ଭାରତରେ ଉଦ୍ୟୋଗ ବିକାଶର କର୍ଣ୍ଣଧାର ମଧୁବାବୁଙ୍କ ଉପରେ “ଓଡ଼ିଶା ଲାଇଭ୍୍’ର ବିଶେଷ କାର୍ଯ୍ୟକ୍ରମ

madhubabuଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ଶିଳ୍ପାୟନ ଆଭିମୁଖ୍ୟ ଏବଂ ଆଦର୍ଶକୁ ସ୍ମରଣ କରି ତାଙ୍କ ଉଦେ୍ଦଶ୍ୟରେ “ଓଡ଼ିଶା ଲାଇଭ୍୍’ ତରଫରୁ “ମଧୁବାବୁ ଏବଂ ମେକ୍୍ ଇନ୍୍ ଓଡ଼ିଶା’ ଶୀର୍ଷକ ଏକ ଶ୍ରଦ୍ଧାସୁମନ କାର୍ଯ୍ୟକ୍ରମ ଚଳିତମାସ ୨୮ ତାରିଖ ଦିନ ଜୟଦେବ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବାହ୍ନ ୧୦ଟା ୩୦ରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ । ସମ୍ମାନିତ ଅତିଥି ଭାବେ ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
“ପଗଡ଼ି ପୁରୁଷ’ ପୁସ୍ତକର ରଚୟିତା ତଥା ବିଶିଷ୍ଟ ଲେଖକ ପ୍ରଫେସର ଦାଶ ବେନହୁର ଏହି କାର୍ଯ୍ୟକ୍ରମରେ ମଧୁସ୍ମାରକୀ ବକ୍ତୃତା ପ୍ରଦାନ କରି ମଧୁବାବୁଙ୍କ ଉକ୍ରଳର ଶିଳ୍ପ, କୃଷି ଓ କାରିଗରୀ କୌଶଳକୁ ଅବଦାନ ବିଷୟରେ ବକ୍ତବ୍ୟ ରଖିବେ । ଓଡ଼ିଶାର ଯୁବ ଶିଳ୍ପୋଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଉଦେ୍ଦଶ୍ୟରେ ଏହି କାର୍ଯ୍ୟକ୍ରମରେ ଏକ “ଷ୍ଟାର୍ଟଅପ୍୍ କର୍ଣ୍ଣର’ ଉଦ୍ଘାଟିତ ହେବା ସହ କିମ୍ବଦନ୍ତୀ ପୁରୁଷ ମଧୁବାବୁଙ୍କ ସମୟ ଓ ଜୀବନ ସମ୍ପର୍କିତ “ମଧୁବାବୁ- ଦ ଗ୍ଲୋବାଲ୍ ଇଣ୍ଡିଆନ୍୍’ ଶୀର୍ଷକ ଏକ ସଂକ୍ଷିପ୍ତ ଇଂରାଜୀ ଜୀବନୀ ପୁସ୍ତକ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶାର ଶିଳ୍ପ ଓ କାରିଗରୀ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା କିଛି ବିଶିଷ୍ଟ ଓଡ଼ିଆ ଉଦ୍ୟୋଗୀଙ୍କୁ ଏହି ଅବସରରେ “କୁଶଳୀ ଓଡ଼ିଆ ସମ୍ମାନ’ ପ୍ରଦାନ କରାଯିବ । “ଓଡ଼ିଶା ଲାଇଭ୍୍’ର ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ବିଷୟରେ କହିଛନ୍ତି ଯେ, ମଧୁବାବୁଙ୍କ ସମ୍ପର୍କରେ ଏପରି ଏକ ପରିକଳ୍ପନା ନୂଆ ନୁହେଁ । ଜାତିର ଜନକ ମହାତ୍ମା ଗାନ୍ଧି ମଧୁବାବୁଙ୍କୁ ତାଙ୍କ ସ୍ୱଦେଶୀ ଚିନ୍ତାଧାରା ପାଇଁ ପ୍ରଶଂସା କରିଥିଲେ । ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ “ଓଡ଼ିଶା ଆର୍ଟ ୱେର’ ଏବଂ “ଉକ୍ରଳ ଟ୍ୟାନେରୀ’ ସେ ସମୟରେ ଶିଳ୍ପର ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିଲା । ଏପରିକି ଗାନ୍ଧିଜୀ ତାଙ୍କ ଓଡ଼ିଶା ଗସ୍ତ କାଳରେ ଟ୍ୟାନେରୀ ଦ୍ୱାରା ପ୍ରଭାବିତ ହୋଇ ଅନୁରୂପ ଏକ ଶିଳ୍ପ ସାବରମତୀ ଆଶ୍ରମରେ ପ୍ରତିଷ୍ଠା କରିଥିଲେ ।
ଏହି ଅବସରରେ ଓଡ଼ିଶା ଲାଇଭ୍ ପକ୍ଷରୁ ମଧୁବାବୁ.ଓଆରଜି (ଜ୍ଞବୟଷଙ୍କଭବଭଙ୍କ.କ୍ଟକ୍ସଶ) ୱେବସାଇଟ୍ ଉନ୍ମୋଚିତ ହେବ । ଏହି ଡିଜିଟାଲ୍ ପ୍ଲାଟ୍ଫର୍ମ ଜରିଆରେ ବିଶ୍ୱ ମଧୁପ୍ରେମୀ ଓ ପରବର୍ତୀ ପିଢ଼ି ପାଇଁ ମଧୁସୂଦନ ଦାସଙ୍କ ଜୀବନୀ ସମ୍ପର୍କିତ ଲେଖା ଓ ପୁରୁଣା ଫଟୋ ଉପଲବ୍ଧ ହେବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି ।
“ଓଡ଼ିଶା ଲାଇଭ୍’ର ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ, ଗଣମାଧ୍ୟମ, ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ଏନଏସଆଇସି, ୟୁସିସିଆଇ ଏବଂ ଏନ୍ଓସିସିଆଇ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!