ମୋଦିଙ୍କ ଭରପୂର ସହଯୋଗ ସତ୍ୱେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ଓଡିଆ ଲୋକଙ୍କୁ ତାଙ୍କ ନ୍ୟାଯ୍ୟ ହକରୁ ବଂଚିତ କରିଛି

rllyyttttପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୁନ ୨ ବାଲେଶ୍ୱର ଠାରେ ବିକାଶ ଉସôବ ପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମାବେଶର ନାମ ବିକାଶ ଉତ୍ସବ ରଖାଯାଇଥିବା ବେଳେ ଏଥିରେ ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଭଦ୍ରକ, ଜାଜପୁର ସମେତ ଆଖପାଖ ଜିଲ୍ଲାରୁ ପାଂଚ ଲକ୍ଷ ଜନସାଧାରଣ ଯୋଗ ଦେବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଜନସମାବେଶରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ଦୁଇ ବର୍ଷର ଶାସନର ହିସାବ ଦେବେ ।
ଏହି ଅବସରରେ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା ପୋଷ୍ଟର ଓ ଲିଫଲେଟକୁ ଦଳୀୟ କାର୍ଯ୍ୟାଳୟରେ ଉନ୍ମୋଚନ କରାଯାଇଛି । ଆଗଉଛି ଭାରତ, ବଦଳୁଛି ଭାରତ ସହ ଆଗେଇବ ଓଡିଶା ସଂକଳ୍ପକୁ ବିଜେପି ପ୍ରଚାରରେ ଘୋଷବାକ୍ୟ ଭାବେ ବ୍ୟବହାର କରି ଓଡିଶାର ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛି ।
ପ୍ରଚାର ପତ୍ରରେ ନରେନ୍ଦ୍ର ମୋଦିଙ୍କ “ଆପଣ ମାନେ ମୋତେ ଯେଉଁ ସ୍ନେହ ଓ ଶ୍ରଦ୍ଧା ଦେଇଛନ୍ତି ମୁଁ ଏହାକୁ ସୁଧ ଓ ମୂଳ ସହ ଓଡିଶାକୁ ଫେରାଇବି ” ଉକ୍ତିକୁ ପ୍ରମୁଖତାର ସହିତ ସ୍ଥାନ ଦେଇ ଦଳ ପ୍ରଧାନମନ୍ତ୍ରୀଙ୍କ ଜନପ୍ରିୟତାକୁ ଆଧାର କରି ଓଡିଆ ଲୋକଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଛି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶା ସମେତ ପୂର୍ବ ଭାରତର ଦୃତ ବିକାଶ ଓ ଏଥିରେ ଗରୀବ,କୃଷକ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ ପୂର୍ବ ଭାରତରେ ମୋଦିଙ୍କ ଜନପ୍ରିୟତାକୁ ବେଶ ଆଗକୁ ନେଇଛି । ଏହାର ପ୍ରମାଣ ଗତ ନିର୍ବାଚନରେ ପାଂଚ ଟା ଆସନ ରେ ବିଜୟୀ ହୋଇଥିବା ଥିବା ଆସାମରେ ସରକାର ଗଢି ଉତର ପୂର୍ବ ଭାରତର ପ୍ରବେଶ ଦ୍ୱାରରେ ଇତିହାସ ସୃଷ୍ଟି କରିଛି । ଗଣମାଧ୍ୟମରେ ଜନମତ ସର୍ଭେରେ ମୋଦିଙ୍କୁ ଜନତାଙ୍କ ପସନ୍ଦ ହାରରେ ଆସାମ ଦେଶର ସର୍ବାଗ୍ରେ ଥିବା ବେଳେ ଓଡିଶାରେ ଏହି ହାର ୮୨.୫ ଜନ ପସନ୍ଦ ସହ ଦ୍ୱିତୀୟରେ ରହିବା ଓଡିଶାବାସୀଙ୍କର ମୋଦିଙ୍କ ପ୍ରତି ଅତୁଟ ଶ୍ରଦ୍ଧାର ସୂଚନା ଭାବେ ଦଳ ଗ୍ରହଣ କରୁଛି ବୋଲି ସେମାନେ କହିଛନ୍ତି । ମୋଦି ସରକାରଙ୍କର ପୂର୍ବ ଭାରତ ଓ ବିଶେଷ ଭାବେ ଓଡିଶା ପ୍ରତି ପ୍ରାଥମିକତା କେବଳ ନିର୍ବାଚନୀ ସ୍ଲୋଗାନ ନୁହେଁ ବରଂ ଏହା ପ୍ରତିବଦ୍ଧତା ବୋଲି ଗତ ଦୁଇ ବର୍ଷରେ ମୋଦି ପ୍ରମାଣ କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ସାଧାରଣ ଓଡିଆ ଲୋକ ମାନେ ସେମାନଙ୍କର ନ୍ୟାଯ୍ୟ ହକରୁ ବଂଚିତ ହୋଇଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନାରେ ୩୦ ଟଙ୍କା ମୂଲ୍ୟର ଚାଉଳରେ ୨୭ ଟଙ୍କା ରିହାତି ଦେଇ ରାଜ୍ୟ ସରକାରଙ୍କୁ ୩ ଟଙ୍କା ମୂଲ୍ୟରେ ଯୋଗାଇ ଦେଉଛି କେନ୍ଦ୍ର ସରକାର । ମୋଟ ୪.୧୯ କୋଟି ଜନସଂଖ୍ୟା ମଧ୍ୟରୁ ୩.୨୬ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଆର୍ଥିକ ବ୍ୟବସ୍ଥା ହୋଇଛିା ମାତ୍ର ବିଳମ୍ବରେ ଖାଦ୍ୟ ସୁରକ୍ଷା ଆଇନ ଲାଗୂ କରିବା ଓ ତୃଟିପୂର୍ଣ ତାଲିକା ପ୍ରସ୍ତୁତ କରିବା ଦ୍ୱାରା ଲକ୍ଷ ଲକ୍ଷ ଓଡିଆ ତାଙ୍କ ନ୍ୟାଯ୍ୟ ହକରୁ ବଂଚିତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତି ଗୃହର ମୂଲ୍ୟ ୭୦ ହଜାରରୁ ୧ଲକ୍ଷ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ଗୃହ ସଂଖ୍ୟା ୨ ଗୁଣରୁ ଅଧିକ କରା ଯାଇଛି । ଗତ ତିନି ବର୍ଷରେ ଓଡିଶାରେ ମୋଟ ୩ ଲକ୍ଷ ଦୁଇ ହଜାର ଘର ନିର୍ମାଣ ହୋଇଥିବା ବେଳେ ଆଗାମୀ ଦୁଇ ବର୍ଷରେ ଦଶ ଲକ୍ଷ ଘର ନିର୍ମାଣ କରିଥିବାର ମିଛ ଘୋଷଣା ଖୋଦ ମୁଖ୍ୟମନ୍ତ୍ରୀ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଇଛିା କେନ୍ଦ୍ର ଯୋଜନାରେ ୮୦ ପ୍ରତିଶତରୁ ଅଧିକ ଓ ରାଜ୍ୟ ଯୋଜନାରେ ୨୦ ପ୍ରତିଶତରୁ କମ ବୋଲି ରାଜ୍ୟ ସରକାର ବିଧାନସଭାରେ ଲିଖିତ ଉତରରେ ସ୍ୱୀକାର କରିଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ପକ୍କା ଘର ସହିତ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଘରେ ବିଜୁଳି ସଂଯୋଗ ପାଇଁ ମୋଦି ସରକାର ପର୍ଯାପ୍ତ ଆର୍ଥିକ ବ୍ୟବସ୍ଥା କରିଛନ୍ତିା ସବୁ ଶିକ୍ଷାନୁଷ୍ଠାନରେ ବାଳକ ବାଳିକାଙ୍କ ପାଇଁ ଅଲଗା ପାଇଖାନା ସହ ସବୁ ଘରେ ପାଇଖାନା ପାଇଁ ବିଶେଷ ଆର୍ଥିକ ସହାୟତା କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆ ଯାଇଛି । ରେଳପଥ, ଜାତୀୟ ରାଜପଥ, ଜଳପଥ ନିର୍ମାଣରେ ରେକର୍ଡ ଅର୍ଥ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ପ୍ରମୁଖ ସହାୟତାରେ ୫ଟି ଓ କେନ୍ଦ୍ର ସରକାରୀ ଉଦ୍ୟୋଗ ମାନଙ୍କ ଦ୍ୱାରା ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେଉଛି । ସ୍କିଲ ଇଣ୍ଡିଆ, ମୁଦ୍ରା ବ୍ୟାଙ୍କ, ଷ୍ଟାର୍ଟ ଅପ ଓ ଷ୍ଟାଣ୍ଡ ଅପ ଇଣ୍ଡିଆ, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀ ମାନଙ୍କ ପାଇଁ ବ୍ୟାଙ୍କମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା କରା ଯାଉଛି । ରୋଷେଇ ଧୁଆଁରେ ଲୁହ ଗଡାଉଥିବା ଓଡିଶାର ସବୁ ଗରୀବ ମା –ଭଉଣୀ ମାନଙ୍କୁ ଉଜ୍ୱଳା ଯୋଜନା ମାଧ୍ୟମରେ ରୋଷେଇ ଗ୍ୟାସ ଯୋଗାଇ ଦେବାକୁ ମୋଦି ସରକାର ସମ୍ପୂର୍ଣ ରୂପେ ପ୍ରସ୍ତୁତ ରହିଛି । ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏକ ଲକ୍ଷ କୋଟିର ପୁଂଜି ନିବେଶ କାର୍ଯ୍ୟ ମୋଦି ସରକାରଙ୍କ କାର୍ଯ୍ୟକାଳରେ ସମ୍ପୂର୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା, ଫସଲ ବୀମା ଓ ମୃତିକା ସ୍ୱାସ୍ଥ୍ୟ କାର୍ଡ ଚାଷୀ ମାନଙ୍କୁ ସମର୍ପିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି ଓ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

Share in top social networks!