୨୧ରେ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳା

Raghuram Rajanଜୟଦେବଭବନରେ ଶନିବାର ସଂନ୍ଧ୍ୟା ୬ଟା୩୦ରେ ଅନୁଷ୍ଠିତ ହେବ ୨୭ତମ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଡଃ ରଘୁରାମ ରାଜନ ଏହି ବକ୍ତୃତାମାଳାରେ ‘ବିଶ୍ୱ ଅର୍ଥନୀତି ଓ ଭାରତ’ ଉପରେ ବକ୍ତବ୍ୟ ରଖିବେ । ରାଜ୍ୟ ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏଥିରେ ପୌରହିତ୍ୟ କରିବେ । ଡଃ ହରେକୃଷ୍ଣ ମହତାବ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ଦେବେ । ତରୁଣ କୁମାର ସାହୁ ଏହି ବକ୍ତୃତାମାଳାରେ ଧନ୍ୟବାଦ ଅର୍ପଣ କରିବେ ।

Share in top social networks!