ଦକ୍ଷତା ବିକାଶ ହେଲେ ଓଡ଼ିଆ ଯୁବକ ବିଶ୍ୱର ନେତୃତ୍ୱ ନେବ -ଧର୍ମେନ୍ଦ୍ର ପ୍ରଧାନ

sdcଓଡ଼ିଆ ଯୁବକ କୁଶଳୀ ହେଲେ କେବଳ ଓଡ଼ିଶା ବା ଭାରତ ନୁହେଁ ସମଗ୍ର ବିଶ୍ୱରେ ନିଜ ପାଇଁ ସ୍ଥାନ ତିଆରି କରିପାରିବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀର ମଂଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଦକ୍ଷତା
ବିକାଶ ସଂସ୍ଥାନ, ଭୁବନେଶ୍ୱର(ସ୍କିଲ୍ ଡେଭଲପ୍ମେଣ୍ଟ ଇନ୍ଷ୍ଟିଚୁ୍ୟଟ୍)ର ଉଦ୍ଘାଟନ କରିଛନ୍ତି ।

ଶ୍ରୀ ପ୍ରଧାନ ଉଦ୍ବୋଧନ ଦେଇ ସ୍କିଲ୍ ଡେଭଲପ୍ମେଣ୍ଟ ଇନ୍ଷ୍ଟିଚୁ୍ୟଟ୍କୁ ୧୦୦ ଏକର ଜମି ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥ#ଲେ । ଶ୍ରୀ ପ୍ରଧାନ କହିଥ#ଲେ ଯେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଏହି ଜମି ଯୋଗାଇ ଦେବା ପାଇଁ ପୂର୍ବରୁ ଅନୁରୋଧ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଏହି ଦକ୍ଷତା ବିକାଶ କେନ୍ଦ୍ରକୁ ବିଶ୍ୱମାନର ଏକ ଅଗ୍ରଣୀ ଅନୁଷ୍ଠାନରେ ଖୁବ୍ଶୀଘ୍ର ପରିଣତ କରାଯିବ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ଏହି ଦକ୍ଷତା ବିକାଶ କେନ୍ଦ୍ର
ପ୍ରମୁଖତାର ସହ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ଏହି ଦକ୍ଷତା ବିକାଶ କେନ୍ଦ୍ର ରାଷ୍ଟ୍ରାୟତ୍ତ ତୈଳ ନିଗମ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରତିଷ୍ଠା ହେଉଥ#ବାବେଳେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଅନ୍ୟାନ୍ୟ ଉଦ୍ୟୋଗଗୁଡ଼ିକ ଏଥ#ରେ ସହଭାଗୀ ଅଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେବାର
ପ୍ରତିଶ୍ରୁତି ଦେଇଥ#ଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଡା. ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥ#ଲେ ।

Share in top social networks!