ପବିତ୍ର ଅକ୍ଷୟ ତୃତୀୟାରେ କୃଷକ ମନ୍ଦିରରେ ଶହିଦ କୃଷକମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

krushakଦେଶର ମେରୁଦଣ୍ଡ ହେଉଛନ୍ତି ଚାଷୀ । ଏହି ଚାଷୀ ଭାଇଭଉଣୀମାନେ ନିଜର ଲୁହ, ଲହୁ ଦେଇ ସାରା ଦେଶକୁ ଖାଦ୍ୟ, ବସ୍ତ୍ର ଯୋଗାଇଥାନ୍ତି ଏବଂ ଦେଶର କୋଟି କୋଟି ଲୋକମାନଙ୍କ ପେଟକୁ ଦାନା ଦେଉଥିବା ଚାଷୀଭାଇମାନେ ଏବେ ନିଜ ଦେଶରେ ଅବହେଳିତ, ଲାଞ୍ଚôତ ଏବଂ ନିର୍ଯ୍ୟାତିତ । ଦେଶର ହଜାର ହଜାର ଚାଷୀଭାଇମାନେ ଋଣ, ମରୁଡ଼ିକୁ ସହି ନ ପାରି ଅକାଳରେ ନିଜ ଜୀବନ ହାରୁଛନ୍ତି ଏବଂ କୃଷିକାର୍ଯ୍ୟ କରିବା ସମୟରେ ଶହିଦ ମଧ୍ୟ ହେଉଛନ୍ତି । ଦେଶକୁ ବଞ୍ଚାଉଥିବା ଚାଷୀଭାଇମାନଙ୍କ ଉଦେ୍ଦଶ୍ୟରେ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମଣିଯୋରି ହାଟ ପଡ଼ିଆରେ ଦେଶର ପ୍ରଥମ କୃଷକମନ୍ଦିରଟିଏ ଅବସ୍ଥିତ ।

ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ମାଳି ଓ ଝୁମ୍ପେଇ ମାଉସୀ ପୂଜା କରିଥାନ୍ତି । ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟାରେ ହଜାର ହଜାର ଚାଷୀ ଭାଇ ଓ ଭଉଣୀମାନେ ଏକାଠି ହେବା ସହ ସେଠାରେ କୃଷକ ମନ୍ଦିରରେ ଦେଶର ମଙ୍ଗଳ ପାଇଁ ପୂଜାଅର୍ଚ୍ଚନା କରିବା ସହିତ ଚାଷୀକୂଳ କିପରି ପ୍ରତ୍ୟେକ ବର୍ଷ ଭଲ ଫସଲ ଅମଳ କରିବେ, ଭଲ ବର୍ଷା ହେବ ସେଠାରେ ମାନସିକ କରିଥାନ୍ତି । ଏହିବର୍ଷ ଅକ୍ଷୟ ତୃତୀୟାରେ ପ୍ରାଣ ହରାଇଥିବା ବା ସହିଦ ହୋଇଥିବା କୃଷକମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ଶୋକ ମଧ୍ୟ ପାଳନ କରିଥିଲା ।

ଜୟ କୃଷକ କ୍ଲବ୍ ବା ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହିତ କ୍ଲବ୍ର ସଂଯୋଜକ ବସନ୍ତ ବାରିକ, ବାବାଜୀ ରାଉତ, ତି୍ରଲୋଚନ ସାହୁ, ଭ୍ରମରବର ଦାସ, ବଳରାମ ଦାସ, ସୁନାକର ସାହୁ, ହଳଧର ଦାସ, ଜଗବନ୍ଧୁ ପଟାୟତ, ସର୍ବେଶ୍ୱର ପଟାୟତ, ବହ୍ଲା ସାହୁ, ଜନ୍ମେଜୟ ସାହୁ, ବଇରାମ ବାରିକ, ଅକ୍ଷୟ ରାୟଚୌଧୁରୀ, ରାଜକିଶୋର ନାୟକ, ମା’ ବୁଢ଼ୀ ଜାଗୁଳାଇ କୀର୍ତ୍ତନ ମଣ୍ଡଳୀର ସଦସ୍ୟ ସଦସ୍ୟାମାନେ ଜୟ କୃଷକ ମନ୍ତ୍ର ପାଠକରି କୀର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୪୦ଟି ପଞ୍ଚାୟତରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ପରିଶେଷରେ ସେଠାରେ ଉପସ୍ଥିତ ଥିବା ସମାଜ ଆନେ୍ଦାଳନ, ଓଡ଼ିଶାର ରାଜ୍ୟ ସମ୍ପାଦକ କାହ୍ନୁଚରଣ ବେଉରା, ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସଭାପତି ସର୍ବେଶ୍ୱର ବାରିକ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଚାଷୀମାନଙ୍କ ଉପରେ ସାରଗର୍ଭକ ଭାଷଣ ଦେବା ସହ ଆଗାମୀ ଦିନରେ ଚାଷୀକୁଳ ଯେଉଁଭଳି ଭାବରେ ନିଜର ହକ୍ ପାଇପାରିବେ, ସମସ୍ତଙ୍କୁ ବୁଝାଇଥିଲେ । ସଭା ଶେଷରେ ସମସ୍ତ ଚାଷୀଭାଇମାନେ ପ୍ରସାଦ ସେବନ କରିବା ସହ ଚକୁଳି, ନଡ଼ିଆ ପୁର ଥିବା ପିଠା ସମସ୍ତଙ୍କ ବଣ୍ଟା ଯାଇଥିଲା ।

Share in top social networks!