ଗ୍ରାମାଞ୍ଚଳ ଚକ୍ଷୁ ଚିକିତ୍ସା ପାଇଁ ଏକ ନୋଡାଲ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

13256027_1025440580872854_6057670672762675831_nକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆନ ଅଏଲର କର୍ପୋରେଟ ସାମାଜିକ ଉତ୍ତରାଦାୟିତ୍ୱ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଇଣ୍ଡିଆନ ଅଏଲ- ଏଲଭି ପ୍ରସାଦ ସେଣ୍ଟର ଫର ରୁରାଲ ଆଇର ଉଦଘାଟନ କରିଛନ୍ତି । ଓଡିଶାର ଗ୍ରାମାଞ୍ଚଳର ଲୋକ ମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଚକ୍ଷୁ
ରୋଗର ଚିକିତ୍ସା କରିବା, ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥ#ବା ଦୃଷ୍ଟିହୀନ ସମସ୍ୟାକୁ ସମାଧାନ କରିବା ପାଇଁ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେବା ଏହି କେନ୍ଦ୍ରର ଉଦ୍ଦେଶ୍ୟ ବୋଲି ଉଦଘାଟନ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ଚକ୍ଷୁରୋଗ ସମ୍ପର୍କିତ ଜନସଚେତନତା ସୃଷ୍ଟି କରିବା, ଓଡିଶାରେ ଚକ୍ଷୁରୋଗର କାରଣ ଓ ନିରାକରଣ ଉପରେ ବିଶେଷ ଧ୍ୟାନ ଦେବା ସହ ରୋଗ ନିୟନ୍ତ୍ରଣ ପାଇଁ ଯୋଜନା ଓ କ୍ରିୟାନ୍ୱୟନ ଏହି କେନ୍ଦ୍ର କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଇଣ୍ଡିଆନ ଅଏଲ ରାଜ୍ୟରେ ଦକ୍ଷତା ବିକାଶ ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା କରିଛି । ଏଥ#ରେ ପ୍ରଶିକ୍ଷିତ ଯୁବକ-ଯୁବତୀ ମାନେ ଦେଶ ବିଦେଶରେ କାମ କରି ନିଜକୁ ଆତ୍ମ ନିର୍ଭର କରି ପାରିବେ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦକ୍ଷତା ବିକାଶ କେନ୍ଦ୍ର ହେଉ ଅଥବା ଚକ୍ଷୁ ସେବା ସବୁ ପ୍ରୟାସର ମୂଳ ଉଦ୍ଦେଶ୍ୟ ହେଉଛି ଓଡିଆ ଲୋକ ମାନଙ୍କର ସାମର୍ଥ ବିକାଶ କରିବା ଯାହା ଦ୍ୱାରା ସେମାନେ ସାହାଯ୍ୟ ବା ଦୟା ନୁହେଁ ନିଜ ପ୍ରଚେଷ୍ଟାରେ ନିଜେ ରୋଜଗାର କରି ଶାନ୍ତିରେ ଜୀବନ ଯାପନ କରି ପାରିବେ ।

Share in top social networks!
Powered By Indic IME