ଗେଲ୍ ଇଣ୍ଡିଆନ୍-ସ୍ପିଡ୍ ଷ୍ଟାର ଜାତୀୟସ୍ତରୀୟ ଫାଇନାଲ୍ -୨୦୧୬ରେ ସଫଳତା ହାସଲ କଲେ ଓଡ଼ିଶାର ସୁଖି ବାସ୍କେ

jaitelyyଗେଲ୍ ଇଣ୍ଡିଆନ୍-ସ୍ପିଡ୍ ଷ୍ଟାର୍ ଜାତୀୟସ୍ତରୀୟ ଫାଇନାଲ୍ ରେ ଓଡିଶାର ସୁଖି ବାସ୍କେ ୧୪ ବର୍ଷ ରୁ କମ୍ ବୟସ ବର୍ଗରେ ଉଭୟ ୨୦୦ ମିଟର ଏବଂ ୧୦୦ ମିଟର ଦୈାଡରେ ଯୋଗ୍ୟତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ୍ ନେହରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ଜାତୀୟ ଫାଇନାଲ୍ରେ ସୁଖି ବାସ୍କେଙ୍କ ସମେତ ଭାରତର ବିଭିନ୍ନ ଜିଲ୍ଲା ତଥା ରାଜ୍ୟମାନଙ୍କରୁ ମୋଟ ନଅ (୯) ଜଣ ଯୁବ ଆଥ୍ଲେଟ୍ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ବାଳିକା ଏବଂ ୩ ଜଣ ବାଳକ ସ୍ଥାନ ପାଇଛନ୍ତି । ୧୦୦ ମିଟରରେ ୧୪ ବର୍ଷରୁ କମ୍ ବୟସ ବର୍ଗରେ ଉତୀର୍ଣ୍ଣ ହୋଇଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ନିଶାର ଅହମ୍ମଦ (ନୂଆଦିଲ୍ଲୀ), ସାନିକା ନାତେ (ମହାରାଷ୍ଟ୍ର) ଓ ୧୭ ବର୍ଷ ବୟସରୁ କମ୍ ବିଭାଗରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ହେଲେ ଜିସ୍ନା ମାଥ୍ୟୁୁ (କେରଳ) । ସେହିପରି ୨୦୦ ମିଟରରେ ୧୪ ବର୍ଷ ବୟସରୁ କମ୍ ବିଭାଗରେ ଉତୀର୍ଣ୍ଣ ହୋଇଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ତାଇ ବାହାମାନେ (ମହାରାଷ୍ଟ୍ର), ସିନ୍ଥିଆ ଫ୍ରାନ୍ସିସ୍ (ନୂଆଦିଲ୍ଲୀ) ଏବଂ ନେହାଲ ଏସ୍ (ନୂଆଦିଲ୍ଲୀ) ଓ ୧୭ ବର୍ଷ ବୟସରୁ କମ୍ ବିଭାଗରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନେ ହେଲେ ଅକ୍ଷୟ ନଇନ୍ (ନୂଆଦିଲ୍ଳୀ) ଓ ମାରିଆ କରାଚିୱାଲା (ମହାରାଷ୍ଟ୍ର) ।
ମାନ୍ୟବର କେନ୍ଦ୍ର ଅର୍ଥ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ ଗେଲ୍ ଇଣ୍ଡିଆନ୍-ସ୍ପିଡ୍ ଷ୍ଟାର୍ର ଜାତୀୟସ୍ତରୀୟ ଫାଇନାଲ୍ -୨୦୧୬ରେ ଯୋଗ ଦେଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ସମୁଦାୟ ୭୫ ଜଣ କ୍ରୀଡାବିତଙ୍କ ମଧ୍ୟରୁ ୯ ଜଣ କ୍ରୀଡାବିତ୍ ଜାତୀୟସ୍ତରୀୟ ଚୟନ ପ୍ରକ୍ରିୟାର ଚୁଡାନ୍ତ ପର୍ଯ୍ୟାୟରେ ଉତୀର୍ଣ୍ଣ ହୋଇଛନ୍ତି ।
ଏହି ଫାଇନାଲ୍ ଅବସରରେ ଇଣ୍ଡିଆନ୍ ଆଇଡଲ ବିଜେତା ଅନନ୍ୟା ଶ୍ରୀତମ୍ ନନ୍ଦ, ଜେନିଥ୍ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ବିଭିନ୍ନ ଯୁବକୈନ୍ଦ୍ରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୂଆଦିଲ୍ଲୀ ଲୋକସଭା ସାଂସଦ ସୁଶ୍ରୀ ମୀନାକ୍ଷୀ ଲେଖି, ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ (ଗେଲ୍ ଇଣ୍ଡିଆ) ଶ୍ରୀ ବି ସି ତ୍ରୀପାଠୀ, ଜାତୀୟ ଚୟନ କମିଟି ସଦସ୍ୟ ଶ୍ରୀ ପିଟି ଉଷା, ଅଲମ୍ପିୟାନ୍ ଶ୍ରୀ ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ ଏବଂ ଏସିଆନ୍ ଓ କମନ୍ ୱେଲ୍ଥ ମେଡାଲିଷ୍ଟ୍ କବିତା ରାଉତ୍ ଏବଂ ଗେଲ୍ ଇଣ୍ଡିଆନ୍-ସ୍ପିଡ୍ ଷ୍ଟାର୍ ବ୍ରାଣ୍ଡ ଆମ୍ବାସଡର ଦୂତୀ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର ଅର୍ଥ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ କହିଥିଲେ ଯେ ଦୈାଡ଼କୁଦ ପ୍ରତିଯୋଗୀତା ପାଇଁ ଭାରତର ବହୁ ଲୁକ୍କାୟିତ ପ୍ରତିଭା ରହିଛନ୍ତି । କିନ୍ତୁ ଉପଯୁକ୍ତ ତାଲିମ୍ ସୁବିଧା ଏବଂ ସୁଯୋଗର ଅଭାବ ପାଇଁ ଆମେ ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇପାରିନାହୁଁ । ପିଟି ଉଷାଙ୍କ ଦୃଢ ନେତୃତ୍ୱରେ ଗେଲ୍ ଇଣ୍ଡିଆନ୍-ସ୍ପିଡ୍ ଷ୍ଟାର୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଯେଉଁ ଅଭିଯାନ ଆରମ୍ଭ କରିଛି ତାହା ନିଶ୍ଚିତ ସ୍ୱାଗତ ଯୋଗ୍ୟ । ମୁଁ ଦୃଢତାର ସହ କହୁଛି ଯେ ବର୍ତ୍ତମାନ ଆମେ ଅଲମ୍ପିକ୍ରେ ବହୁ ମେଡାଲ ଆଣିବାରେ ସକ୍ଷମ ହେବୁ । ଗେଲ୍ର ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ମୁଁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗ ଅଲମ୍ପିକ୍ ଅନ୍ତର୍ଗତ ଅନ୍ୟାନ୍ୟ କ୍ରୀଡା କ୍ଷେତ୍ରରେ ପ୍ରତିଯୋଗିତା କରିବା ନିମନ୍ତେ ବିଭିନ୍ନ ଲୁକ୍କାଇତ ପ୍ରତିଭାମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ମୁଁ କର୍ପୋରେଟ ଇଣ୍ଡିଆର ସହଭାଗିତା ଲୋଡୁଛି ।
ମାନନୀୟ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ତୃଣମୂଳ ସ୍ତରରୁ କ୍ରୀଡାବିତ ମାନଙ୍କୁ ଚିହ୍ନଟ କରିବା, କଠିନ ପ୍ରତିଯୋଗିତା ଜରିଆରେ ସେମାନଙ୍କୁ ଚୟନ କରିବା ଏବଂ ବିଶ୍ୱର ବୃହତ୍ ଖେଳକୁଦର ସମାହାର ଅଲମ୍ପିକ୍ ପାଇଁ ଉତ୍ତମ ତାଲିମ୍ ପ୍ରଦାନ କରିବା କ୍ଷେତ୍ରରେ ଗେଲ୍ ଇଣ୍ଡିଆର ପଦକ୍ଷେପ ପ୍ରଂଶସନୀୟ । ମୁଁ ନିଶ୍ଚିତ ଯେ ଉତୀର୍ଣ୍ଣ ହୋଇଥିବା ୯ ଜଣ ଆଥ୍ଲେଟ୍ଙ୍କୁ ଆସନ୍ତା ୪ ବର୍ଷରେ କଠିନ ତାଲିମ୍ ଦେବେ ଏବଂ ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ରେ ଏହା ଭାରତ ପାଇଁ ବହୁ ଗୌରବ ଆଣିବ । ଆମେ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇବା ସହ ଭାରତକୁ ଦୈାଡକୁଦ କ୍ଷେତ୍ରରେ ଗୈାରବ ଆଣିବାର ପ୍ରଚେଷ୍ଟା ପାଇଁ ଅଭିନନ୍ଦନ ଜଣାଉଛି” ।
ଶ୍ରୀ ବି ସି ତ୍ରୀପାଠୀ, ଅଧ୍ୟକ୍ଷ ଏବଂ ପରିଚାଳନା ନିଦେ୍ର୍ଦଶକ (ଗେଲ୍ ଇଣ୍ଡିଆ ଲିମିଟେଡ଼୍) କହିଥିଲେ ଯେ, “ଭାରତର ଦୁର୍ଗମ ଅଞ୍ଚଳରୁ ଯୁବ ପ୍ରତିଭାଙ୍କୁ ଦୈାଡକୁଦ କ୍ଷେତ୍ରରେ ଲୋକ ଲୋଚନକୁ ଆଣିବା ଆମର ମୂଳ ଲକ୍ଷ୍ୟ । ଆଥ୍ଲେଟ୍ମାନଙ୍କୁ ବିଶ୍ୱସ୍ତରୀୟ ତାଲିମ୍ ଦେବା ସହ ୨୦୨୦-୨୪ ଅଲମ୍ପିକ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଯେଉଁ ପ୍ରକାର ପ୍ରତିକ୍ରିୟା ଆମେ ପାଇଛୁ, ସେଥିରେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଆଶା କରୁଛି ଏହି ଯୁବ ଆଥ୍ଲେଟ୍ମାନେ ଏହି ପଦକ୍ଷେପରେ ଲାଭବାନ୍ ହେବେ ।”
ଆଥ୍ଲେଟ୍ ଅନୁରାଧା ବିଶ୍ୱାଳ କହିଥିଲେ ଯେ, ଭାରତର ବିଭିନ୍ନ ଜିଲ୍ଲାରୁ ଆସିଥିବା ଏହି ୯ ଜଣ ପ୍ରତିଭାଙ୍କୁ ଚୟନ କରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ । ଆମେ ସଫଳତାର ସହ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇଛୁ । ଆମେ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାକୁ ଉତ୍ତମ ଧାବକ ଓ ଧାବିକା ଚୟନ କରି ସେମାନଙ୍କୁ ବିଶ୍ୱସ୍ତରୀୟ ତାଲିମ୍, ଫିଜିଓଥେରାପି, ମାନସିକ ସ୍ଥିତି ଏବଂ ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବୁ ବୋଲି ଆଶାବାଦୀ ।
ଗେଲ୍ ଇଣ୍ଡିଆ ଲିମିଟେଡ଼୍ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆଧାରରେ ଏକ ଆଥ୍ଲେଟିକ୍ କାର୍ଯ୍ୟକ୍ରମ ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର୍ ହାତକୁ ନେଇଛି । ଭାରତର କୋଣ ଅନୁକୋଣର ଯୁବ ପ୍ର୍ତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ୧୧ରୁ ୧୭ ବର୍ଷର ପିଲାମାନଙ୍କ ପାଇଁ ଟ୍ରାକ୍ ଦୌଡ଼ ୧୦୦ ମିଟର, ୨୦୦ ମିଟର ଏବଂ ୮୦୦ ମିଟରର ଆୟୋଜନ କରାଯାଇ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗଧାଡ଼ିକୁ ଆଣିବା ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର ର ମୂଳ ଲକ୍ଷ୍ୟ ।
ଜାତୀୟ ଯୁବ କୋ-ଅପରେଟିଭ୍ ସୋସାଇଟି (ଏନ୍ୱାଇସିଏସ୍) ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ଯେଉଁଥିରେ କି ୨୦୨୦/୨୦୨୪ ଅଲମ୍ପିକ୍ ପାଇଁ ଜାତୀୟସ୍ତରରେ ଧାବକ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଛି । ସର୍ବଭାରତୀୟସ୍ତରରେ ଗେଲ୍ ଇଣ୍ଡିଆ ଲିମିଟେଡ଼ ୧୦ଟି ରାଜ୍ୟର ପ୍ରାୟ ୫୫ଟି ଜିଲ୍ଳାରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ଯେଉଁଥିରେ କି ୨୫୦୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ୮୫୦ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଟ୍ରାଏଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ଜାତୀୟ ଯୁବ କୋଅପରେଟିଭ୍ ସୋସାଇଟି ସହ ଆଙ୍ଗଲିୟନ ମେଡାଲ ହଂଟ କମ୍ପାନୀ ଏହି କାର୍ଯ୍ୟକ୍ରମ ପାଇଁ ବୈଷୟିକ ସହାୟତା କରିବ ।

Share in top social networks!