ଭୁବନେଶ୍ୱର ମହିଳା ମୋର୍ଚ୍ଚାର କାଯ୍ୟକରିଣୀ କମିଟୀ ଘୋଷଣା

bjpmahilaaବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଅନୁମୋଦନ କ୍ରମେ ଆଜି ଜିଲ୍ଲାର କାର୍ଯ୍ୟ କାରିଣୀ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ପ୍ରିୟଦର୍ଶିନୀ ଘୋଷଣା କରିଛନ୍ତ । ସେମାନେ ହେଲେ ୫ ଜଣ ଉପସଭାପତି ସୁନୀତା ପାଢି, ଶଶୀପ୍ରଭା ରଥ, ନିରୁପମା ପାତ୍ର, ମିନତୀ ବାରିକ ଓ ଛବିରାଣୀ ସ୍ୱାଇଁ । ୨ ଜଣ ସାଧାରଣ ସଂପାଦକ ଭାବେ ଉନ୍ନତି ପରିଡା ଓ ରୁନୁ ଭୁୟାଁ, ୪ ଜଣ ସଂପାଦକ –ଶୀଲା ଦତ, ପୁଷ୍ପାଲତା ମୁନି, ଜୟନ୍ତୀ କର, ରତ୍ନାମଞରି ବିଶ୍ୱାଳ, କୋଷାଧ୍ୟକ୍ଷା ଭାବେ କବିତା ଲେଙ୍କାଙ୍କ ନାମ ଘୋଷଣା କରାଯାଇଛି ।

ମହିଳା ମୋର୍ଚ୍ଚାକୁ ସୁଦୃଢ କରିବା ପାଇଁ ଭୁବନେଶ୍ୱରର ୭ ଟି ମଣ୍ଡଳ ସଭାନେତ୍ରୀ ଙ୍କ ନାମ ଘୋଷଣା କରାଯାଇଛି । ଚନ୍ଦ୍ରଶେଖର ମଣ୍ଡଳର ସଭାନେତ୍ରୀ ମିଲି ରଣା, ବାଣୀ ବିହାର ଓ୍ମ ତାରାଣୀ ଶତପଥୀ, ଶ୍ରୀ କୃଷ୍ଣ ମଣ୍ଡଳ କଳ୍ପନା ପରିଡା, ନୟାପଲ୍ଲୀ ମଣ୍ଡଳ ପି. ନମିତା ରାଓ, ଶ୍ରୀ ରାମ ମଣ୍ଡଳ କୃଷ୍ଣପ୍ରିୟା ସାହୁ, ବୁଦେ୍ଧଶ୍ୱରୀ ମଣ୍ଡଳ ଡି.ଲକ୍ଷ୍ମୀ, ବନଦୁର୍ଗା ମଣ୍ଡଳ ସଭାପତି ଭାବେ କନକଲତା ରେଡୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ରାଜ୍ୟ ମହୀଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ପିଙ୍କି ପ୍ରଧାନ, କୋଷାଧ୍ୟକ୍ଷ ବିଜୟ ଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ଉପସଭାପତି ଅନୁସ୍ୱୟା ସାହୁଙ୍କ ଉପସ୍ଥିତି ରେ ଏହି ବୈଠକରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣଙ୍ଗ କାର୍ଯ୍ୟ କାରିଣି କମିଟି ଘୋଷଣା କରିଛନ୍ତି ।

Share in top social networks!