କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ ସଂସ୍କୃତିର ବାସ୍ନା

canneesବିଶ୍ୱପ୍ରସିଦ୍ଧ ଜଗନ୍ନାଥ ସଂସ୍କୃତିର ଏକ ଚମତ୍କାର ପ୍ରଦର୍ଶନ ଗତକାଲି ଫ୍ରାନ୍ସର କାନ୍ସଠାରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ ହୋଇଛିା ଶ୍ରୀଜଗନ୍ନାଥଙ୍କ ନବକଳେବର ପ୍ରସଙ୍ଗ ସମ୍ବଳିତ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର “ଗଡ୍ସ୍ ଓନ୍ ପିପୁଲ୍’ ପ୍ରଦର୍ଶିତ ହୋଇଛିା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଚିତ୍ର ପ୍ରଦର୍ଶନ ଫଳରେ ଜଗନ୍ନାଥ ସଂସ୍କୃତିର ସୁବାସ ବିଦେଶରେ ଚହଟିଲା ବୋଲି ଉଲ୍ଲେଖ କରିଛନ୍ତିା

କେନ୍ସ ବ୍ୟତୀତ ଏହି ଚଳଚ୍ଚିତ୍ର ଫ୍ରାନ୍ସର ଡକ୍ସ କର୍ଣ୍ଣର ଓ ଗ୍ରେର୍ ଓ୍ୱାଲïର୍ ମାକ୍ରେଟ୍ ପି୍ରମିୟରରେ ମଧ୍ୟ ପ୍ରଦର୍ଶିତ ହେବା ଏପରି ଉଦ୍ୟମ ଫଳରେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବାସ୍ନା ବିଶ୍ୱସ୍ତରୀୟ ହେଲା ତଥା ଆନ୍ତର୍ଜାତିକ ଫିଲ୍ମ ନିର୍ମାତାମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା ଓଡ଼ିଶାର ବିଭିନ୍ନ କୀର୍ତ୍ତି ପୀଠ ଓ ପର୍ଯ୍ୟଟନ ବିଭବ ତଥା ବର୍ଣ୍ଣିଳ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ନିର୍ମାତାମାନେ ଚିତ୍ରର ସୁଟିଂ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତିା ଆବଶ୍ୟକ ପଡିଲେ ପରିସ୍ଥିତିକୁ ଅନୁକୂଳ କରିବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା

ଚଳଚ୍ଚିତ୍ର ଉତ୍ସବର ଉଦ୍ଘାଟନ ପର୍ବରେ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୋହନ କୁମାର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନିତୀନ ଭାନୁଦାସ ଜାଓ୍ୱାଲେ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ସହ-ପ୍ରଯୋଜକ ଅକ୍ଷୟ ପରିଜା ଓ ପର୍ଯ୍ୟଟନ ଅଧ#କାରୀ ରତିକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!