ଆମେରିକା ସିଲିକନ୍ ଭ୍ୟାଲିଠାରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳିତ: ବିଜୁବାବୁ ଓ ଓଡ଼ିଶାର ବିକାଶ ସଂପର୍କରେ ଆଲୋଚନା

silconvalleyଯୁକ୍ତରାଷ୍ଟ୍ର ଆମେରିକାର ସିଲିକନ୍ ଭ୍ୟାଲିଠାରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛିା ଏହି ଅବସରରେ ବିଜୁବାବୁଙ୍କ ତ୍ୟାଗ ଓ ଓଡ଼ିଶାର ବିକାଶ ସଂପର୍କରେ ବିଜୁବାବୁଙ୍କର ଅବଦାନ ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥ#ଲାା ଏଥ#ରେ ରାଷ୍ଟ୍ରନୀତିଜ୍ଞ ବିଜୁବାବୁଙ୍କ ଜୀବନୀ ସଂପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥ#ଲାା ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓଡ଼ିଶାର ଭିତ୍ତିଭୂମି ଓ ଔଦ୍ୟୋଗିକ ବିକାଶରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ଅବଦାନ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥ#ଲୋ ଏହି ଅବସରରେ ଓଡ଼ିଶାର ଶିଳ୍ପମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଯାଇଥ#ବା ଉଚ୍ଚସ୍ତରୀୟ ପ୍ରତିନିଧ#ମଣ୍ଡଳ ସଦସ୍ୟମାନଙ୍କୁ ସାନ୍ତାକ୍ଲାରା କନ୍ଭେନ୍ସନ୍ ସେଣ୍ଟରଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥ#ଲାା ଏହି ସଭାରେ ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପ୍ରବାସୀ ଓଡ଼ିଆ ସେଲ୍କୁ ଅଧ#କ କ୍ରିୟାଶୀଳ କରିବା ନିମନ୍ତେ ଗୁରୁତ୍ୱ ଆରୋପ କରାଯାଇଥ#ଲାା
ସିଲିକନ୍ ଭ୍ୟାଲିର ନାମୀ ପ୍ରଯୁକ୍ତିବିତ୍ ଶ୍ରୀ ଜ୍ଞାନ ଦାସ ବିଜୁ ପଟ୍ଟନାୟକଙ୍କ ଅବଦାନ ସଂପର୍କରେ ଆଲୋଚନା କରିବା ସହିତ ତାଙ୍କର ବ୍ୟକ୍ତିଗତ ଅନୁଭୂତି ସଂପର୍କରେ ଅବତାରଣା କରିଥ#ଲୋ ଏତଦ୍ବ୍ୟତୀତ ପ୍ରତିନିଧ#ମଣ୍ଡଳରେ ଯାଇଥ#ବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଜଳସଂପଦ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି କହିଥ#ଲୋ ସାନ୍ତାକ୍ଲାରା କାଉନ୍ସିଲର ସଦସ୍ୟ ଋଷି କୁମାର, ସବିତା ବୈଦ୍ୟନାଥନ୍ ଏବଂ କୁପେକ୍ଟିନୋ ମୁନିସିପାଲର ମେୟର ଗିଲବର୍ଟ ଓ୍ୱଙ୍ଗ ଉଦ୍ବୋଧନ ଦେଇଥ#ବା ବେଳେ ସିଲିକନ୍ ଭ୍ୟାଲିର ସଫଳ ଓଡ଼ିଆ ଉଦ୍ୟୋଗୀ ଶ୍ରୀ ପୂର୍ଣ୍ଣ ମହାନ୍ତି ଆମେରିକା ସହ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ବାଣିଜ୍ୟ କାରବାର ସହଭାଗିତା ସଂପର୍କରେ ବିଶଦ ଭାବେ ଆଲୋଚନା କରିଥ#ଲୋ ସ୍ଥାନୀୟ ଓଡ଼ିଆମାନଙ୍କ ସହ ଆଲୋଚନା ସମୟରେ ଆମେରିକା ସହ ଓଡ଼ିଶାର ସିିଧାସଳଖ ବିମାନସେବା ତଥା ଆଇ-ଗୁରୁକୁଳ ଭଳି ଓଡ଼ିଆ ଅନୁଷ୍ଠାନରେ ଶିକ୍ଷାଲାଭ କରୁଥ#ବା ପିଲାମାନଙ୍କ ପାଇଁ ଅନ୍ଲାଇନ୍ ପରୀକ୍ଷା ଓ ସାର୍ଟିଫିକେସନ୍ର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥ#ଲାା ଉପରେ ଗୁରୁତ୍ୱାରୋପ କରାଯାଇଥ#ଲା ଯଦ୍ଦ୍ୱାରା ପୁଞ୍ଜିନିବେଶ, ସାଂସ୍କୃତିକ ଭାବବିନିମୟ ଅଧ#କ ସୁଯୋଗ ସୃଷ୍ଟି ହୋଇପାରିବା ଏହି ଅବସରରେ ଇ-ଗୁରୁକୁଳ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ, ସଂଗୀତ, ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ କରାଯାଇଥ#ଲାା ଏହି କାର୍ଯ୍ୟକ୍ରମକୁ କୁକୁ ଦାସ, ଗାୟତ୍ରୀ ଜୋଶୀ, ନମ୍ରତା ପଟ୍ଟନାୟକ ପ୍ରମୁଖ ସଂଯୋଜନା କରିଥ#ଲୋ ଅରୁନ୍ଧତୀ ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ରସଗୋଲା ଏବଂ ଛେନାପୋଡ ଅତିଥ#ମାନଙ୍କୁ ଦିଆଯାଇଥ#ଲାା ଏହି ସମାରୋହରେ ୩୦୦ରୁ ଊ–ର୍ ପ୍ରବାସୀ ଓଡ଼ିଆ ପରିବାରର ସଦସ୍ୟସଦସ୍ୟା ଭାଗ ନେଇଥ#ଲୋ
୮ ତାରିଖ ଦିନ ସକାଳେ ଶ୍ରୀ ମିଶ୍ର ଆଇ-ଗୁରୁକୁଳ ଅନ&ୁଷ୍ଠାନକୁ ପରିଦର୍ଶନ କରି ଓଡ଼ିଆ ଭାଷା ଓ ଓଡ଼ିଶୀ ନୃତ୍ୟ ଶିକ୍ଷା କରୁଥ#ବା ପିଲାମାନଙ୍କ ସଙ୍ଗେ ଆଲୋଚନା କରି ଆମେରିକାରେ ଦୀର୍ଘ ୧୬ ବର୍ଷ ଧରି ଅନୁଷ୍ଠାନର ଏହି ନିରବଚ୍ଛିନ୍ନ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥ#ଲୋ

Share in top social networks!