କାନ୍ସ ଚଳଚ୍ଚିତ୍ର ଉତ୍ସବରେ “ଗଡ୍ସ ଓ୍ୱନ୍ ପିପୁଲ୍’ ପ୍ରଦର୍ଶିତ ହେବ; ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କର ପ୍ୟାରିସ୍ ଗସ୍ତ

toursismଫ୍ରାନ୍ସରେ ଆୟୋଜିତ ବିଶ୍ୱବିଦିତ କାନ୍ସ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଓ ଏଥ#ରେ ନବକଳେବର ଆଧାରିତ ପ୍ରାମାଣିକ ଚିତ୍ର “ଗଡ୍ସ ଓ୍ୱନ୍ ପିପୁଲ୍’ ପ୍ରଦର୍ଶିତ ହେବା ସେହି ଉଦ୍ଦେଶ୍ୟରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନ୍ୟ ପଦାଧ#କାରୀମାନଙ୍କ ସହିତ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ଯାତ୍ରା କରିଛନ୍ତିା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ପର୍ବ ଆଧାରିତ ଚଳଚ୍ଚିତ୍ର “ଗଡ୍ସ ଓ୍ୱନ୍ ପିପୁଲ୍’ କାନ୍ସ୍ ଚଳଚ୍ଚିତ୍ର ଉତ୍ସବରେ ସାମିଲ ହେବା ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଦର୍ଶିତ ହେବା ବିଶିଷ୍ଟ ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ନିର୍ମିତ ପ୍ରାୟ ୮୦ ମିନିଟ୍ ଅବଧ#ର ଏହି ଚଳଚ୍ଚିତ୍ର ଅଳ୍ପଦିନ ତଳେ ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବରେ ପ୍ରଦର୍ଶିତ ହୋଇଥ#ଲାା ରାଜ୍ୟପାଳ ଶ୍ରୀ ଏସ୍.ସି. ଜମୀର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏହା ଦେଖ# ଆନନ୍ଦିତ ହେବା ସହିତ ଏହା ବିଶ୍ୱସ୍ତରୀୟ ଆଦୃତି ଲାଭ କରିବ ବୋଲି ମତପ୍ରଦାନ କରିଥ#ଲୋ

ନବକଳେବର ସଂପୃକ୍ତ “ଗଡ୍ସ ଓ୍ୱନ୍ ପିପୁଲ୍’ ଚିତ୍ର ନିର୍ମାଣ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ୭୮ ଲକ୍ଷ ଟଙ୍କା ପ୍ରଦାନ କରିଥ#ଲୋ ଏହି ଚିତ୍ର ଦେଖ# ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଥ#ବା ଓଡ଼ିଆ, ଜଗନ୍ନାଥପ୍ରେମୀ ସଂସ୍କୃତି ସଚେତନ ଓ ଗବେଷକବୃନ୍ଦ ଉପକୃତ ହେବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭବ ପ୍ରତି ଆକୃଷ୍ଟ ହେବେ ବୋଲି ଆଶା ପ୍ରକାଶ କରାଯାଇଛିା

ଆଜି ସକାଳେ ମନ୍ତ୍ରୀ ଶ୍ରୀ ପଣ୍ଡା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ୍ ଭାନୁଦାସ ଜଓ୍ୱାଲେ ଓ ପର୍ଯ୍ୟଟନ ଅଧ#କାରୀ ରତିକାନ୍ତ ପଟ୍ଟନାୟକ ଭୁବନେଶ୍ୱରରୁ ବିମାନ ଯୋଗେ ପ୍ୟାରିସ୍ ଯାତ୍ରା କରିଛନ୍ତିା

Share in top social networks!