ଚାଷ ଓ ଚାଷୀମାନଙ୍କ କୃଷି ଓ କୃଷକ କଲ୍ୟାଣ ପାଇଁ ବିଜେପି ସଂକଳ୍ପବଦ୍ଧ : କେନ୍ଦ୍ର କୃଷିମନ୍ତ୍ରୀ

radhaଭାରତରେ ବିକାଶର ଲାଭ ତୃଣ ମୂଳ ସ୍ତରରେ ସେପର୍ଯ୍ୟନ୍ତ ପହଂଚିପାରବ ନାହିଁ ଯେପର୍ଯ୍ୟନ୍ତ ଆମର ଚାଷ ଓ ଚାଷୀଭାଇଙ୍କର ପ୍ରକୃତ ବିକାଶ ହୋଇପାରିବ ନାହିଁ । ଚାଷୀ ଭାଇର ରୋଜଗାର ବଢିଲେହିଁ ଦେଶର ବିକାଶ ସଂଭବ । ସେଥିପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀ ଭାଇଙ୍କ ରୋଜଗାରକୁ ଦୁଇ ଗୁଣ କରିବା ପାଇିଁ ଦୃଢ ସଂଙ୍କଳ୍ପ ନେଇଛନ୍ତି । ଜିଲ୍ଲା, ବ୍ଲକ ଓ ସ୍ତାନୀୟ ସ୍ତରରେ ଜଳ ଉସôର ବିନିଯୋଗ ଓ କମ ସମୟରେ ଜଳ ସେଜଚନ ପହଁଚାଇବାର ଯୁଗାନ୍ତକାରି ଯୋଜନା ପ୍ରସ୍ତୁତ କରିଛି କେନ୍ଦ୍ର ସରକାର । ଚାଷ ଓ ଚାଷୀ କଲ୍ୟାଣ ସହିତ ଗ୍ରାମାଂଚଳର ଭିତିଭୂମି ବକାଶ ଉପରେ ସର୍ବାଧିକ ଗୁରୁତ୍ୱ କେନ୍ଦ୍ରସରକାର ଦେଇ ଆସୁଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂ କନ୍ଦରପୁର କୃଷକ ସଭାରେ କହିଛନ୍ତି । ସେହିପରି କେନ୍ଦ୍ର ପ୍ରେଟୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ରର ପ୍ରଧାନ ତାଙ୍କ ଉଦ୍ବୋଧନରେ ଚାଷ ଓ ଚାଷୀ ମାନଙ୍କ କଲ୍ୟାଣ ପାଇଁ ବିଜେପି ସଙ୍କଳ୍ପବଦ୍ଧ ବୋଲି କହିଥିଲେ । ତାଙ୍କର ଏହି ପ୍ରାଧାନ୍ୟ ଆଗକୁ ମଧ୍ୟ ଜାରି ରହିବ ଏହା ପ୍ରମାଣିତ କରିଛି ଆଜିର ଏହି ପବିତ୍ର ଅକ୍ଷୟତୃତୀୟା । ଓଡିଶା ଚାଷୀସମାଜର ମୁଖ୍ୟ ପର୍ବ ଅକ୍ଷୟତୃତୀୟାରେ ଅଖିମୁଠି ଅନୁକୂଳ କରିବା ପାଇଁ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର କୈାଣସି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀଙ୍କ ଓଡିଶା ଆଗମନ ରାଜ୍ୟର ଚାଷୀମାନଙ୍କ ମନ ଭିତରେ ଭରିଦେଇଛି ଉସôହ ଓ ଆଶାର କିରଣ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ଆଜି ସକାଳ ୯ଟାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ରାଧାମୋହନ ସିଂ ଅଖିମୁଠି ଅନୁକୂଳ କରିବା ପାଇଁ ପହଂଚିଥିଲେ କଟକ ଜିଲ୍ଲାର କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁରଠାରେ । ସାଙ୍ଗରେ ଉପସ୍ଥିତ ଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା । ମୋଟରସାଇକେଲ ଓ ଟ୍ରାକ୍ଟର ଶୋଭାଯାତ୍ରାରେ ଅତିଥିମାନେ ଅନୁକୂଳ ସ୍ଥାନକୁ ପହଂଚିଥିଲେ । ପାରମ୍ପରିକ ନୀତି ଅନୁଯାୟୀ ସଂପୂର୍ଣ୍ଣ ଭାବେ ଦେଶୀୟ ଭଙ୍ଗୀରେ ଅଖିମୁଠି ଅନୁକୂଳ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାପରେ ସେଠାରେ ଅୟୋଜିତ ଏକ କୃଷକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କଟକ ଜିଲ୍ଲାର ୧୫ ଜଣ ଅଗ୍ରଣୀ ଚାଷିଙ୍କୁ ସମ୍ବର୍ଦ୍ଧିତ କରିଥିଲେ କେନ୍ଦ୍ର ମନ୍ତ୍ରୀ । ଏହି ସଭାକୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ପୈାରାହିତ୍ୱ କରିଥିବାବେଳେ ରାଜ୍ୟ ସଂପାଦକ ତଥା ସ୍ଥାନୀୟ ନେତା ଶ୍ରୀ ଦିଲୀପ ମଲ୍ଲିକ ସଂଚାଳନା କରିଥିଲେ । ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ବିଷ୍ଣୁ ସେଠି, ସମିର ମହାନ୍ତି, କଟକ ସଦର ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ ଯୋଗଦେଇଥିଲେ ଶେଷରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!