ମୋଦି ସରକାରଙ୍କ ସଂଖ୍ୟାଲଘୁ ବିକାଶ ଯୋଜନାକୁ ସଠିକ ଭାବେ କ୍ରିୟାନ୍ୱୟନ କରୁନି ରାଜ୍ୟ ସରକାର: ସଂଖ୍ୟାଲଘୁ ମୋର୍ଚ୍ଚା

bjpminoritymorchaaରାଜ୍ୟରେ ବିଜେଡି ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ରାଜ୍ୟର ଧାର୍ମିକ ସଂଖ୍ୟାଲଘୁମାନେ ସେମାନଙ୍କର ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ହେଉଛନ୍ତି । ଯଦି କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ପାଇଁ ପ୍ରବର୍ତିତ ବିଭିନ୍ନ ଯୋଜନା ଓ ଅର୍ଥର ସଦୁପଯୋଗ କରାଯାଇଥାନ୍ତା ତାହେଲେ ଏହି ବର୍ଗର ଲୋକମାନଙ୍କର ଦୃତ ଆର୍ଥିକ ବିକାଶରେ ଦୃଢ ସହାୟକ ହୋଇଥାନ୍ତା ବୋଲି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଜ୍ୟ ସଭାପତି ଶେଖ୍ ମହତାବ ମହମ୍ମଦ କହିଛନ୍ତି ।

ମୋର୍ଚ୍ଚା ତରଫରୁ ଆହୁରି କୁହାଯାଇଛିଯେ, ମୋଦି ସରକାରଙ୍କର ସଂଖ୍ୟାଲଘୁଙ୍କ ପାଇଁ ମଲ୍ଟି ସେକ୍ଟୋରାଲ ଡେଭଲପମେଂଟ ପ୍ରୋଗ୍ରାମ (ଏମଏସଡିପି), ସଂଖ୍ୟା ଲଘୁ ବିକାଶ ଓ ଅର୍ଥ ନିଗମଙ୍କ ମାଧ୍ୟମରେ ଅନୁଦାନର ଠିକ ହିତାଧିକାରୀ ଚୟନ, ସଂଖ୍ୟାଲଘୁ ମହିଳା ମାନଙ୍କ ପାଇଁ ବିଶେଷ ଯୋଜନା ନଇ ରୋଶନୀ, ଶିଖୋ ଔର କମାଓ ସଂଖ୍ୟାଲଘୁଙ୍କ ପାଇଁ ଦକ୍ଷତା ବିକାଶର ବିଶେଷ ଯୋଜନା, ପଢୋ ପରଦେଶ, ସଂଖ୍ୟାଲଘୁଙ୍କ ପାଇଁ ବିଦେଶରେ ପଢିବା ପାଇଁ ବିଶେଷ ଆର୍ଥିକ ସହାୟତା, ସଂଖ୍ୟାଲଘୁଙ୍କ ଅନନ୍ୟ ସଂସ୍କୃତି ଓ ପରମ୍ପରାର ରକ୍ଷା ପାଇଁ ହମାରେ ଧରୋହର ଯୋଜନା, ସଂଖ୍ୟାଲଘୁ ସାଇବର ଗ୍ରାମ ତଥା ସଂଖ୍ୟାଲଘୁଙ୍କ ପାରମ୍ପରିକ କଳା, ହସ୍ତଶିଳ୍ପର ବିକାଶ ପାଇଁ ଉସ୍ତାଦ ଯୋଜନା ରାଜ୍ୟରେ ଠିକ ଭାବରେ କାର୍ଯ୍ୟକାରୀ ହେଉ ନାହିଁ ବୋଲି ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ଅଭିଯୋଗ କରାଯାଇଛି ।

ମୋଦିଙ୍କର ସଂଖ୍ୟାଲଘୁଙ୍କ ପାଇଁ ଆର୍ଥିକ ସହାୟତା ଓ ବିଶେଷ ଯୋଜନାର ବାର୍ତା ରାଜ୍ୟର ଗରୀବ ସଂଖ୍ୟାଲଘୁ ଲୋକଙ୍କ ମଧ୍ୟରେ ପ୍ରଚାର କରାଯିବା ସହ ରାଜ୍ୟ ସରକାର ମୋଦିଙ୍କ ଯୋଜନା ଓ ଅର୍ଥକୁ ସଠିକ ଭାବେ କାର୍ଯ୍ୟକାରୀ କରୁନଥିବା ନେଇ ଜନମତ ସୃଷ୍ଟି କରାଯିବ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି ।

Share in top social networks!