ଲୋୟର ଇନ୍ଦ୍ର କ୍ଷତିଗ୍ରସ୍ତଙ୍କ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjiକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ପତ୍ର ଲେଖ# ଲୋୟର ଇନ୍ଦ୍ର ଜନ ସଚେତନ ମଞ୍ଚ ଦ୍ୱାରା ତାଙ୍କ ପାଖରେ ପ୍ରଦାନ କରାଯାଇଥ#ବା ସାତ ଦଫା ସମ୍ବଳିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଏହାକୁ ସହାନୁଭୁତିର ସହିତ ବିଚାର କରି ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଲୋୟର ଇନ୍ଦ୍ର ସଚେତନ ମଞ୍ଚର ପ୍ରତିନିଧ# ମାନେ ତାଙ୍କ ଦୁଃଖ ଓ ଅସନ୍ତୋଷ ବିଷୟରେ
ତାଙ୍କୁ ଅବଗତ କରାଇବା ସହିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ରରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବୁଡି ଅଞ୍ଚଳ ବାସୀ
ସମ୍ମୁଖୀନ ହେଉଥ#ବା ବିଭିନ୍ନ ସମସ୍ୟା ବିଷୟରେ ଉଲ୍ଲେଖ ରହିଛି । ବିଶେଷ ଭାବରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାର ମାନଙ୍କ ଥଇଥାନ
ଓ ପୁନର୍ବାସ କ୍ଷେତ୍ରରେ ଦେଖା ଦେଇଥ#ବା ସମସ୍ୟା ପ୍ରତି ସରକାରୀ କଳ ପକ୍ଷରୁ ଯେଉଁ ଉଦାସୀନ ମନୋଭାବର ପ୍ରଦର୍ଶନ କରାଯାଇଛି
ସେଥ#ରେ ସ୍ଥାନୀୟ ଜନତା ମର୍ମାହତ ହୋଇଥ#ବା ତାଙ୍କୁ ଅବଗତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦ୍ୱାରା ଲିଖ#ତ
ପତ୍ରରେ ଜଣାଇଛନ୍ତି ।
କ୍ଷତିଗ୍ରସ୍ତ ପରିବାର ମାନଙ୍କର ସାତ ଦଫା ଦାବିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ
ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିସ୍ଥାପିତ ପରିବାରଙ୍କ ଥଇଥାନ, ବଧ#ର୍ତ କ୍ଷତିପୂରଣ, ଏକ୍ସଗ୍ରାସିଆ, ଆରଏସି, ଆରପିଡିଏସି ନିର୍ଣୟର
ତୁରନ୍ତ ପାଳନ, ହିତାଧ#କାରୀ ଚୟନର କଟ ଅଫ ଡେଟ ଘୁଂଚାଇବା, ଓଡିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬ ଆଧାରରେ ବିବାହିତା
ଝିଅ ମାନଙ୍କୁ ଥଇଥାନ ସହାୟତା ପ୍ରଦାନ କରିବା, ବିସ୍ଥାପିତ ପରିବାରଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟ ଜଳ, ପରିମଳ
ସମେତ ଜୀବନ ଜୀବିକା ସମ୍ପର୍କରେ ବିଶେଷ ପଦକ୍ଷେପ ନେବା ସହିତ ପୁନର୍ବାସ ଓ ଥଇଥାନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ
ଆବଶ୍ୟକୀୟ ସରକାରୀ ଅଫିସର ଓ କର୍ମଚାରୀ ନିଯୁକ୍ତ କରି ଥଇଥାନ, ସହାୟତା ରାଶି ଏକକାଳୀନ ପ୍ରଦାନ କରାଯିବା ପାଇଁ ଏହି ସ୍ମାରକ
ପତ୍ରରେ ଉଲ୍ଲେଖ ରହିଛି ।

Share in top social networks!