ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ଜମି ପଞ୍ଜିକରଣ ; ଓଡ଼ିଶା ସରକାର ଏବଂ ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ର।ଳୟ କୁ ଧନ୍ୟବାଦ ଜଣାଇଲେ କୁଳପତି

ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ଜମି ପଞ୍ଜିକରଣ ପ୍ରକ୍ରିୟା ଓଡ଼ିଶା ସରକାର ଏବଂ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷର ଦ୍ଵାରା ସମାପ୍ତ ହେଇଯାଇଛି । ଓଡ଼ିଶା ସରକାର ପକ୍ଷରୁ କୋରାପୁଟ ଜିଲ୍ଲପାଳ ଜୟକୁମାର ଭି. ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି ଚୁକ୍ତି ସ୍ଵାକ୍ଷର କରିଥିଲେ । ଓଡ଼ିଶା ସରକାର ଦ୍ଵାରା ବିଶ୍ଵବିଦ୍ୟାଳୟ କୁ ସୁନାବେଡା ଠାରେ ପ୍ରଦାନ ୪୩୦ ଏକର ଜମି ତା : ୨୪.୦୫.୧୬ ଦିନ ପଟାଙ୍ଗି ସ୍ଥିତ ଉପ-ରେଜିସ୍ଟ୍ରାରଙ୍କ କାର୍ଯ୍ୟଳୟ ଠାରେ ପଞ୍ଜୀକୃତ ହେଇଯାଇଛି । ବିଶ୍ଵବିଦ୍ୟାଳୟ ସ୍ଥାପନ ର ସାତ ବର୍ଷ ପରେ ଏହି ପଞ୍ଜୀକରଣ ହେଇପାରିଛି ।
landmedia
ବିଶ୍ବବିଦ୍ୟାଳୟର କୁଳପତି ପ୍ର. ମହାନ୍ତି ଏବଂ ବିଶ୍ଵବିଦ୍ୟାଳୟ ର କର୍ମକର୍ତା ମାନେ ଓଡ଼ିଶା ସରକାରଙ୍କୁ, ସ୍ୱତନ୍ତ୍ର ଭାବେ ମାନ୍ୟବର ମୁଖ୍ୟ ମନ୍ତ୍ରୀ, ରାଜସ୍ୱ ସଚିବ, କେ .ବି. କେ ପ୍ରକଳ୍ପ ର ମୁଖ୍ୟ ପ୍ରଶାସକଙ୍କୁ ବିଶ୍ଵବିଦ୍ୟାଳୟର ଗଠନର ଏହି କାର୍ଯକ୍ରମରେ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
କୋରାପୁଟର ଜିଲ୍ଲାପାଳ ଜୟକୁମାର ଭି. ବିଶ୍ଵବିଦ୍ୟାଳୟକୁ ସବୁସମୟରେ ସହଯୋଗର ହାତ ବଢାଇ ଥିବାରୁ କୁଳପତି ପ୍ର. ମହାନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସର ରେ କୁଳପତି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀ. ନବୀନ ପଟ୍ଟନାୟକ, ରାଜସ୍ୱ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ଗୃହ ଏବଂ ରାଜସ୍ୱ ସଚିବ ଏବଂ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କୁ ବିଶ୍ବବିଦ୍ୟାଳୟର କେତେକ ଆବଶ୍ୟକତା ପୁରଣରେ ରେ ସାହାଯ୍ୟ ର ପ୍ରତିସ୍ତୃତି ନିମନ୍ତେ ଧନ୍ୟବାଦ ଜ୍ଞାପନ କରି କହିଥିଲେ ଯେ “କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟ, UGC ଏବଂ ରାଜ୍ୟ ସରକାରଙ୍କ ଏମିତି ଅବିରତ ସାହାଯ୍ୟ ସହଯୋଗ ଦ୍ଵାରା କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମୁଖ୍ୟ କେନ୍ଦ୍ର ରୂପେ ପରିଗଣିଣତ ହେବ” ।

ବିଶ୍ଵବିଦ୍ୟାଳୟ କୁ ଅଗ୍ରୀମ ଭାବେ ୨୦୦୯ ମସିହାରେ Hindustan Aeronautics Limited & Naval Armament Depot ନିକଟରେ ୪୩୦ ଏକର ଜମି ପ୍ରଦାନ କରଯାଇଥିଲା । ବିଶ୍ଵବିଦ୍ୟାଳୟ ଦ୍ଵାରା ୧୩୮ କୋଟି ଟଙ୍କା ର lease rent, cess ଏବଂ ଅନ୍ୟାନ ରାଶି ପଇଠ କାରଣ ରୁ ଜମି ପଞ୍ଜୀକରଣ ସ୍ଥଗିତ ହେଇଯାଇଥିଲା । କୁଳପତିଙ୍କ ଅବିରତ ପ୍ରୟାସ ଫଳରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟ ରାଜ୍ୟ ସରକାରଙ୍କୁ ବକେୟା ରାଶି, ଲୀଜ ରେଣ୍ଟ ଓ cess ଛାଡ ନିମନ୍ତେ ଅନୁରୋଧ କରିଥିଲେ । କୁଳପତି ନିଜେ ମଧ୍ୟ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । ଫଳରେ ରାଜ୍ୟ ସରକାର ଏସବୁକୁ ବିଚାରକୁ ନେଇ ବକେୟା ରାଶି, ଲୀଜ ରେଣ୍ଟ ଓ cess ବାବଦରେ ପାଖାପାଖି ୧୩୮ ଟଙ୍କା ଛାଡ କରିବାପରେ ବିଶ୍ୱବିଦ୍ୟାଳୟ ନାମରେ ୪୩୦ ଏକର ଜମି ପଞ୍ଜୀକୃତ ହେଲା।

Share in top social networks!