ଝାନସିରାଣୀ ପଣ୍ଡା ଓ ଜେଇଇ ଟପର ହରିପ୍ରିୟା ନାଏକଙ୍କୁ ସାକ୍ଷାତ ଆଲୋଚନା କରି ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

13315272_1032906293459616_8445736020819396359_nକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାରର
ଆଥ#ର୍କ ଅନାଟନ ସତେ୍ୱ ଅଟୋ ଚଳାଇ ଉଚ୍ଚ ଶିକ୍ଷା ପାଇଁ ଅଣ୍ଟା ଭିଡିଥ#ବା ଓଡିଆ ଝିଅ ଝାନସୀରାଣୀ ପଣ୍ଡା
ଙ୍କ ସାକ୍ଷାତ ଆଲୋଚନା କରିଥ#ବା ବେଳେ ଓଡିଶା ଜେଇଇ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧ#କାର କରିଥ#ବା
ହରିପ୍ରିୟା ନାୟକଙ୍କୁ ସମ୍ବଧ#ର୍ତ କରିଛନ୍ତି । ଉଭୟ ପରିବାର ଆଥ#ର୍କ ଅନାଟନ ସତେ୍ୱ ଯେଉଁ ସାହସ ଓ
ପରିଶ୍ରମ ଦେଇଛନ୍ତି ତାହା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ
କରିଛନ୍ତି ।
ଝାନସିରାଣୀଙ୍କ ସହିତ କଥା ହେବା ସହ ତାଙ୍କର ଭବିଷ୍ୟତରେ କଣ ହେବାକୁ ଇଚ୍ଛା ଅଛି ପଚାରି ବୁଝିଛନ୍ତି
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବାଲେଶ୍ୱର ଠାରେ ଝାନସୀରାଣୀ ପଣ୍ଡାଙ୍କ ସହିତ କଥା ହେବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମାଜିକ
ଗଣମାଧ୍ୟମ ଟ୍ୱିଟରରେ ସେ ପ୍ରଥମେ ଜଣେ ଓଡିଆ ଝିଅ ଅଟୋ ଚଳାଇ ପାଠ ପଢିବା ବିଷୟ ଦେଖ#ବା
ପରେ ଏହାକୁ ରିଟ୍ୱିଟ କରିଥ#ଲେ ।
ଶ୍ରୀ ପ୍ରଧାନଙ୍କ କାର୍ଯ୍ୟାଳୟ ତରଫରୁ ଏହି ଝିଅ କେଉଁଠି ରହନ୍ତୁ ବୁଝାବୁଝି କରାଯିବା ପରେ ବାରିପଦାର
ଅଜୟ କୁମାର ପଣ୍ଡାଙ୍କ ଝିଅ ବୋଲି ଜଣା ପଡିଥ#ଲା ।
ଶ୍ରୀ ପ୍ରଧାନ ବାଲେଶ୍ୱରରେ ଥ#ବାରୁ ଏହି ଝିଅଙ୍କୁ ଡାକିବା ସହ ତାଙ୍କ ସହ କଥାବାର୍ତା କରି ତାଙ୍କର ଦୃଢ
ଇଚ୍ଛାଶକ୍ତିର ପ୍ରଶଂସା କରିଥ#ଲେ ।
ଝାନସିଙ୍କ ବାପା ଜଣେ ବସ ଡ୍ରାଇଭର । ମାତ୍ର ଖରାପ ସ୍ୱାସ୍ଥ୍ୟ କାରଣରୁ ସେ କାମ କରି ପାରୁ ନାହାନ୍ତି ।
ଅନ୍ୟ ଦୁଇ ଜଣ ଝିଅ କାମ କରୁଥ#ବା ବେଳେ ଛୋଟ ପୁଅ ସ୍କୁଲର ଛାତ୍ର । ମାତ୍ର ଝାନସୀଙ୍କର ପାଠ ପଢିବା
ପାଇଁ ପ୍ରବଳ ଆଗ୍ରହ ଥ#ବା କାରଣରୁ ସେ ଅଟୋ ଚଳାଇ ନିଜର ପାଠପଢା ଖର୍ଚ ବାହାର କରୁଛନ୍ତି ।

Share in top social networks!