ହାଇବି୍ରଡ୍ ଶୌଚାଳୟ ନିର୍ମାଣ ଏକ ଆଦର୍ଶ ପଦକ୍ଷେପ: ମନ୍ତ୍ରୀ ଶ୍ରୀ ସିଂହଦେଓ

ସ୍ଥାନୀୟ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ୯ଟି ଅମୃତ ସହର ଯଥା: କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର, ବାରିପଦା, ସମ୍ବଲପୁରରେ କାର୍ଯ୍ୟକାରୀ ହେବାକୁ ଥ#ବା ହାଇବି୍ରଡ୍ ଶୌଚାଳୟ ସଂପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଛିା ଏହି ଏକ ଦିବସୀୟ କର୍ମଶାଳାରେ ମୁନିସ୍ପାଲ୍ କମିଶନର ସ୍ୱାସ୍ଥ୍ୟ ଅଧ#କାରୀ ପୌର ଯନ୍ତ୍ରୀ ଏବଂ ସିଏମ୍ଏମ୍ୟୁର ଅଧ#କାରୀମାନେ ଯୋଗ ଦେଇଥ#ଲୋ କର୍ମଶାଳାରେ ପୌରାଞ୍ଚଳ ଅଧ#କାରୀମାନଙ୍କୁ ହାଇବି୍ରଡ୍ ଶୌଚାଳୟ ବିଷୟରେ ଅବଗତ କରାଇବା ତଥା ଶୌଚାଳୟ ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ବିଷୟରେ ଆଲୋଚନା ସାଙ୍ଗକୁ ଖସଡା ପ୍ରସ୍ତୁତ କରାଯାଇଥ#ଲାା
ଏଠାରେ ସୂଚନାଯୋଗ୍ୟ ଯେ ଗୋଷ୍ଠୀ ଶୌଚାଳୟ ଓ ସହରକୁ ଆସୁଥ#ବା ଲୋକମାନେ ବ୍ୟବହାର କରୁଥ#ବା ଶୌଚାଳୟର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥ#ବା ହାଇବି୍ରଡ୍ ଶୌଚାଳୟର କାର୍ଯ୍ୟକାରିତା ପାଇଁ ୯ଟି ଅମୃତ ସହରର ପୌରପରିଷଦ ଏବଂ ସୁଲଭ ଇଣ୍ଟରନ୍ୟାସନାଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛିା
କର୍ମଶାଳାର ପ୍ରାରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ସ୍ୱଚ୍ଛ ଭାରତ ଅଭିଯାନ, ସହରାଞ୍ଚଳ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ ଅଜିତ୍ କୁମାର ମିଶ୍ର ହାଇବି୍ରଡ୍ ଶୌଚାଳୟର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥ#ଲୋ ଶ୍ରୀଯୁକ୍ତ ମିଶ୍ର ଗୋଷ୍ଠୀ ଶୌଚାଳୟ ଓ ସହରକୁ ଆସୁଥ#ବା ଲୋକ ବ୍ୟବହାର କରିବାକୁ ଥ#ବା ଶୌଚାଳୟ ଅଭାବ ଯୋଗୁଁ ଲୋକମାନେ ସାମ୍ନା କରୁଥ#ବା ଅସୁବିଧା ସଂପର୍କରେ ଅବଗତ କରାଇଥ#ଲୋ
ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ହାଇବି୍ରଡ୍ ଶୌଚାଳୟ ନିର୍ମାଣକୁ ଓଡ଼ିଶାର ଏକ ଆଦର୍ଶ ପଦକ୍ଷେପ ବୋଲି ମତ ରଖ#ବା ସହ ପରିମଳ ସଂପର୍କରେ ରାଜ୍ୟ ସରକାର ହାତକୁ ନେଇଥ#ବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥ#ଲୋ
ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଜି. ମାଥ#ଭାଥନନ୍ ହାଇବି୍ରଡ୍ ଶୌଚାଳୟ ନିର୍ମାଣ ସମୟରେ ସବୁ ପର୍ଯ୍ୟାୟରେ ଗୋଷ୍ଠୀର ସକି୍ରୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଥ#ଲୋ ଏହି କର୍ମଶାଳାରେ ଅଂଶଗ୍ରହଣକାରୀମାନେ ଖସଡା ପ୍ରସ୍ତୁତ କରିବା ସହିତ ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥ#ଲୋ
କର୍ମଶାଳାରେ ସ୍ୱଚ୍ଛ ଭାରତ ମିଶନ୍ର ପି.ଏମ୍.ୟୁର ଟିମ୍ ଲିଡର ସମୀର ପଣ୍ଡା ଓ ସୁଲଭ ଇଣ୍ଟର୍ନ୍ୟାସନାଲ୍ର ଅଧ#କାରୀ ହାଇବି୍ରଡ୍ ଶୌଚାଳୟ ସଂପର୍କରେ ତଥ୍ୟ ଉପସ୍ଥାପନା କରିଥ#ଲୋ
ଏହି ହାଇବି୍ରଡ୍ ଶୌଚାଳୟ ପୌରାଞ୍ଚଳରେ ଦେଖା ଦେଉଥ#ବା ପରିମଳ ସମସ୍ୟା ବିଶେଷ କରି ଖୋଲା ପାଇଖାନାମୁକ୍ତ ଅଞ୍ଚଳ ଗଢି ତୋଳିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛିା

Share in top social networks!