ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୱେବସାଇଟରେ ଓଡିଆ ଭାଷା

13320356_1718139601736383_9031286789048848551_oଚାଉଳ–ଗହମ ପ୍ରସଙ୍ଗ ହେଉ ବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୱେବସାଇଟରେ ଓଡିଆ ଭାଷାକୁ ସାମିଲ କରିବା ହେଉ, କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶାର ଲୋକ ମାନଙ୍କର ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ପୁରୀ ସହରକୁ ସ୍ୱଚ୍ଛ ପର୍ଯ୍ୟଟନ ସ୍ଥାନ କରିବା ଯୋଜନାରେ ସାମିଲ କରିବା ଘୋଷଣା, ପ୍ରମାଣିତ କରୁଛି ଯେ ମୋଦି ସରକାରଙ୍କ ଫୋକସ୍ରେ ଓଡିଶା ରହିଛି । ମାତ୍ର ରାଜ୍ୟ ବିଜେଡି ସରକାର ୧୬ ବର୍ଷ ଶାସନ କ୍ଷମତାରେ ରହିବା ସତ୍ୱେ ତାଙ୍କର ୱେବସାଇଟ ଓଡିଆ ଭାଷାରେ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଚାଉଳ–ଗହମ ଅନୁପାତ ସମ୍ବନ୍ଧରେ ଘୋଷଣା କରିବା ପରେ ମଧ୍ୟ ବିଜେଡି ଆନେ୍ଦାଳନ କରୁଛି । ମୋଦି ସରକାର ଓଡିଶାର ବିକାଶ ପାଇଁ ସଂକଳ୍ପବଦ୍ଧ ଥିବା ବେେଳେ ବିଜେଡି କେବଳ ଲୋକ ଦେଖାଣିଆ ସଂକୀର୍ଣ୍ଣ ରାଜନୀତି କରୁଥିବା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ହୋଇଯାଉଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୱେବସାଇଟରେ ଓଡିଆ ଭାଷାକୁ ସାମିଲ କରାଯିବା ଘଟଣା ସ୍ପଷ୍ଟ କରୁଛି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କେତେ ତ୍ୱରିତ ଗତିରେ କାମ କରୁଛି । ଦେଶବାସୀ ସେମାନଙ୍କର କଥାକୁ ନିଜ ଭାଷାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ କିପରି ପହଂଚାଇ ପାରିବେ ସେଥିପାଇଁ ପିଏମଓର ୱେବସାଇଟରେ ସମସ୍ତ ଭାଷାକୁ ସାମିଲ କରିବାକୁ ନିଷ୍ପତି ନେଇଥିଲେ । ପ୍ରଥମେ କିଛି ଭାଷା ସାମିଲ କରାଯାଇଥିଲା ଓ ପର୍ଯ୍ୟାୟ କ୍ରମେ ସମସ୍ତ ଭାରତୀୟ ଭାଷାକୁ ଏଥିରେ ସାମିଲ କରାଯିବାର ଥିଲା । ମାତ୍ର ବିଜେଡି ନିଜକୁ କ୍ଷୁଦ୍ର ମାନସିକତାର ପରିଚୟ ଦେଇ ସମାଲୋଚନା କରିଥିଲା । ପିଏମଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏହାର ଚାରିଦିନ ମଧ୍ୟରେ ଓଡିଆ ଭାଷାକୁ ଏଥିରେ ସାମିଲ କରି ନିଆଯାଇଛି । ମାତ୍ର ନିଜକୁ ଓଡିଆ ଭାଷାର ସମର୍ଥକ ବୋଲି ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଜବାବ ଦେବେ କି ଯେ ଗତ ୧୬ ବର୍ଷ ଧରି ଶାସନ କ୍ଷମତାରେ ଥିବା ବେଳେ ଆଜି ଯାଏ ମୁଖ୍ୟମନ୍ତ୍ରୀଙ୍କ ୱେବସାଇଟ କାହିଁକି ଓଡିଆ ଭାଷାରେ ହୋଇ ନାହିଁ । କେବଳ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ମନ୍ତ୍ରିମଣ୍ଡଳର କୌଣସି ବିଭାଗର ବେବସାଇଟରେ ଓଡିଆର ନାମ ଗନ୍ଧ କାହିଁକି ନାହିଁ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୱେବସାଇଟରେ ଓଡିଆ ଭାଷା ନେଇ ପ୍ରଶ୍ନ ଉଠାଇବା ପୂର୍ବରୁ ଯଦି ନିଜ ସରକାରଙ୍କ ୱେବସାଇଟକୁ ବିଜେଡି ନେତା ମାନଙ୍କର ଦେଖିବା ଉଚିତ ଥିଲା । ଓଡିଆ ଭାଷା ପାଇଁ ଦରଦ ଥିବା ଦାବି କରୁଥିବା ବିଜେଡି ସରକାର ଉତର ଦେବେ କି ଯେ କାହିଁକି ୧୯୯୭ରୁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ବନ୍ଦ ହୋଇ ପଡିଛି, କାହିଁକି ଏହାକୁ ପୁଣି ଥରେ ଚାଲୁ କରୁ ନାହାନ୍ତି । ଦୀର୍ଘ ୧୬ ବର୍ଷର ଶାସନ ପରେ ମଧ୍ୟ ଓଡିଆ ଭାଷାରେ ନୂଆ ଚେୟାର ଆରମ୍ଭ କରିବା ତ ଦୂରର କଥା, ବନ୍ଦ ହୋଇଥିବା ଚେୟାରକୁ ମଧ୍ୟ ଚାଲୁ କରୁ ନାହାନ୍ତି । ଏହା ବିଜେଡିର ଓଡିଆ ପ୍ରେମକୁ ସ୍ପଷ୍ଟ କରୁଛି ।

ଓଡିଆ ଭାଷା ପ୍ରତି ଦରଦ ଥିବା ଦାବି କରୁଥିବା ବିଜେଡି ସରକାର ଓଡିଆ ଭାଷା ଆଇନକୁ ଦୀର୍ଘ ୧୬ ବର୍ଷର ଶାସନ ପରେ ମଧ୍ୟ କାହିଁକି ଲାଗୁ କରି ନାହିଁ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି ।
କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ୧୦୦ଟି ସ୍ଥାନକୁ ସ୍ୱଚ୍ଛ ପର୍ଯ୍ୟଟକ ସ୍ଥାନ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନିଆ ଯାଇଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍ଥାନକୁ ଗ୍ରହଣ କରାଯାଇଥିବା ବେଳେ ଏଥି ମଧ୍ୟରେ ପୁରୀକୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହିତ ରାଜ୍ୟ ସରକାର ମିଶି କାମ କରିବେ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପାଇଁ ଭାରତୀୟ ଜନତା ପାର୍ଟୀର ରାଜ୍ୟ ଶାଖା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇବା ସହ ଏହା ନିଷ୍ପତି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ଓଡିଶା ରହିଥିବା ପୁଣି ଥରେ ପ୍ରମାଣିତ ହୋଇଛି । ମାତ୍ର ଗତ ନବକଳେବର ସମୟରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଡ୍ରେନେଜ ବ୍ୟବସ୍ଥା ସମେତ ସମସ୍ତ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପର୍ଯ୍ୟାପ୍ତ ଅର୍ଥ ଆସିଥିଲେ ସୁଦ୍ଧା ସେହି ଅର୍ଥରେ କେମିତି କାମ ହୋଇଥିଲା ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଯଥେଷ୍ଟ ଅର୍ଥ ବରାଦ ସତ୍ୱେ ପୁରୀ ଭଳି ସାଂସ୍କୃତିକ ସହରର ବିକାଶ ହୋଇ ପାରୁନାହିଁ । ତେଣୁ ପୁରୀକୁ ସ୍ପଚ୍ଛ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ରୁପେ ସାମିଲ କରିବାକୁ ଘୋଷଣା କରିଥିବା କାରଣରୁ ରାଜ୍ୟ ସରକାର ଏହି ଯୋଜନାକୁ କିପରି ସଫଳ ରୂପାୟନ କରିହେବ ସେ ନେଇ ଧ୍ୟାନ ଦିଅନ୍ତୁ ବୋଲି ଏକ ମିଳିତ ବିବୃତିରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପ୍ରବକ୍ତା ଗୋଲକ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।

Share in top social networks!