୧୦ ଲକ୍ଷ ଲୋକଙ୍କର ସମାଗମ ପୁରୀରେ, ଦୁଇ ଭକ୍ତ ମୃତ

ପୁରୀରେ  ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ ଲକ୍ଷ  ଉପରେ ଭକ୍ତମାନଙ୍କର  ସମାଗମ ହୋଇଥିଲା।  ଭକ୍ତମାନଙ୍କ ମଧ୍ୟରେ ହଲି ହଲି ଦୋହଲି ଦୋହଲି ତିନି ଠାକୁର  ପହଣ୍ଡି ବିଜେ କରି ରଥାରୂଢ ହେଲାପରେ ଭକ୍ତସମୁଦ୍ର ତିନି ରଥକୁ ବଡ ଦାଣ୍ଡରେ ଟାଣି ଥିଲେ। ତେବେ ସବୁ ଅନୁକୂଳ ପରିସ୍ଥିତିରେ ନୀତି ବିଳମ୍ବ ହେବାରୁ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ପାରିନାହାନ୍ତି

। ଆଜି ପୁଣି ରଥ ଟଣା ଯିବ ଓ ସନ୍ଧ୍ୟାରେ ତିନି ରଥ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ।

 

Share in top social networks!
Powered By Indic IME