ଶ୍ରୀମନ୍ଦିରର ଢାଞ୍ଚାଗତ ସୁରକ୍ଷା ପାଇଁ କୌଣସି ପ୍ରକାର ସାଲିସ କରାଯିବ ନାହିଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

dpjiiମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଜଗମୋହନର ସୁରକ୍ଷା ଓ ଢାଞ୍ଚାଗତ ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଓ ତାଙ୍କ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ ଡାକି ସ୍ଥିତିର ବିସ୍ତୃତ ସମୀକ୍ଷା କରିଛି । ତୁରନ୍ତ କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପୁରୀ ଯାଇ ଶ୍ରୀମନ୍ଦିର ଜଗମୋହନ ସ୍ଥିତିର ସମୀକ୍ଷା କରିବ । ଓଡିଶା ସରକାରଙ୍କ ସମେତ ସବୁ ପକ୍ଷଙ୍କ ସହ ଏହି ପ୍ରତିନିଧିଦଳ ସାକ୍ଷାତ ଆଲୋଚନା କରିବ। ଜଗମୋହନ ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପାଖକୁ ଆସିଥିବା ସବୁ ରିପୋର୍ଟ ସମ୍ପର୍କରେ ଆଲୋଚନା କରାଗଲା । ତୁରନ୍ତ ଏକ ଦୂରଗାମୀ ସମାଧାନର ରାସ୍ତା ବାହାର କରିବା ପାଇଁ ନିଷ୍ପତି ନିଆଗଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଭାରତ ସରକାରଙ୍କ ତରଫରୁ ଶ୍ରୀମନ୍ଦିରର ଢାଞ୍ଚାଗତ ସୁରକ୍ଷା ପାଇଁ କୌଣସି ପ୍ରକାର ସାଲିସ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କର ଇଚ୍ଛା ଶକ୍ତି, ଅର୍ଥ ଅଥବା ବିଶେଷଜ୍ଞ ମାନଙ୍କର ଉପଯୁକ୍ତ ବ୍ୟବହାରରେ କେଉଁଠି ଅବହେଳା କରାଯିବ ନାହିଁ ।

Share in top social networks!