ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ଯୋଗ ଉତ୍ସବ

yogafesttଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ କର୍ମକର୍ତା ମାନଙ୍କ ମଧ୍ୟ ରେ ଯୋଗ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ଵବିଦ୍ୟାଳୟ ର କୋରାପୁଟ ସ୍ଥିତ ଲାଣ୍ଡିଗୁଡା କ୍ୟାମ୍ପସ ଠାରେ ଯୋଗ ଉତ୍ସବ ଆୟୋଜିତ ହେଇଯାଇଛି । ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟ କ୍ରମ ର ଉଦ୍ଦଘ।ଟନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।କୋରାପୁଟ ସ୍ଥିତ ରାମ କୃଷ୍ଣ ଆଶ୍ରମ ର ପ୍ରତିଷ୍ଠାତା ଡ. ଅମୂଲ୍ୟ ରତ୍ନ ମହାପାତ୍ର, ଏହି କାର୍ଯ୍ୟକ୍ରମ ରେ ବକ୍ତା ଭାବେ ଯୋଗ ଦେଇ ସୁସ୍ଥ ଜୀବନ ନିମନ୍ତେ ଯୋଗ ର ଆବଶ୍ୟକତା ସମ୍ବନ୍ଧ ରେ ବ୍ୟାଖ୍ୟା କରିଥିଲେ । UGC ନିର୍ଦେଶ କ୍ରମେ ଉକ୍ତ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା ।

ଏହି ଅବସର ରେ ପ୍ର. ମହାନ୍ତି ଭାରତୀୟ ଇତିହାସ ରେ ଯୋଗ ର ଅବଦାନ ଏବଂ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା କୁ ବ୍ୟାଖ୍ୟା କରି କହିଥିଲେ ଯେ “ସୁସ୍ଥତା ର ଅର୍ଥ କେବଳ ରୋଗ ବିହୀନ ଶରୀର ନୁହେଁ ବରଂ ସୁସ୍ଥ ଶରୀର ର ପ୍ରକୃତ ଅର୍ଥ ହେଲା ଆତ୍ମିକ, ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥତା ହିଁ ପ୍ରକୃତ ସ୍ୱାସ୍ଥ୍ୟ। ସୁସ୍ଥ ଜୀବନ ନିମନ୍ତେ ଯୋଗ ର ଅବଦାନ ଅତି ଗୁରୁତ୍ଵପୂର୍ଣ” । ଯୋଗ ର ଆବଶ୍ୟକତା କୁ ବୁଝାଇ ସେ କହିଥିଲେ ଯେ “ ଆଗାମୀ ଦିନରେ ବିଶ୍ଵ ବିଦ୍ୟାଳୟ ରେ ଯୋଗ ଶିକ୍ଷା ପ୍ରାଧାନ୍ୟ ଦିଆଯିବ ଏବଂ ସମସ୍ତେ ଜୀବନ ରେ ଯୋଗ କୁ ପ୍ରଥମିକତା ଦେବା ଦରକାର ” ।

ନିଜ ଅନୁଭୂତି ଏବଂ ଯୋଗ ର ଉପକାରିତା କୁ ଡାଃ. ମହାପାତ୍ର ନିଜ ଅଭିଭାଷଣ ରେ ସ୍ଥାନ ଦେଇଥିଲେ । “କୌଣସି କର୍ମ କୁ କୌଶଳ ରେ ସାଧନ କରିବା ହିଁ ଯୋଗ । ଯୋଗ କରିବା ନିମନ୍ତେ ଜୀବନ ରେ ଏକାଗ୍ରତା ର ଆବଶ୍ୟକତା ରହିଛି ଏବଂ ଏକାଗ୍ରତା ହିଁ ଲକ୍ଷ୍ୟ ସ୍ଥଳ କୁ ପହଞ୍ଚାଇ ଥାଏ “ ବୋଲି ସେ କହିଥିଲେ ।

ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ/ ପ୍ରାଧ୍ୟାପିକା ଏବଂ ଅଧିକାରୀ ଉପସ୍ଥିତ ଥିଲେ ।

Share in top social networks!