ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ବୈଠକ

ରିଖ ଦିବା ୧୦ ଘଟିକା ସମୟରେ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜେପି କୃଷକମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟ ପଦାଧିକାରି ସଂଯୋଜକ , ଜିଲ୍ଳା ସଭାପତିମାନଙ୍କ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ସରକାର କୃଷି ଓ କୃଷକମାନଙ୍କ ପାଇଁ ନିଆଯାଇଥିବା କଲ୍ୟାଣ ମୂଳକ ଯୋଜନା ବିଷୟରେ ଆଲୋଚନା କରି କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ସ୍ୱାଦତ କରିବା ସଙ୍ଗେ ସଙ୍ଗେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ନିକଟରେ କୃତଜ୍ଞତା ବ୍ୟକ୍ତ କରାଯାଇଥିଲା ।
ବିଶେଷ କରି ବାଲେଶ୍ୱର ବିକାଶ ସମାବେଶକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମ୍ବୋଦିତ କଳାବେଳେ, ଓଡିଶାର କୃଷୀ ଓ କୃଷକ କଲ୍ୟାଣ କାମନା କରିଥିଲେ ଯାହାକୁ ବୈଠକରେ ଇଚ୍ଚସ୍ୱିତ ପ୍ରଶଂସା କରାଯାଇଥିଲା ।
ବୈଠକରେ ନିଷ୍ପତି ଅନୁସାରେ ଦୁଗ୍ଧ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଯେଉଁ ପ୍ରତିନିଧି ଦଳ ଗଠନ କରାଯାଇଥିଲା, ସେମାନଙ୍କର ରିପୋର୍ଟ ଆଧାରରେ ଏକ ୩ ଦଫା ସ୍ମାରକ ପତ୍ର ଏକ ସପ୍ତାହ ମଧ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବବୋଲିି ସ୍ଥିର କରାଯାଇଥିଲା । ଏବଂ ଏହି ସମସ୍ୟର ସମାଧାନ ନହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିରୋଧରେ ମୋର୍ଚ୍ଚା ତରଫରୁ ବିଭିନ୍ନ ପ୍ରକାର ଆନେ୍ଦାଳନାମ୍ôକ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତି ନିଆଗଲା ।
ରାଜ୍ୟ ସରକାରଙ୍କର ୨ୟ ଦଫାରେ ଫସଲ ବୀମା ଯୋଜନାର ବ୍ୟାପକ ଅନିୟମିତତା ପରିଲିଖିତ ହୋଇଛି । ଅନେକ ଫସଲକୁ ବୀମାଭୁକ୍ତ କରାନଯାଇଥିବାରୁ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ଆନେ୍ଦାଳନକୁ ଓହ୍ଲାଇ ବାର ନିଷ୍ପତି ହୋଇଥିଲା ।
ଏହି ବୈଠକରେ ସାଧାରଣ ସମ୍ପାଦକ ସମୀର ପାତ୍ର, ସୁରଥ ବିଶ୍ୱାଳ, ଉପ ସଭାପତି ପ୍ରଦୀପ କୁମାର ସାହୁ, ଗୌରହରି ମିଶ୍ର, ନାରାୟଣ ପଟ୍ଟନାୟକ, ରାମଚନ୍ଦ୍ର ପାତ୍ର, ସମ୍ପାଦକ ଅଶୋକ କୁମାର ସେଠୀ, ମନୀଷା ବେହେରା, ଲିଙ୍ଗରାଜ ବାରିକ, ସଂଯୋଜକ ରଜତ ମାଦଳା, କୃଷ୍ଣଚନ୍ଦ୍ର ବରାଡ, ରବିନାରାୟଣ ମହାପାତ୍ର, ସଂଜୟ କାମ୍ପ, ସରୋଜ ସାହୁ, କ୍ଷୀରୋଦ ମଲ୍ଲିକ ଓ ଜିଲ୍ଳା ସଭାପତିମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!