ପୁରୀ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ନେଇ ପ୍ରସ୍ତୁତି ସଂପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

puriiiiପୁରୀ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ନେଇ ବିଭାଗର ପ୍ରସ୍ତୁତି ସଂପର୍କରେ ଏକ ଉଚ୍ଚସ୍ଥୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୁରୀରେ ଆଗାମୀ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା , ଚିକିତ୍ସା ବ୍ୟବସ୍ଥା , ବାହରୁ ମୁତୟନ ହେଉଥିବା ଡାକ୍ତର ଓ ପାରାମେଡିକ ମାନଙ୍କ ରହଣୀ , ପାନୀୟଜଳ ବିଶୋଧନ , ଆମ୍ବୁଲାନ୍ସମୁତୟନ , ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ମହଜୁଦ , ଖାଦ୍ୟପଦାର୍ଥ ଯାନ୍ଚ ଏବଂ ଭିତିଭୂମି ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ କୁହା ଯାଇଛି । ବିଭାଗର ବରିଷ୍ଟ ପଦାଧିକାରୀମାନେ ନିୟମିତ ଭାବେ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ କଡା ନିଦେ୍ର୍ଦଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅଖିଳ ବିହାରୀ ଓତା , ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ , ଓଡିଶା ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିଦେ୍ର୍ଦଶକ ବି.ପରମେଶ୍ୱରନ୍ ,ସ୍ୱତନ୍ତ୍ର ସଚିବ ଏନ୍.କେ.ଦାଶ ,ଯୁଗ୍ମସଚିବ ସୁରଜିତ ଦାଶ , ଅତିରିକ୍ତ ଏମ୍.ଡି ଏନ୍.ଏଚ୍.ଏମ୍ ସରୋଜ ସାମଲ , ଏନ୍.ଏଚ୍.ଏମ୍ ଯୁଗ୍ମ ନିଦେ୍ର୍ଦଶକ(ପ୍ରଶାସନ) ଅନୁଜ ଦାସ ପଟ୍ଟନାୟକ , ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଚିତରଂଜନ ନାୟକ , ପରିବାର କଲ୍ୟାଣ ନିଦେ୍ର୍ଦଶିକା ନିର୍ମଳା କୁମାରୀ ଦେଇ , ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ କୈଳାସ ଚନ୍ଦ୍ର ଦାଶ , ପୁର୍ତବିଭାଗ ଯନ୍ତ୍ରୀମୁଖ୍ୟ ଏବଂ ପୁରୀ ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!