ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ମାଧ୍ୟମରେ ପ୍ରତିଷ୍ଠା କରାଯାଉଥ#ବା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା, ଶିକ୍ଷଣୀୟ ପରିବେଶ ଏବଂ ଉପଯୁକ୍ତ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ସମୀକ୍ଷା କରି ଶ୍ରୀ ପାଢ଼ୀ ଏହା କହିଛନ୍ତି । ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ, ବିଜ୍ଞାନ ପରିକ୍ଷାଗାରରେ ଯନ୍ତ୍ରପାତି ଓ ସରଞ୍ଜାମ, ପରିଚ୍ଛନତା, ବିଦୁ୍ୟତ, ଚଳମାନ ପାଣି ଯୋଗାଣ ବ୍ୟବସ୍ଥା, ଇଣ୍ଟରନେଟ୍ ସଂଯୋଗ ଆଦି ନିମନ୍ତେ ଆବଶ୍ୟକ ବାର୍ଷିକ ପୁନଃପୌନିକ (ରିକରିଂ) ଖର୍ଚ୍ଚ ବିଷୟରେ ଉପଯୁକ୍ତ ଆକଳନ ଏବଂ ସେଥ# ପାଇଁ ପା=ିର ସ୍ରୋତ ନିଦ୍ଧିଷ୍ଟ କରିବା ନିମନ୍ତେ ଶ୍ରୀ ପାଢ଼ୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ସ୍ଥିତି ବିଷୟରେ ସଦ୍ୟ ତଥ୍ୟ ଓ ତତ୍ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟରେ ପଛୁଆ ଅଞ୍ଚଳରେ ଉଚ୍ଚମାନର ଶିକ୍ଷା ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥ#ଲେ । ବର୍ତ୍ତମାନ ସୁଦ୍ଧା ଏହିପରି ୧୦୦ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଆଜି ବୈଠକରେ କାର୍ଯ୍ୟ କରୁଥ#ବା ୧୦୦ଟି ବିଦ୍ୟାଳୟ ଏବଂ ଅବଶିଷ୍ଟ ବିଦ୍ୟାଳୟ ମାନଙ୍କର କାର୍ଯ୍ୟାନ୍ୱୟନ ବିଷୟରେ ସମୀକ୍ଷା ହୋଇଥ#ଲା । ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକ୍ ମାନଙ୍କରେ ଅଗ୍ରାଧ#କାର ଭିତ୍ତିରେ ୨୦୧୬-୧୭ ଆଥ#ର୍କ ବର୍ଷ ମଧ୍ୟରେ ବିଦ୍ୟାଳୟ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥ#ଲେ । ଏହିସବୁ ଅଞ୍ଚଳରେ ଛାତ୍ରୀ ନିବାସ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥ#ଲେ ଚଳିତ ବର୍ଷ ମଧ୍ୟରେ ସମସ୍ତ ପଛୁଆ ବ୍ଲକ୍ରେ ଅଧ#କ ୧୦୦ ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରନ#ାକର ରାଉତ ସୂଚନା ଦେଇଥ#ଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଇତିମଧ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସୋସାଇଟି ପଞ୍ଜିକରଣ ଆଇନ୍ ଅନୁଯାୟୀ ପଞ୍ଜିକୃତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଏଥ#ରେ ସଭାପତି ଅଛନ୍ତି । ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟ ବର୍ତ୍ତମାନ ନୟାପଲ୍ଲୀ ସ୍ଥିିତ ରାଜ୍ୟ ତାଲିମ ପ୍ରତିଷ୍ଠାନ ପରିସରରେ ଚାଲୁଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ସୋସାଇଟିର ସଂରଚନା, କାର୍ଯ୍ୟପଦ୍ଧତି ଏବଂ କର୍ମଚାରୀ ନିୟୋଜନ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥ#ଲା ।

୨୦୧୫-୧୭ ଆଥ#ର୍କ ବର୍ଷ ପାଇଁ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ରିକରିଂ ଏବଂ ନନ୍ – ରିକରିଂ ଖର୍ଚ୍ଚ ବାବଦରେ ପ୍ରାୟ ୫୩୬.୭୯ କୋଟି ଟଙ୍କାର ଖର୍ଚ୍ଚ ଆକଳନ ବିଷୟରେ ବୈଠକରେ ଆଲୋଚନା ହୋଇଥ#ଲା । ବିଦ୍ୟାଳୟ ମାନଙ୍କରେ ବିଜ୍ଞାନ ପାର୍କ ପ୍ରତିଷ୍ଠା ବିଷୟରେ ମଧ୍ୟ ଆଲୋଚନା ହୋଇଥ#ଲା । ପ୍ରତ୍ୟେକ ବିଦ୍ୟାଳୟକୁ ପୂଣ୍ଣ ର୍ମାତ୍ରାରେ କାର୍ଯ୍ୟକ୍ଷମ କରିବା, ଉପଯୁକ୍ତ ଆବଶ୍ୟକ ଉପକରଣ ଯୋଗାଇବା ଏବଂ ସେଗୁଡିକର ଉତ୍ତମ ପରିଚାଳନା ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥ#ଲେ । ପ୍ରତି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଶିକ୍ଷକ ମାନଙ୍କ ରହିବା ନିମନ୍ତେ କ୍ୱାର୍ଟସ୍ ନିର୍ମାଣ ବିଷୟରେ ମଧ୍ୟ ନିଷ୍ପତ୍ତି ହୋଇଥ#ଲା ।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ତଥା ଆଦର୍ଶ ବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ ଶ୍ରୀ ରନ#ାକର ରାଉତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ସହ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଏଥ#ରେ ଯୋଗ ଦେଇଥ#ଲେ ।

Share in top social networks!