ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନ ପାଇଁ ନୂଆ ପୂଂଜିନିବେଶ ଯୋଜନା ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjioillଦେଶରେ ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ଆବିଷ୍କୃତ କ୍ଷୁଦ୍ର କ୍ଷେତ୍ର ଗୁଡିକରେ ଉତ୍ପାଦନ ପାଇଁ ଦେଶ ବିଦେଶର ପୂଂଜି ନିବେଶକଙ୍କ ପାଇଁ ଆକର୍ଷଣୀୟ ଯୋଜନା ପ୍ରସ୍ତୁତ କରାଯାଇଥ#ବା ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ
ଘୋଷଣା କରିଛନ୍ତି । ନୂଆଦିଲ୍ଲୀରେ ଏ ସମ୍ପର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ଦେଶର ୪୬ଟି ସ୍ଥାନରେ ୬୭ଟି କ୍ଷୁଦ୍ର ଫିଲï ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥ#ଲେ ମଧ୍ୟ ଏ ଗୁଡିକରୁ ବ୍ୟବସାୟିକ ଭାବେ ତୈଳ ବା ଗ୍ୟାସ ଉତ୍ପାଦନ କରାଯାଇ ନାହିଁ । ବର୍ତମାନ ଭାରତ ସରକାର ତୈଳ ଓ ଗ୍ୟାସ କ୍ଷେତ୍ରରେ ଘରୋଇ ଉତ୍ପାଦନକୁ ଗୁରୁତ୍ୱ ଦେଉଥ#ବା କାରଣରୁ ଏହି କ୍ଷୁଦ୍ର ଫିଲï ଗୁଡିକରୁ ଉତ୍ପାଦନ ପାଇଁ ପଦକ୍ଷେପ ନିଆ ଯାଇଥ#ବା ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷୁଦ୍ର ଫିଲï ମାନଙ୍କରେ ୬୨୫ ମିଲିୟନ ବ୍ୟାରେଲ ତୈଳ ଓ ସମ ପରିମାଣର ଗ୍ୟାସ ମହଜୁଦ ଥ#ବା ଆକଳନ କରାଯାଇଛି । ଏହି ଫିଲï ଗୁଡିକ ୧୫ ଶହ ବର୍ଗ କିମି ଭୂମି, ଅଳ୍ପ ଗଭୀର ଜଳ ଓ ଗଭୀର ଜଳ ମଧ୍ୟରେ ରହିଥ#ବା ଆକଳନ କରାଯାଇଛି । ଏହି ସମ୍ପୂର୍ଣ ବିଡିଂ ପ୍ରକ୍ରିୟାକୁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବୈଷୟିକ ଶାଖା, ହାଇଡ୍ରୋକାର୍ବନ କ୍ଷେତ୍ରର ମହାନିର୍ଦେଶକ ପରିଚାଳନା କରିବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ହାଇଡ୍ରୋକାର୍ବନ କ୍ଷେତ୍ରରେ ଅଧ#କ ଉତ୍ପାଦନର ନୂଆ ଯୁଗରେ ପ୍ରବେଶ କରିଛି । ଦୂରଗାମୀ ହାଇଡ୍ରୋ କାର୍ବନ ଅନୁସନ୍ଧାନ ଓ ଲାଇସେନ୍ସିଂ ପଲିସି ଦ୍ୱାରା ଉପାର୍ଜନକୁ ବିଭାଜନ ଆଧାରରେ ଘରୋଇ କ୍ଷେତ୍ରର ପୁଂଜି ନିବେଶକୁ ଗତିଶୀଳ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ବିଡିଂ ପ୍ରକ୍ରିୟା ପାଇଁ ପୁଂଜି ନିବେଶକାରୀଙ୍କୁ ଆକର୍ଷିତ କଲା ଭଳି ଯୋଜନା ପୁଂଜିନିବେଶରେ ଆସିଥ#ବା ମାନ୍ଦାବସ୍ଥାକୁ ଦୂର କରି ପାରିବ ବୋଲି ଶ୍ରୀ ପ୍ରଧାନ କହିଥ#ଲେ ।

Share in top social networks!