ଛତିଶଗଡ ଦୁର୍ଗରେ ମଧୁବାବୁଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

utkalgauravପଡୋଶୀ ଛତିଶଗଡର ଦୁର୍ଗଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି ।
ଉଦଘାଟନୀ ଅବସରରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଡା. ରମନ ସିଂହ ମଧ୍ୟ ଉପସ୍ଥିତ ଥ#ଲେ । ଛତିଶଗଡ ଉତ୍କଳ ସମାଜ ଦ୍ୱାରା ଆୟୋଜିତ ଏକ ବର୍ଣାଢ୍ୟ ଉତ୍ସବରେ ସେ ରାଜ୍ୟରେ ବାସ କରୁଥ#ବା ବହୁ ଓଡିଆ ଭାଷାଭାଷୀ ବ୍ୟକ୍ତିବିଶେଷ ଏହି ଉତ୍ସବରେ ଯୋଗ ଦେଇଥ#ଲେ ।

ପ୍ରତିମୂର୍ତି ଉନ୍ମୋଚନ କରି ଶ୍ରୀ ପ୍ରଧାନ ଉତ୍କଳ ଗୌରବ ମଧୁସୂଦନ ଓଡିଆ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ମାନ୍ୟତା ଦେବା ପାଇଣ କରିଥ#ବା ପ୍ରୟାସର ବର୍ଣନା କରିଥ#ଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମୁଖ୍ୟ ପୁରୋଧା ଉତ୍କଳ ଗୌରବଙ୍କ ଯୋଗୁ ୧୯୩୬ ମସିହାରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ
ଓଡିଶା ମାନ୍ୟତା ପାଇଥ#ଲା ବୋଲି ଶ୍ରୀ ପ୍ରଧାନ କହିଥ#ଲେ ।

ଛତିଶଗଡରେ ବସବାସ କରୁଥ#ବା ଓଡିଆ ମାନେ ନିଜର ଭାଷା, ସଂସ୍କୃତି, ପରମ୍ପରା ଓ ମହାପୁରୁଷଙ୍କ ସ୍ମ&ୃତି ପାଇଁ କାର୍ଯ୍ୟ କରୁଥ#ବାରୁ ଶ୍ରୀ ପ୍ରଧାନ ସେମାନଙ୍କୁ ସାଧୁବାଦ ଜଣାଇଥ#ଲେ । ଓଡିଆ ମାନଙ୍କର ସମସ୍ୟା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଡା. ରମନ ସିଂହଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅବଗତ କରାଇଥ#ଲେ ।
ଛତିଶଗଡର ବିକାଶ ପାଇଁ ଓଡିଆ ଲୋକ ମାନଙ୍କର ଯୋଗଦାନର ପ୍ରଶଂସା ମୁଖ୍ୟମନ୍ତ୍ରୀ ରମନ ସିଂ କରିବା ସହ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥ#ଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସରୋଜ ପାଣ୍ଡେଙ୍କ ଉପସ୍ଥିତ ଥ#ଲେ ।

Share in top social networks!