ଭାରତର ବିଭିନ୍ନ ସାଧୁସନ୍ଥ, ମହାପୁରୁଷମାନଙ୍କ ଜୀବନୀ ଉପରେ ଆଧାରିତ ଚାରିଖଣ୍ଡ ପୁସ୍ତକ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଛିା ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ୱାରା ଏହି ଚାରିଖଣ୍ଡ ପୁସ୍ତକ “ଆମ ଦେଶର ସାଧୁସନ୍ଥ’, “ସ୍ୱାମୀ ବିବେକାନନ୍ଦ’, “ମହାପୁରୁଷଙ୍କ ଜୀବନୀ(ପ୍ରଥମ ଭାଗ)’, “ମହାପୁରୁଷଙ୍କ ଜୀବନୀ(ଦ୍ୱିତୀୟ ଭାଗ)’କୁ ସଚିବାଳୟ ପ୍ରକୋଷ୍ଠରେ ଉନ୍ମୋଚନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ ମହାପୁରୁଷଙ୍କ
ଜୀବନୀ ପୁସ୍ତକ ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣଙ୍କ ନିମନ୍ତେ ନିଶ୍ଚିତ ଉପାଦେୟ ହୋଇପାରିବା
ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ୱାରା ପୂର୍ବରୁ ଅନେକ ପୁସ୍ତକ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍ ଆଦୃତ ହୋଇପାରିଛିା ପୁସ୍ତକ ଉନ୍ମୋଚନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ସମୀର ରଂଜନ ଦାଶ, ଡଃ ହରିହର କାନୁନ୍ଗୋ ଓ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ ପ୍ରମୁଖ ଉପସ୍ଥିତ ଥ#ଲୋ