ବରକୂଳର ସାମଗ୍ରିକ ବିକାଶ ପାଇଁ ବିଶ୍ଵବ୍ୟାଙ୍କ ୩ କୋଟି ୨୫ ଲକ୍ଷ ଦେବ

ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକାକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସକାଶେ ବିଶ୍ଵବ୍ୟାଙ୍କ ହାତ ବଢାଇଛି | ଏଥିପାଇଁ ସମ୍ମନ୍ନିତ ତଟ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ବିଶ୍ଵବ୍ୟାଙ୍କ ୨୦୧୧-୧୨ରେ ୩ କୋଟି ୨୪ ଲକ୍ଷ ୭୯ ହଜାର ଟଙ୍କା ପର୍ଯ୍ୟଟନ ବିଭାଗକୁ ପ୍ରଦାନ କରିଛି | ଏହି ଅର୍ଥରେ ଚିଲିକା କୂଳରେ ଥିବା ବରକୂଳର ସାମଗ୍ରିକ ବିକାଶ ସକାଶେ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି |
barkulboat1
ଚିଲିକା କୂଳରେ ଥିବା ବରକୂଳଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପାନ୍ଥଶାଳା ରହିଛି | ଏହି ପାନ୍ଥଶାଳାର ବିକାଶ କରିବା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସକାଶେ ଅଧିକ ଧ୍ୟାନ ଦିଆଯିବ | ସେଠାରେ ୧ କୋଟି ଟଙ୍କା ବ୍ୟୟରେ ୫୫ ହଜାର ବର୍ଗ ଫୁଟ ଜାଗାରେ ଏକ ଚିତ୍ତ ବିନୋଦନ ପାର୍କ ପ୍ରତିଷ୍ଠା କରାଯିବ | ସେହିପରି ୨୫ହଜାର ବର୍ଗ ଫୁଟ ଜାଗାରେ ଗାଡି ପାର୍କିଂ କରାଯିବାର ବ୍ୟବସ୍ଥା କରାଯିବ| ଜଳକ୍ରୀଡାର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ | ୨ହଜାର ୨୫୦ ବର୍ଗଫୁଟ ସ୍ଥାନରେ ଏକ ଟୁରିଷ୍ଟ ଗାଇଡ ସେଣ୍ଟର ଓ ୩ ହଜାର ବର୍ଗଫୁଟ ସ୍ଥାନରେ ଏକ ହସ୍ତଶିଳ୍ପ ବଜାର ପ୍ରତିଷ୍ଠା କରାଯିବ | ସେହିପରି ପର୍ଯ୍ୟଟକମାନଙ୍କ ସକାଶେ ଖାଦ୍ୟ ବଜାର ଓ ଶୌଚାଳୟ ପ୍ରତିଷ୍ଠା କରାଯିବ |

ବର୍ତ୍ତମାନ ସେଠାରେ ଯାହା ରହିଛି ତାହାର ଉନ୍ନତି ସକାଶେ ମଧ୍ୟ ୪୪ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟ କରାଯିବ | ଏହିପାଇଁ ପ୍ରାଥମିକସ୍ତରରେ ଟେଣ୍ଡର ଆହ୍ଵାନ କାର୍ଯ୍ୟ ସରିଯାଇଛି | ଏହାପରେ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶରତ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି |

Share in top social networks!
Powered By Indic IME