasidକଟକ ସହରର ବିଶିଷ୍ଟ ସମାଜସେବୀ ଅବ୍ଦୁଲ ରସିଦ୍ ଆଜି ମଧୁମେହ ଓ ରକ୍ତଚାପ ରୋଗରେ ପୀଡିତ । ପୁଣି ଏକ ଦୁଃଖଦ ଘଟଣାକ୍ରମେ, ନିଜ ଘରେ ଖସିପଡି ସେ ବର୍ତ୍ତମାନ ପକ୍ଷାଘାତ ରୋଗରେ ମଧ୍ୟ ପୀଡିତ । ତାଙ୍କର ଏହି ଦୁର୍ଦ୍ଦିନରେ ଅନେକ ସମାଜସେବୀ ତାଙ୍କୁ ଭେଟିବାକୁ ଯାଉଛନ୍ତି । ଜୁନ ମାସ ୨୫ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ( ଆରଏସ୍ଏସ୍) ଓଡିଶା(ପୂର୍ବ) ପ୍ରାନ୍ତ ସଂଘଚାଳକ (ରାଜ୍ୟ ସଭାପତି) ଶ୍ରୀ ସମୀର କୁମାର ମହାନ୍ତି ତାଙ୍କୁ ତାଙ୍କର ପେନ୍ସନ ଲେନ୍ ସ୍ଥିତ ବାସଭବନରେ ଭେଟି ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ ଓ ଏହା ସହିତ ମଧ୍ୟ ତାଙ୍କ ପାଇଁ ସହଯୋଗର ହାତ ବଢାଇ ଥିଲେ । ୬୪ ବର୍ଷ ବୟସ୍କ ରସିଦ୍ ବାବୁ କଥାବାର୍ତ୍ତା ସମୟରେ ତାଙ୍କର ଅତୀତ ସଂଘର୍ଷମୟ ଜୀବନର କାହାଣୀମାନ ବର୍ଣ୍ଣନା କରିଥିଲେ । ଶେଷରେ ଶ୍ରୀ ମହାନ୍ତି ଅବ୍ଦୁଲ ରସିଦ୍ଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

Share in top social networks!