ଆଇସିଏସ୍ଇ ଟପର୍ ଅବିନିତଙ୍କୁ ସମ୍ବର୍ଦ୍ଧିତ କଲେ ଧର୍ମେନ୍ଦ୍ର ପ୍ରଧାନ

icseeଆଇସିଏସ୍ଇ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ହୋଇଥ#ବା ଓଡ଼ିଆ ଛାତ୍ର ଅବିନିତ ପରିଛାଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଏବଂ
ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ରବିବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ନୂଆପଡ଼ା ଗସ୍ତରେ ଥ#ବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅବିନିତ୍ଙ୍କୁ ସାକ୍ଷାତ କରିବା ସହ ଉପଢୌକନ ଓ
ପୁଷ୍ପଗୁଚ୍ଛ ଦେଇ ଏହି ଉଦୀୟମାନ ଛାତ୍ରଙ୍କୁ ସମ୍ମାନୀତ କରିଥ#ଲେ ।

ବଲାଙ୍ଗୀର ଜିଲ୍ଲାର ଅବିନିତ୍ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧ#କାର କରି ସମ୍ପୂର୍ଣ୍ଣ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଅବନିତ୍ଙ୍କର ଅନନ୍ୟ ସଫଳତା ଓଡ଼ିଆ ଛାତ୍ରମାନେ ସାରା ଦେଶରେ କାହାଠାରୁ ପଛରେ ନାହାଁନ୍ତି ଏକଥା ପୁଣି ପ୍ରମାଣିତ କରିଛି ।
ଅବିନିତ ତାଙ୍କର ପାଠପଢ଼ାରେ ମୌଳିକ ବିଜ୍ଞାନରେ ଆଗକୁ ବଢ଼ିବାକୁ ମନସ୍ଥିର କରିଥ#ବାରୁ ସେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଲ୍ ମଡେଲ୍ ହେବେବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥ#ଲେ । ଅବନିତ୍ଙ୍କ ଭବିଷ୍ୟତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ଆହୁରି ଉଜ୍ଜ୍ୱଳ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Share in top social networks!