ସେଣ୍ଟମ୍‌ ଲର୍ଣ୍ଣିଂ ଓଡ଼ିଶାର ଝାରସୁଗୁଡ଼ାଠାରେ ଏକ ବିବିଧ-ଦକ୍ଷତା ବିକାଶ କେନ୍ଦ୍ର ଆରମ୍ଭ କରୁଛନ୍ତି

centumପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି କେନ୍ଦ୍ର ଉନ୍ମୋଚନ କରିଛନ୍ତି, ଡିଡିୟୁ ଜିକେୱାଇ ଅଧିନରେ ପାଠ୍ୟକ୍ରମ ଚାଲୁ ହେବ;
ଝାରସୁଗୁଡ଼ା : ସେଣ୍ଟମ୍ ଲର୍ଣ୍ଣିଂ ଓଡ଼ିଶାର ଝାରସୁଗୁଡ଼ାଠାରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ- ଜିକେୱାଇ) ଅଧିନରେ ଗ୍ରାମ ବିକାଶ ମନ୍ତ୍ରାଳୟ (ଏମଓଆରଡି)ସହଯୋଗିତାରେ ଏକ ବିବିଧ-ଦକ୍ଷତା ବିକାଶ କେନ୍ଦ୍ର ଆରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ମହାନ୍ତି ଏକ ବିବିଧ-ଦକ୍ଷତା ବିକାଶ କେନ୍ଦ୍ର ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଶ୍ରୀ ସୀତାରାମ ପଟେଲ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ଝାରସୁଗୁଡ଼ା, ଶ୍ରୀ ସତ୍ୟନାରାୟଣ ଦାସ, ପ୍ରୋଜେକ୍ଟ ଡାଇରେକ୍ଟର, ଡିଆରଡିଏ, ଝାରସୁଗୁଡ଼ା, ଶ୍ରୀମତୀ ଲିଲି କୁମାରୀ କୁଲୁ, ଆଡିସନାଲ୍ ପ୍ରୋଜେକ୍ଟ ଡାଇରେକ୍ଟର, ଆଡମିନ୍, ଝାରସୁଗୁଡ଼ା ଏବଂ ଶ୍ରୀ ପ୍ରବୀନ୍‍ କୁମାର, ସିଇ-ଡିଏସଏମଏସ, ଡିଆରଡିଏ, ଝାରସୁଗୁଡ଼ା ଏହି ଅବସରରେ ଉପସ୍ଥିତ ଥିଲେ। ଶ୍ରୀ ବି. ଏନ୍. ଦାସ, ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓର୍ମାସ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।

ଡିଡିୟୁ- ଜିକେୱାଇ ଗ୍ରାମ ବିକାଶ ମନ୍ତ୍ରାଳୟର ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରୟାସ ଅଟେ। ଏହି ସ୍କିମ୍ ମୁଖ୍ୟତଃ ଗ୍ରାମାଞ୍ଚଳର ଯୁବକମାନଙ୍କର ବୃତ୍ତିଗତ ଆକାଂକ୍ଷା ପୂରଣ କରିବା ପାଇଁ ଓ ଉପାର୍ଜନ କରିବା ପାଇଁ ସେମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛି। ଏହି ପ୍ରୟାସ ସଫଳତାର ସହ ଓଡ଼ିଶା ଗ୍ରାମ ବିକାଶ ଏବଂ ବିପଣନ ସଂଘ (ଓର୍ମାସ୍), ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାରଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି। ଓର୍ମାସ ଭାରତ ତଥା ଓଡ଼ିଶାର ଗ୍ରାମାଞ୍ଚଳରେ ଆର୍ଥିକ ଆଶା ଓ ପ୍ରତିଶ୍ରୁତି ସଞ୍ଚାର କରିବା ଉଦ୍ଦେଶ୍ୟରେ ଗଠନ କରାଯାଇଛି।

ଦକ୍ଷତା ବିକାଶ ଓ ଶିଳ୍ପୋଦ୍ୟୋଗ ମନ୍ତ୍ରାଳୟ ସହିତ ସେଣ୍ଟମ୍ ଲର୍ଣ୍ଣିଂ ଭାରତୀୟ ଯୁବକମାନଙ୍କୁ ସକ୍ଷମ କରିବା ପାଇଁ ଓ ନିଯୁକ୍ତିଯୋଗ୍ୟ ତଥା କାର୍ଯ୍ୟ ପାଇଁ ପ୍ରସ୍ତୁତି ନିମନ୍ତେ ସଚେତନ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବର୍ତ୍ତମାନ ବିବିଧ-ଦକ୍ଷତା ବିକାଶ କେନ୍ଦ୍ର ତିନୋଟି କାର୍ଯ୍ୟ ଭୂମିକା ପାଇଁ ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ପ୍ରଦାନ କରିବ ଯଥା: ସିଲେଇ ମେସିନ୍ ଅପରେଟର, ରିଟେଲ୍ ଟ୍ରେନୀ ଆସୋସିଏଟ୍ ଏବଂ ବିପିଓ- ଭଏସ୍- ଯାହାରକି ବଜାରରେ ଅତ୍ୟଧିକ ଚାହିଦା ରହିଛି।

ବିବିଧ- ଦକ୍ଷତା ବିକାଶ କେନ୍ଦ୍ରର ପ୍ରାଥମିକ ଲକ୍ଷ୍ୟ ତିନି ମାସର ପ୍ରଥମ ଚକ୍ରରେ ପ୍ରାୟ ୨୧୦ ପ୍ରାର୍ଥୀଙ୍କୁ ତାଲିମ୍ ପ୍ରଦାନ କରିବା। କେନ୍ଦ୍ରରେ ଭିତ୍ତିଭୂମି ତିନୋଟି ଶ୍ରେଣୀଗୃହ ଏବଂ ତିନୋଟି କାର୍ଯ୍ୟାଭ୍ୟାସ ପରୀକ୍ଷାଗାରକୁ ନେଇ ଗଠିତ। ବାହାର ସ୍ଥାନର ପ୍ରାର୍ଥୀମାନେ ଡର୍ମିଟୋରୀ ସୁବିଧା ନେଇପାରିବେ ଯାହାକି ବାଳକ ଏବଂ ବାଳିକାମାନଙ୍କ ପାଇଁ ପୃଥକ ହୋଇଥାଏ।

ଏହି ଅବସରରେ ସିଇଓ ଏବଂ ଏମ୍ଡି, ସେଣ୍ଟମ୍ ଲର୍ଣ୍ଣିଂ ଶ୍ରୀ ସଞ୍ଜିବ ଡୁଗଲ କହିଛନ୍ତି, “ବାସ୍ତବରେ ସେଣ୍ଟମ୍‌ ପାଇଁ ଏହା ଏକ ସ୍ମରଣୀୟ ଦିନ। ଆମ୍ଭେମାନେ ଓଡ଼ିଶାରେ ଯୁବକ/ଯୁବତୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆମର ପ୍ରୟାସ ଆରମ୍ଭ କରୁଛୁ। ଏହି ଦକ୍ଷତା ବିକାଶ ପ୍ରୟାସ ମାଧ୍ୟମରେ ଆମ ଭାରତର ଯୁବପିଢ଼ିର ସ୍ଥାୟୀ ଉପାର୍ଜନକୁ ତ୍ୱରାନ୍ୱିତ କରିପାରିବୁ ବୋଲି ଆଶା କରୁଛୁ।”

ଏହା ସହିତ ସେ କହିଛନ୍ତି “ଓଡ଼ିଶା ପରି ରାଜ୍ୟ ଯେଉଁଠାରେ ସର୍ବାଧିକ ସଂଖ୍ୟକ ବେକାର ଗ୍ରାଜୁଏଟ୍ ଅଛନ୍ତି, ତୁରନ୍ତ ଉପଯୁକ୍ତ ନିଯୁକ୍ତି ସୁଯୋଗ ତଥା ଯୁବ ଶକ୍ତିର ବିକାଶ ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ଅନ୍ୟ ଭାରତୀୟ ରାଜ୍ୟ ତୁଳନାରେ ଅଧିକ ସାମାଜିକ ପରିସଂଖ୍ୟାନ ଡିଭିଡେଣ୍ଟ ରହିଛି, କାରଣ ଏଠାରେ ଯୁବଗୋଷ୍ଠୀର ଜନସଂଖ୍ୟା ଅଧିକ।”

ସେଣ୍ଟମ୍‌ ଲର୍ଣ୍ଣିଂ ବିଭିନ୍ନ ସହଭାଗୀ ତଥା କେନ୍ଦ୍ର ଓ ରାଜ୍ୟ ସରକାର, ଶିଳ୍ପାନୁଷ୍ଠାନ, କର୍ପୋରେଟ୍ ଏବଂ ଶିକ୍ଷାନୁଷ୍ଠାନ ସହ ସହବନ୍ଧନ ମାଧ୍ୟମରେ ସୁନିଶ୍ଚିତ କରୁଛି ଯେ, ବହୁ ସଂଖ୍ୟକ ଭାରତୀୟ ଯୁବତୀ ଫଳାଫଳଭିତ୍ତିକ ଦକ୍ଷତା ତାଲିମ୍ ଗ୍ରହଣ କରି ନିଯୁକ୍ତିଯୋଗ୍ୟ ହେଉଛନ୍ତି ଏବଂ ସେମାନଙ୍କର ଜୀବିକା ଉପାର୍ଜନ କରୁଛନ୍ତି।

Share in top social networks!