ତୈଳ ମନ୍ତ୍ରଣାଳୟକୁ ଦେଶର ଗରୀବଙ୍କ ସହ ଯୋଡିଥ#ବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା

ujjalପ୍ରଧାନମନ୍ତ୍ରା ଉଜ୍ଜ୍ୱଳା ଯୋଜନାର ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ପାଇଁ ଆଞ୍ଚଳିକ
ଲୋକାର୍ପଣ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ
ସରକାର ଦେଶର ଗରୀବ ମାନଙ୍କ ପାଇଁ ସମର୍ପିତ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗରୀବ ମହିଳା ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ
ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଗାମୀ ତିନି ବର୍ଷରେ ଦେଶର ଏହି ଯୋଜନା ପାଞ୍ଚ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଥ#ବା ମହିଳା ମାନଙ୍କୁ କେବଳ ରିହାତି
ମୂଲ୍ୟରେ ଗ୍ୟାସ ସଂଯୋଗ ଦେବ ନାହିଁ ବରଂ ସେମାନଙ୍କୁ ଧୁଆଁ, ରୋଗ ଓ ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତି ଦେବା ସହ ସେମାନଙ୍କୁ
ସମ୍ମାନର ସହ ବଂଚିବାର ସୁଯୋଗ ସୃଷ୍ଟି କରିବ ।
ଏହି ଆଞ୍ଚଳିକ ଲୋକାର୍ପଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଗୁଜରାତର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଆନନ୍ଦି ବେନ ପଟେଲ,
ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ , ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଉପସ୍ଥିତ ଥ#ଲେ । ଏହି ତିନି
ରାଜ୍ୟର ୧୫ ଜଣ ଗରୀବ ମହିଳା ହିତାଧ#କାରୀଙ୍କୁ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଥ#ଲା ।
ଏଥ#ରେ ଉଦବୋଧନ ଦେଇ ବିଜେପି ସଭାପତି ଅମିତ ଶାହ ଓ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଯୋଜନା ଗରୀବ ମହିଳା ଜୀବନରେ
ବ୍ୟାପକ ପରିବର୍ତନ ଆଣିବେ ବୋଲି ଆଶା ବ୍ୟକ୍ତ କରିଥ#ଲେ । ନରେନ୍ଦ୍ର ମୋଦି ସରକାର ଗରୀବ ମହିଳାଙ୍କର ପ୍ରକୃତ ସମସ୍ୟା ବୁଝି
ତାହାର ସମାଧାନର ସରଳ ରାସ୍ତା ବାହାର କରି ପାରିଛନ୍ତି ବୋଲି ସେମାନେ କହିଛନ୍ତି ।
୨୦୧୬ ମସିହାକୁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏଲପିଜି ଉପଭୋକ୍ତା ମାନଙ୍କର ବର୍ଷ ଭାବେ ପାଳନ କରୁଥ#ବା ପରିପ୍ରେକ୍ଷୀରେ
ବିପିଏଲ ଶ୍ରେଣୀରେ ରିହାତି ମୂଲ୍ୟରେ ଓ ସାଧାରଣ ଗ୍ରାହକଙ୍କୁ ବଜାର ମୂଲ୍ୟରେ ଅଧ#କ ସଂଖ୍ୟାରେ ଗ୍ୟାସ ସଂଯୋଗ ଯୋଗାଇ ଦେବା
ପାଇଁ ଯୋଜନା କରିଥ#ବା ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥ#ଲେ ।
ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରଣାଳୟକୁ ଦେଶର ଗରୀବଙ୍କ ସହ ଯୋଡି ଥ#ବାରୁ ଅମିତ ଶାହ ଓ ତିନି ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇଥ#ଲେ ।

Share in top social networks!