ବରିଷ୍ଠ ସାମ୍ବାଦିକ ସିଦ୍ଧାର୍ଥ କାନୁନ୍ଗୋ ପାଇବେ ‘ନାରଦ ସମ୍ମାନ-୨୦୧୬’

kanungoବରିଷ୍ଠ ସାମ୍ବାଦିକ ତଥା ଭାରତର ସର୍ବବୃହତ ସଂବାଦ ସରବରାହ ସଂସ୍ଥା ପ୍ରେସ୍ ଟ୍ରଷ୍ଟ ଅଫ ଇଣ୍ଡିଆ,ଓଡିଶା ଶାଖାର ମୁଖ୍ୟ ଶ୍ରୀ ସିଦ୍ଧାର୍ଥ କାନୁନ୍ଗୋ‘ନାରଦ ସମ୍ମାନ-୨୦୧୬’ ରେ ସମ୍ମାନୀତ ହେବେ । ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ଚତୁର୍ଦ୍ଦଶ ନାରଦ ସମ୍ମାନ’ ଉତ୍ସବ ଆସନ୍ତା ୨୨ ମେ ୨୦୧୬ରିଖ ରବିବାର ଦିନ ସଂଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ (ଇଡିକଲ) ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଅବସର ପ୍ରାପ୍ତ ଆଇ.ଏ.ଏସ୍.ଡ.ହୃଷୀକେଶ ପଣ୍ଡା ମୁଖ୍ୟ ଅତିଥି ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ପ୍ରଫେସର ଗୋପାଳକୃଷ୍ଣ ଦାଶ ମୁଖ୍ୟବକ୍ତାରୂପେ ଯୋଗଦେଇ ଶ୍ରୀ କାନୁନ୍ଗୋଙ୍କୁ ‘ନାରଦ ସମ୍ମାନ-୨୦୧୬’ ପ୍ରଦାନ କରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା,ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ,ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର , ପ୍ରତାପ ମହାନ୍ତି ଓ ଜଗବନ୍ଧୁ ମିଶ୍ର ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

Share in top social networks!