ପୋଲିଓ ବିରୋଧରେ ଶିଶୁଙ୍କୁ ଅତିରିକ୍ତ ସୁରକ୍ଷା ପାଇଁ ଆଇ.ପି.ଭି ଟୀକାକରଣ ଶୁଭାରମ୍ଭ

poliooପୋଲିଓ ବିରୋଧରେ ଶିଶୁଙ୍କୁ ଅତିରିକ୍ତ ସୁରକ୍ଷା ପାଇଁ ଆଇ.ପି.ଭି ପୋଲିଓ ଭାଇରସ୍ ଟୀକାକରଣ ଶୁଭାରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଏହି ଟୀକାକରଣର ଶୁଭାରମ୍ଭ କରିଛନ୍ତି । ଏହି ଟୀକା ଶିଶୁଙ୍କୁ ତିନି ପ୍ରକାର ପୋଲିଓ ଭୂତାଣୁ ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ୧୯୮୮ ମସିହାରେ ଗ୍ଲୋବାଲ ପୋଲିଓ ନିରାକରଣ ବା ପୋଲିଓମୁକ୍ତ ବିଶ୍ୱ ଗଠନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଫଳରେ ପୋଲିଓ ରୋଗ ୯୯ ପ୍ରତିଶତ ହ୍ରାସ ପାଇଛି । ଭାରତ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲକରିପାରିଛି । ଆମ ରାଜ୍ୟ ୨୦୦୯ ମସିହାରୁ ପୋଲିଓ ମୁକ୍ତ ହୋଇପାରିଛି । ପୋଲିଓର ମୁକାବିଲା ନିମନ୍ତେ ଟୀକାକରଣ ହିଁ ଏକମାତ୍ର ଉପାୟ । ପୋଲିଓ ନିରାକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏହାକୁ ଦୃଷ୍ଟିରେ ରଖି ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ୨ ମାତ୍ରା ଆଇ.ପି.ଭି ପ୍ରଦାନ କରାଯିବ । ବାର୍ଷିକ ୧ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୮,୫୩,୦୦୦ ଶିଶୁଙ୍କୁ ଏହି ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତି ମାସରେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟମାନଙ୍କରେ ଏହି ଟୀକା ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Share in top social networks!